Advertisment

Viral Video : ଚଳନ୍ତା କାର୍‌ରେ ପଶିଗଲା ଘୋଡ଼ା

ଇଏ କଣ? ରାସ୍ତାରେ ଯାଉଥିଲା କାର୍‌...ହଠାତ୍‌ ତା’ କାଚ ଭାଙ୍ଗି ପଶିଗଲା ଘୋଡ଼ା । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ଅଦ୍ୟତନ ହୋଇଛି
Horse hit by moving car

Horse hit by moving car

Advertisment

ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ ହେଉଥିବାର ଆମେ ପ୍ରତିଦିନ ଦେଖନ୍ତି । ହେଲେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ନେଇ ଭାରି ଚର୍ଚ୍ଚା । କାରଣ ଆମେ ସମସ୍ତେ ଜାଣନ୍ତି କାର୍‌ରେ ମଣିଷ...ବେଶୀରୁ ବେଶୀ କିଏ କିଏ ନିଜ ପୋଷା କୁକୁରକୁ ବସାଇ ବୁଲାନ୍ତି । ହେଲେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି କାର୍‌ର ପଛ କାଚ ଭାଙ୍ଗି ଘୋଡା ପଶିଯାଉଛି । ହଠାତ୍‌ ଏମିତି ଭିଡିଓ ଦେଖିବା ପରେ କିଏ କିଛି ବୁଝିପାରୁନଥିବେ ଆଉ ଭାବୁଥିବେ ଗାଡି ଭିତରେ ହଠାତ୍‌ କାହିଁକି ଘୋଡା ପଶିଗଲା?

Advertisment

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ଏକ ଘୋଡ଼ା ରାସ୍ତାରେ ଛିଡ଼ା ହୋଇଥିବା ଏକ ଧଳା ରଙ୍ଗର କାରର କାଚ ଭାଙ୍ଗି ଭିତରକୁ ପ୍ର‌ବେଶ କରିବାକୁ ଚେଷ୍ଟା କରୁଛି । ସତେ ଯେମିତି ସେ କହୁଛି,ମୁଁ ବି ଏହି କାର୍‌ରେ ବସିକି ଯିବି । ହେଲେ ଏହି ଛୋଟ କାର୍‌ରେ ଏତେ ବଡ ଘୋଡା ପଶିବ ବା କେମିତି ?

ଘୋଡା ସିନା କାର୍‌ କାଚ ଭାଙ୍ଗି ପଶିବାକୁ ଉଦ୍ୟମ କରୁଛି ହେଲେ ଆଉ ବାହାରିପାରୁନି ବରଂ କାର୍‌ କାଚ ଭିତରେ ସେ ଫସିଯାଉଛି । ବିଚ୍‌ ରାସ୍ତାରେ ଏମିତି ଦୃଶ୍ୟ ଦେଖିବା ପରେ ଲୋକଙ୍କର ଭିଡ ବି ଲାଗୁଛି । ଏମିତି ଦୃଶ୍ୟ ଦେଖିବା ପରେ ଖୋଦ୍‌ କାର ମାଲିକ ବି ବ୍ୟସ୍ତ ହୋଇ ପଡୁଛନ୍ତି । ହେଲେ ପରେ ଉପସ୍ଥିତ ଥିବା ଲୋକମାନେ ଗାଡିରୁ ଘୋଡାକୁ ସୁରକ୍ଷିତ ଭାବରେ ଉଦ୍ଧାର କରୁଛନ୍ତି । କିନ୍ତୁ ରାସ୍ତା ଉପରକୁ ଘୋଡା କେମିତି ଆସିଲା ? ଏହାରି ମାଲିକ କିଏ ସେନେଇ କୌଣସି ତଥ୍ୟ ବର୍ତ୍ତମାନ ସୁଦ୍ଧା ମିଳିପାରିନଥିବା ବେଳେ ଭିଡିଓଟି ଏବେ କିନ୍ତୁ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

Advertisment

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ