Advertisment

‘ମୁଁ ଯାହା ଖାଇଲେ ଚଳିବ,ହେଲେ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚି ଯାଉ’..ଭାଇରାଲ୍‌ ହେଉଛି ଏହି ହୃଦୟ ବିଦାରକ ଦୃଶ୍ୟ

ଡେଲିଭରି ବୟଙ୍କ ଉପରେ କାମ ଚାପ ଏତେ ଅଧିକ ଥାଏ ଯେ, ଭୋଜନ କରିବା ପାଇଁ ସେମାନଙ୍କ ପାଖରେ ୧୦ ମିନିଟ୍‌ ସମୟ ନଥାଏ। ତା’ହେଲେ ଥରଟେ ଭାବନ୍ତୁ...ଏମାନେ ନିଜେ କେତେ କଷ୍ଟରେ ରହି ସୁସ୍ୱାଦୁ ଖାଦ୍ୟ ଗ୍ରାହକଙ୍କ ନିକଟରେ ପହଞ୍ଚାଇଥାନ୍ତି।

ଅଦ୍ୟତନ ହୋଇଛି
video of Zomato delivery agent having food from a plastic packet

video of Zomato delivery agent having food from a plastic packet

Advertisment

ଆଜିର ଏହି ବ୍ୟସ୍ତବହୁଳ ଜୀବନରେ ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି ଆମ ଜୀବନଶୈଳୀକୁ ଆହୁରି ସହଜ କରି ଦେଇଛି। ଭୋକ ଲାଗିବା କ୍ଷଣି ଅନ୍‌ଲାଇନ୍‌ରେ ଫୁଡ୍‌ ଅର୍ଡର କରୁଛୁ ଓ କିଛି ସମୟ ମଧ୍ୟରେ ଖାଇବା ଆସି ଆମ ପାଖରେ ପହଞ୍ଚି ଯାଉଛି। ହେଲେ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଯେଉଁଠି ଡେଲିଭରି ବୟଙ୍କ ଉପରେ କିଛି ଗ୍ରାହକ ବିରକ୍ତି ଭାବ ପ୍ରକାଶ କରିଥାନ୍ତି।ଅନ୍‌ଲାଇନ୍‌ରେ ଫୁଡ୍‌ ଅର୍ଡର ବେଳେ ଯଦି ଖାଦ୍ୟ ଘରେ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଯାଏ, ତା’ହେଲେ ଅଧିକାଂଶ ଲୋକ ଡେଲିଭରି ବୟ ଉପରେ ବିରକ୍ତି ଭାବ ପ୍ରକାଶ କରିଥାନ୍ତି। ଏପରିକି କିଛି ଲୋକ ଗାଳିଗୁଲଜ କରିବାକୁ ମଧ୍ୟ ପଛାନ୍ତି ନାହିଁ। 

Advertisment

ଠିକ୍‌ ସମୟରେ ଗ୍ରାହକଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବା ଲାଗି ଅନେକ ଡେଲିଭରି ବୟ ଚେଷ୍ଟା କରିଥାନ୍ତି। ହୁଏତ ଆପଣ ଜାଣିନଥିବେ ଏହି ଡେଲିଭରି ବୟଙ୍କ ଦରମା ବହୁତ କମ୍‌ ଥାଏ। ଏହାପରେ ମଧ୍ୟ ସେମାନେ ସେମାନଙ୍କର କାମ କରିଥାନ୍ତି ଓ ଗ୍ରାହକଙ୍କ ନିକଟରେ ଯଥାଶୀଘ୍ର ଖାଦ୍ୟ ପହଞ୍ଚାଇବା ପାଇଁ ରାସ୍ତାରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ଫୁଡ୍‌ ଡେଲିଭର କରିଥାନ୍ତି। 

ଡେଲିଭରି ବୟଙ୍କ ଉପରେ କାମ ଚାପ ଏତେ ଅଧିକ ଥାଏ ଯେ, ଭୋଜନ କରିବା ପାଇଁ ସେମାନଙ୍କ ପାଖରେ ୧୦ ମିନିଟ୍‌ ସମୟ ନଥାଏ। ତା’ହେଲେ ଥରଟେ ଭାବନ୍ତୁ...ଏମାନେ ନିଜେ କେତେ କଷ୍ଟରେ ରହି ସୁସ୍ୱାଦୁ ଖାଦ୍ୟ ଗ୍ରାହକଙ୍କ ନିକଟରେ ପହଞ୍ଚାଇଥାନ୍ତି। ଆଉ କିଛି ଡେଲିଭରି ବୟଙ୍କୁ ଏକ୍ସଟ୍ରା ଶିଫ୍ଟ ମଧ୍ୟ କରିବାକୁ ପଡ଼ିଥାଏ। ଏଭଳି ଏକ ହୃଦୟ ବିଦାରକ ଭିଡିଓ IAS ଅଧିକାରୀ ଆୱାନିଶ ଶରଣ ଟ୍ୱିଟରରେ ଶେୟାର କରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି।

Advertisment

ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଜୋମାଟୋ ଡେଲିଭରି ବୟ ଗାଡ଼ି ଉପରେ ଖାଦ୍ୟ ପୁଡ଼ିଆ ରଖି ଜରି ଭିତରୁ ତରତର ହୋଇ ଖାଦ୍ୟ ଖାଉଛନ୍ତି। ସେ କ’ଣ ଖାଉଛନ୍ତି, ଏହା ଠିକ୍‌ ଭାବେ ଜଣାପଡ଼ୁନି। ଏଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି, ଡେଲିଭରି ବୟଙ୍କୁ ବହୁତ ଜୋରରେ ଭୋକ ଲାଗୁଛି। ହେଲେ ପାଖରେ ସମୟ ନଥିବାରୁ ବ୍ୟସ୍ତତା ଭିତରେ ସମୟ ବାହାର କରି ରାସ୍ତାକଡ଼ରେ ବାଇକ୍‌ ରଖି ଖାଦ୍ୟ ଖାଇବାକୁ ସେ ବାଧ୍ୟ ହୋଇଛନ୍ତି।  ଭିଡିଓକୁ ନେଇ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କିଭଳି ଭାବେ ଡେଲିଭରି ବୟଙ୍କୁ ଶୋଷଣ କରାଯାଉଛି ଓ ସେମାନେ ମଧ୍ୟ ଏକ ଭଲ ଜୀବନଶୈଳୀରେ ବଞ୍ଚିବା ଲାଗି ଯୋଗ୍ୟ ବୋଲି ଅନେକ କମେଣ୍ଟ କରିଛନ୍ତି। 

Advertisment
Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ