Advertisment

ଆଶ୍ଚର୍ଯ୍ୟ ! ଅହିରାଜକୁ ଦେଲେ କିସ୍‌

ଭୟଙ୍କର ଦୃଶ୍ୟ...ଜଙ୍ଗଲ ଭିତରେ ବୁଲୁଥିଲା ଅହିରାଜ । କିସ୍‌ କରିଦେଲେ ଏହି ଯୁବକ । ପୁଣି କିସ୍‌ ସମୟର ଭିଡିଓ କଲେ ଭାଇରାଲ

ଅଦ୍ୟତନ ହୋଇଛି
Viral Video

Viral Video

Advertisment

ସାପର ନା ଶୁଣିଲେ ଆମେ ସମସ୍ତେ ଭୟଭୀତ ହୁଅନ୍ତି...ଡରିଯାଆନ୍ତି ଲୋକେ..ହେଲେ ଥରେ ଚିନ୍ତା କରନ୍ତୁ ସାପକୁ କିସ୍‌ କରିବା ବେଳର ଭିଡିଓ ସୋସିଆଲ ମିଡିଆରେ ଯଦି କେହି ପୋଷ୍ଟ କରନ୍ତି ତେବେ ହେବ କଣ? ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏମିତି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଚର୍ଚ୍ଚା ଲାଗିଛି ।

Advertisment

ମାଇକ୍ ହୋଲଷ୍ଟନ୍ । ଯିଏ ବନ୍ୟଜନ୍ତୁଙ୍କ ସହିତ ନିଜର ବିଭିନ୍ନ ପ୍ରକାରର ଭିଡିଓକୁ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଥାନ୍ତି । ତେବେ କିଛିଦିନ ତଳେ ହୋଲଷ୍ଟନ ନିଜ ଇନଷ୍ଟାଗ୍ରାମ୍‌ ପେଜରେ ସେୟାର କରିଥିବା ଏହି ଭିଡିଓକୁ ନେଇ ଏବେ ଭାରି ଚର୍ଚ୍ଚା । ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଦୁନିଆର ସବୁଠାରୁ ବିଷାକ୍ତ ସାପ ଅହିରାଜ ମୁଣ୍ଡରେ ସେ ଚୁମ୍ବନ ଦେଉଛନ୍ତି ।

ହୋଲଷ୍ଟନ୍ ଚୁମ୍ବନ ଦେବା ପାଇଁ ଧୀରେ ଧୀରେ ସାପ ଆଡକୁ ଗତି କରୁଛନ୍ତି । କିଛି ସମୟ ପରେ ସାପ ମୁଣ୍ଡରେ ସେ କିସ୍‌ ବି ଦେଉଛନ୍ତି । ତା’ପରେ ସେ ଟିକେ ପଛକୁ ଯାଇ କ୍ୟାମେରାକୁ ଲୁକ୍‌ ଦେଉଛନ୍ତି । ଦର୍ଶକବନ୍ଧୁ ଜାଣିରଖନ୍ତୁ ଏହି ସାପ ଭିତରେ ଏତେ ମାତ୍ରାରେ ବିଷ ଅଛି ଯେ ମାରିବାର ଅଳ୍ପ ସମୟ ମଧ୍ୟରେ ମୃତ୍ୟୁ ହୋଇପାରେ । ଏମିତିକି ହାତୀକୁ ମାରିଲେ ସେ ବି ମରିଯାଇପାରେ । ଅନେକ ହାତୀଙ୍କୁ ମାରି ଦେଇପାରେ । ସେଠି ମଣିଷ କଥା ପଚାରେ ବା କିଏ? ତେବେ ଏଭଳି ଭିଡିଓ ଭାଇରାଲ ହେବା ପରେ ଜୋରଦାର ଚର୍ଚ୍ଚା ଚାଲିଛି । ତେବେ ଭିଡିଓ ସେୟାର ହେବା ପରେ୨୭,୦୦୦ ରୁ ଅଧିକ ଲାଇକ୍ ମିଳିଛି ସତ ହେଲେ ଅନେକ ଦର୍ଶକ ଏମିତି ଭିଡିଓ ନକରିବାକୁ ପରାମର୍ଶ ବି ଦେଇଛନ୍ତି । ହେଲେ ଦର୍ଶକ ବନ୍ଧୁ ଆପଣ ଜମାରୁ ବି ଏମିତି ଦୁଃସାହାସିକ କାମ କେବେ କରନ୍ତୁ ନାହିଁ । କାରଣ ଏହା ଆପଣଙ୍କ ଜୀବନ ବି ନେଇପାରେ ।

Advertisment

Viral Video Snake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ