Advertisment

ଶାଢି ପିନ୍ଧିଲେ...ସ୍କୁଟି ଉପରୁ ଡେଇଁ ଷ୍ଟଣ୍ଟ କଲେ

ଏମିତି ଷ୍ଟଣ୍ଟ କେବେ ଦେଖିନଥିବେ । ସ୍କୁଟି ଉପରେ ଚଢିଗଲେ...ଶାଢି ପିନ୍ଧି ଷ୍ଟଣ୍ଟ ଦେଖାଇଲେ । ଭାଇରାଲ ହେଲା ଭିଡିଓ

ଅଦ୍ୟତନ ହୋଇଛି
Viral Video

Viral Video

Advertisment

ଗାଡି ଉପରେ ଛିଡା ହୋଇଛନ୍ତି ଜଣେ ମହିଳା । ସିଏ ପୁଣି ଶାଢି ପିନ୍ଧି...ଏମିତି ଦୃଶ୍ୟ ଦେଖିବା ପରେ କିଛି ବୁଝାପଡିବନି । ଆଉ ଭାବିବେ ମହିଳା ଜଣକ ବୋଧହୁଏ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି । ତେଣୁ ଏମିତି ଗାଡି ଉପରେ ବିପଦଜ୍ଜନକ ଭାବରେ ଛିଡା ହୋଇଛନ୍ତି । ନା...ଏମିତି ଯଦି ଭାବୁଛନ୍ତି ତାହାଲେ ପୂରା ଭୁଲ୍‌ । କାରଣ ଗାଡି ଉପରୁ ଫକ୍‌ କିନା ଡେଉଁପଡୁଛନ୍ତି ମହିଳା ଜଣକ । ଏମିତି ଦେଖିବା ପରେ ଚମକି ପଡିବେ ସମସ୍ତେ । ବିଲକୁଲ ଚମକୁନ୍ତୁ ନାହିଁ...କାରଣ ଷ୍ଟଣ୍ଟ ଦେଖାଇବା ଲାଗି ଗାଡି ଉପରୁ ଏମିତି ଡେଇଁଥିଲେ ସେହି ମହିଳା ଜଣକ ।  ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ।

Advertisment

ପ୍ରତିଦିନ ସୋସିଆଲ ମିଡିଆରେ ଆମେ ଅନେକ ଭିଡିଓ ଦେଖୁଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଚାଲେ । ହେଲେ ଏମିତି ଭିଡ଼ିଓ ପୂର୍ବରୁ ବୋଧହୁଏ ଆପଣ କେବେ ଦେଖିନଥିବେ । କାରଣ ରିଲ୍‌ ନିଶାରେ ଆଜିକାଲିର ଯୁବପିଢି ଏତେ ବ୍ୟସ୍ତ ଯେ ସ୍ଥାନକାଳପାତ୍ର କିଛି ଦେଖୁନାହାନ୍ତି କି ନିଜ ଜୀବନକୁ ବିପଦରେ ପକାଇବାକୁ ବି ପଛାଉନାହାନ୍ତି । ଯାହାର ଉହାହରଣ ଭାବରେ ଆମେ ଏଇ ଭିଡିଓକୁ ନେଇ ପାରିବା । ତେବେ ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ବି ଦେଇଛନ୍ତି ।

ଭାଇରାଲ ହେଉଥିବା ଭିଡିଓରେ ଜଣେ ଯୁବତୀଙ୍କ ବିପଦପୂର୍ଣ୍ଣ ଷ୍ଟଣ୍ଟ ଦେଖିବାକୁ ମିଳୁଛି । ଯୁବତୀ ଜଣକ ଏକ ଧଳାରଙ୍ଗର ସ୍କୁଟି ଉପରେ ଲାଲରଙ୍ଗର ଶାଢ଼ି ପିନ୍ଧି ଛିଡ଼ା ହୋଇଛନ୍ତି। ଏହି ସମୟରେ ସେ ଆଖିରେ ପଟି ବି ବାନ୍ଧିଛନ୍ତି। ଏଭଳି ଅବସ୍ଥାରେ ସେ ରାସ୍ତାରେ ବିପଦପୂର୍ଣ୍ଣ ଷ୍ଟଣ୍ଟ ଦେଖାଉଛନ୍ତି। ଯାହାକୁ ଦେଖି ସେହି ରାସ୍ତା ଦେଇଯାଉଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ତେବେ ଆପଣଙ୍କ ମତାମତ ଏହି ଭିଡିଓରେ ନିଶ୍ଚୟ ଦିଅନ୍ତୁ...

Advertisment

Viral Video Saree
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ