Advertisment

୧୦ ଲକ୍ଷ ଟଙ୍କା ଖର୍ଚ୍ଚରେ ବୀଣା; ଲମ୍ବ ୨୮ ଫୁଟ, ଓଜନ ୫ ଟନ୍

ତିଆରି ହୋଇଛି ସବୁଠାରୁ ବଡ ବୀଣା। କୌଣସି ଦାମି ଜିନିଷ ନୁହେଁ, ଟୁକୁରା ଟୁକୁରା ଖଣ୍ଡରୁ ଏହା ତିଆରି ହୋଇଛି। ଲମ୍ବ ୨୮ ଫୁଟ ହୋଇଥିବା ବେଳେ ଚଉଡା ୧୦ ଫୁଟ, ଓଜନ ୫ ହଜାର କିଲୋଗ୍ରାମ ରହିଛି। ଜାଣନ୍ତୁ ଭାରତର କେଉଁ କଳାକାରମାନେ ଏହାକୁ ତିଆରି କରିଛନ୍ତି।

ଅଦ୍ୟତନ ହୋଇଛି
Viral Veena Made from Scrap in Bhopal

Viral veena made from scrap in Bhopal

Advertisment

ଏମିତିରେ ତ ଦୁନିଆରେ ଅନେକ କଳାକାର ଅଛନ୍ତି, କିନ୍ତୁ ପ୍ରକୃତ କଳାକାର ହେଉଛି ଯିଏ ନିଜ କଳା ଦ୍ୱାରା ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ କରିଦିଏ ଏବଂ ତାଙ୍କ କଳା ଦେଖିବା ପରେ ଯେକେହି ବି ଚକିତ ହୋଇଯାଏ! ଭାରତରେ ଏପରି କଳାକାରମାନଙ୍କର କୌଣସି ଅଭାବ ନାହିଁ। ସମ୍ପ୍ରତି ଲୋକମାନେ ଭାରତର ଏମିତି ଏକ କଳା ଦେଖିବାକୁ ପାଇଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।

Advertisment

ଏହି କଳାରେ ରହିଛି ଏକ ବିରାଟ ବୀଣା। ଏହା ସମସ୍ତଙ୍କୁ ଚକିତ କରୁଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ଖୁବ୍ ପ୍ରଶଂସା କରାଯାଉଛି।

ANIର ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶର ଭୋପାଳରେ ରହୁଥିବା କାରିଗରମାନେ ଏହି ରୁଦ୍ର ବୀଣା ପ୍ରସ୍ତୁତ କରିଛନ୍ତି। ଏହାର ଆକାର ଏତେ ବଡ ଯେ ମଣିଷ ମଧ୍ୟ ତା’ ସାମ୍ନାରେ ଛୋଟ ଦେଖାଯିବ। ଏହାକୁ ପ୍ରସ୍ତୁତ କରିଥିବା ଦଳ ଅନୁଯାୟୀ, ଏହା ହେଉଛି ସବୁଠାରୁ ବଡ ରୁଦ୍ର ବୀଣା। ଏହି ବୀଣା ଛୋଟ ଛୋଟ ଟୁକୁତା ଜିନିଷରୁ ତିଆରି ହୋଇଛି। ଏହାର ଲମ୍ବ ୨୮ ଫୁଟ ହୋଇଥିବା ବେଳେ ଚଉଡା ୧୦ ଫୁଟ, ଉଚ୍ଚତା ୧୨ ଫୁଟ ଏବଂ ଓଜନ ୫ ଟନ୍ ବା ୫ ହଜାର କିଲୋଗ୍ରାମ ରହିଛି।

Advertisment

ବର୍ତ୍ତମାନ ଏହି ବୀଣା ତିଆରିରେ ଜଡିତ ଖର୍ଚ୍ଚ ବିଷୟରେ ଆଲୋଚନା କରିବା। ଏହାକୁ ତିଆରି କରିବା ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହି ବୀଣାକୁ ତିଆରି କରିବାକୁ ମାସ ମାସ ସମୟ ଲାଗିଛି। ଏହି ବାଦ୍ୟଯନ୍ତ୍ର ଗାଡି ପାର୍ଟ ଯେପରି କି ଚେନ୍, କେବୁଲ୍, ଗିଅର୍, ବଲ୍ ବେରିଂ ଇତ୍ୟାଦି କିଛି ଅଂଶରୁ ତିଆରି। ୧୫ ଜଣ କଳାକାର ଏହି ବୀଣା ତିଆତି କାରିବା ନେଇ ଏକାଠି କାମ କରିଥିଲେ ଏବଂ ସମସ୍ତ ପାର୍ଟକୁ ବହୁ ସମୟ ଧରି ଯୋଡିଥିଲେ। ଏହା ପରେ ଏହି ରୁଦ୍ର ବୀଣା ତିଆରି କରାଯାଇଥିଲା।

ଅଧିକ ପଢ଼ନ୍ତୁ: ବିଶାଳକାୟ ବୀଣା ! ଲତା ମଙ୍ଗେସ୍କରଙ୍କ ସ୍ମୃତିରେ ଯୋଗୀଙ୍କ ନିଆରା ଉପହାର..

Advertisment

ପୱନ ଦେଶପାଣ୍ଡେ ନାମକ ଜଣେ କଳାକାର କହିଛନ୍ତି ଯେ 'ଲୁହାରୁ ସୁନା' ନ୍ୟାୟରେ ଏହି ବୀଣା ପ୍ରସ୍ତୁତ କରାଯାଇଛି। ସେ କହିଛନ୍ତି ଯେ ୧୫ ଜଣ କଳାକାର ଟୁକୁରା ଟୁକୁରା ବିଭିନ୍ନ ସାମଗ୍ରୀକୁ ଏକାଠି କରି ଏହାକୁ ତିଆରି କରିଛନ୍ତି। ଏହାକୁ ତିଆରି କରିବାକୁ ସେମାନଙ୍କୁ ୬ ମାସ ସମୟ ଲାଗିଥିଲା ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ଭାରତର ଆଜିର ପିଢି ଭାରତୀୟ ସଂସ୍କୃତି ବିଷୟରେ ଖୁବ୍ କମ୍ ଜାଣନ୍ତି, ତେଣୁ ଏହି ବୀଣା ଦ୍ୱାରା ସେମାନେ ଭାରତୀୟ ସଂସ୍କୃତି ବିଷୟରେ ଅଧିକ ଜାଣିପାରିବେ। ସହରର ଏପରି ଏକ ସ୍ଥାନରେ ଏହି ବୀଣା ସ୍ଥାପନ କରାଯିବ ଯେଉଁଠାରେ ଲୋକମାନେ ତାଙ୍କ ସହ ସେଲଫି ନେଇପାରିବେ। ଏହି ବୀଣାକୁ ଭୋପାଳର ଅଟଳ ପଥ୍‌ରେ ରଖାଯିବ।

Veena Ajab Gajab Ajab Gajab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ