Advertisment

Viral Video: ଭୋଳାବାବାଙ୍କ ଅନନ୍ୟ ଭକ୍ତ; ନାହିଁ ଗୋଟିଏ ଗୋଡ, ଚାଲିଛନ୍ତି କାନ୍ଧରେ ଧରି ପାଣି ଭାର

ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏପରି ଜଣେ କାଉଡିଆଙ୍କ ଭିଡିଓ ଭାଇରାଲ୍ ହେଉଛି ଯିଏ ଅନ୍ୟ ଭକ୍ତଙ୍କଠାରୁ ଭିନ୍ନ। ବୋଲ୍‌ବମ୍ ଯାତ୍ରାରେ ବାହାରିଥିବା ଏହି କାଉଡିଆଙ୍କର କେବଳ ଗୋଟିଏ ଗୋଡ ଅଛି, କିନ୍ତୁ ତାଙ୍କ ଭକ୍ତି ଆଗରେ ତାଙ୍କ ଶାରିରୀକ ସ୍ଥିତି ହାର ମାନିଛି। ସେ ସାହସର ସହିତ ଗୋଟିଏ ଗୋଡରେ ଯାତ୍ରା ଆରମ୍ଭ କରିଛନ୍ତି।

viral video Kawad yatra with single leg viral video

viral video Kawad yatra with single leg viral video

Advertisment

ଗତ କିଛି ଦିନ ବୋଲବମ୍ ଯାତ୍ରା ଚର୍ଚ୍ଚାରେ ରହିଛି। ପ୍ରତିବର୍ଷ ଶ୍ରାବଣ ମାସ ଆସିଲେ ଦେଶର ପ୍ରତ୍ୟେକ କୋଣରୁ ଅନୁକୋଣରୁ ଛୁଟେ କାଉଁଡିଆଙ୍କ ଯାତ୍ରା। ରାସ୍ତା ଘାଟ ବୋଲ୍‌ବମ୍ ଡାକରେ ଫାଟିପଡେ। ଭକ୍ତମାନେ ପାଣି ଉଠେଇବା ନେଇ ସ୍ଥାନୀୟ ଛୋଟ ଛୋଟ ଜଳ ଉତ୍ସରୁ ଆରମ୍ଭ କରି ଗଙ୍ଗା ନଦୀ ପର୍ଯ୍ୟନ୍ତ ଛୁଟନ୍ତି।

Advertisment

ଏଥର ମଧ୍ୟ ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ କାଉଡି ଯାତ୍ରା ଆରମ୍ଭ କରିଛନ୍ତି। ସାଧାରଣତଃ କାଉଡି ଯାତ୍ରାରେ ଯାଉଥିବା ଭକ୍ତମାନଙ୍କୁ କାଉଡିଆ କୁହାଯାଏ। ଦେଖାଯାଏ ଯେ ଶିବ ଭକ୍ତମାନେ ଉଭୟ କାନ୍ଧରେ ଜଳ ଭାର ନେଇ ଯାତ୍ରା କରିଥାନ୍ତି।

ତେବେ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏପରି ଗୋଟିଏ କାଉଡିଆଙ୍କ ଭିଡିଓ ଭାଇରାଲ୍ ହେଉଛି ଯିଏ ଅନ୍ୟ ଭକ୍ତଙ୍କଠାରୁ ଭିନ୍ନ। ବୋଲ୍‌ବମ୍ ଯାତ୍ରାରେ ବାହାରିଥିବା ଏହି କାଉଡିଆଙ୍କର କେବଳ ଗୋଟିଏ ଗୋଡ ଅଛି, କିନ୍ତୁ ତାଙ୍କ ଭକ୍ତି ଆଗରେ ତାଙ୍କ ଶାରିରୀକ ସ୍ଥିତି ହାର ମାନିଛି। ସେ ସାହସର ସହିତ ଗୋଟିଏ ଗୋଡରେ ଯାତ୍ରା ଆରମ୍ଭ କରିଛନ୍ତି।

Advertisment

ଲୋକମାନେ କରୁଛନ୍ତି ସାହାଯ୍ୟ:

ଏହି କାଉଡି ଯାତ୍ରୀ ହେଉଛନ୍ତି ମୋହିତ ଗୁଜ୍ଜର, ଯିଏ ବୋଲବମ୍ ଯାତ୍ରାରେ ବାହାରିଛନ୍ତି। ମୋହିତ ଗୁଜ୍ଜରଙ୍କର ଗୋଟିଏ ଗୋଡ ନାହିଁ, କିନ୍ତୁ ଏହି ଅସୁବିଧା ତାଙ୍କ ଯାତ୍ରା ପାଇଁ ପଛକୁ ଟାଣି ନାହିଁ। ସେ ଜଳଭାର ନେଇ ଯେଉଁଆଡେ ବି ଯାଉଛନ୍ତି, ଲୋକମାନେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି। ମୋହିତ ଗୁଜ୍ଜର ନିଜେ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ଏଭଳି ଏକ ଭିଡିଓ ଶେୟାର କରିଛନ୍ତି।

Advertisment

ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ମୋହିତ ଏକ କଳା ଟି-ସାର୍ଟ ସହିତ ଏକ ବାଘ ଚର୍ମ ଡିଜାଇନ୍ କପଡ଼ା ପିନ୍ଧିଛନ୍ତି। ଏହିଭଳି ଭାଏ ସେ ବୋଲ୍‌ବମ୍ ଯାତ୍ରା ସହ ଆଗକୁ ବଢୁଛନ୍ତି। ମଝିରେ ମଝିରେ କିଛି ଲୋକ ତାଙ୍କୁ ଅଟକାଇ ତାଙ୍କୁ ସାହାଯ୍ୟ କରୁଛନ୍ତି। ତାଙ୍କୁ ପାଣି ପିଇବାକୁ ଦେଉଛନ୍ତି। ଖବର ଲେଖାହେବା ବେଳକୁ ମୋହିତଙ୍କ ଏହି ଭିଡିଓକୁ ୪ ଲକ୍ଷରୁ ଅଧିକ ହିଟ୍ସ ମିଳିସାରିଥିଲା।

ମିଳୁଛି ସକରାତ୍ମକ ପ୍ରତିକ୍ରିୟା:

ମୋହିତଙ୍କ ଏହି ଭିଡିଓକୁ ଦେଖି ଅନେକ ଲୋକ ନିଜ ନିଜ ପ୍ରତିକ୍ରିୟା ଦେଉଛନ୍ତି ଆଉ ତାଙ୍କୁ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି। ଜଣେ ବ୍ୟକ୍ତି ଉତ୍ସାହିତ ହୋଇ ଲେଖିଛନ୍ତି, “ଭାଇ ସାହାବ ଗୋଟିଏ କଥା କହିବି ଖରାପ ଭାବିବ ନାହିଁ... ମୋହିତ ଭୋଇ, ମୁଁ ତୁମ ଭିତରେ ଭୋଳାବାବାଙ୍କୁ ଆଖିଲି... କାରଣ ସେ ମଧ୍ୟ ଗୋଟିଏ ଗୋଡରେ ତାଣ୍ଡବ କରୁଥିଲେ... ଆଉ ଆଜି ତୁମେ ମଧ୍ୟ ତାଣ୍ଡବ କରିଦେଲ।” ଆଉ ଜଣେ ତାଙ୍କର ମଙ୍ଗଳ କାମନା କରି କହିଛନ୍ତି, “ଭାଇ, ମୁଁ ପ୍ରାର୍ଥନା କରୁଛି ଯେ ଭୋଲେବାବା ତୁମର ସମସ୍ତ ଇଚ୍ଛା ପୂରଣ କରନ୍ତୁ।” ସେହିପରି ଅନ୍ୟଜଣେ କହିଛନ୍ତି, “କାଉଡି କେବଳ ସେହି ଉଠାଏ, ଯାହାକୁ ଭୋଳାବାବା ଡାକନ୍ତି।”

Viral Video Bolbam Bolbam Yatra Bolbam Devotee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ