momos Viral Video
ମୋମୋ..ଏ ନାଁ ଶୁଣିଲେ ଆଜିକାଲି ଯୁବପିଢିଙ୍କ ପାଟିରୁ ଲାଳ ବାହାରିଆସେ । କିଏ ପନିର ତ ଆଉ କିଏ ଚିକେନ୍ ମୋମୋ ଖାଏ । ସଂଧ୍ୟା ହେଲେ ଛକଛକରେ...ଗଳି ଗଳିରେ ମୋମୋର ମେଲୁଛି ପସରା । ହେଲେ ଥରେ ଚିନ୍ତାକରନ୍ତୁ ତ ଯଦି ମୋମୋ ଦୋକାନୀ କେବଳ ଇଂରାଜୀରେ କଥା ହେଉଥିବ...ହଁ...ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ।
ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି କି, ଜଣେ ମୋମୋ ଦୋକାନୀ ଗ୍ରାହକଙ୍କୁ ମୋମୋ ଦେବା ବେଳେ ବେଶ୍ ଭଲରେ ଇଂରାଜୀରେ କଥାବାର୍ତ୍ତା କରୁଛନ୍ତି । ହେଲେ ତାଙ୍କର ନାଁ କଣ ସେ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ଜାଣିଆଶ୍ଚର୍ଯ୍ୟ ହେବେ କି, ଏହି ମୋମୋ ବିକାଳୀଙ୍କ ଇଂରାଜୀ ଶୁଣିବାକୁ ପ୍ରତିଦିନ ତାଙ୍କ ଷ୍ଟଲ ସାମ୍ନାରେ ଲୋକଙ୍କର ଜମୁଛି ଭିଡ । ତେବେ ସୋସିଆଲ ମିଡିଆରୁ ମିଳିଥିବା ସୂଚନା ଅନୁସାରେ, ଏହି ମୋମୋ ବିକାଳୀଙ୍କ ସହ ତାଙ୍କ ସ୍ତ୍ରୀ ମଧ୍ୟ ଦୋକାନରେ କାମ କରନ୍ତି । ଉଭୟଙ୍କର ଗୋଟିଏ ଲକ୍ଷ୍ୟ ରହିଛି କେମିତି ନିଜ ପିଲାକୁ ଭଲରେ ପାଠ ପଢାଇବେ ଆଉ ମଣିଷ କରିବେ । ତେଣୁ ଏମିତି ବିକ୍ରି କରୁଛନ୍ତି ମୋମୋ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693584516.jpg)