Advertisment

ଝିଅ ବେଶରେ ଲେଡିଜ୍‌ ହଷ୍ଟେଲରେ ପଶିଲେ.. ବହେ ଛେଚା ଖାଇଲେ.. ଭିଡିଓ ଭାଇରାଲ

ଝିଅ ହେବା ପଡ଼ିଲା ମହଙ୍ଗା। ନାରୀ ହୋଇ ହଷ୍ଟେଲରେ ରାତି କାଟିଲେ, ଶେଷରେ ଧରାପଡ଼ିଲେ। ଆଉ ତା’ପରେ..

ଅଦ୍ୟତନ ହୋଇଛି
Ladies Hostel

Ladies Hostel

Advertisment

ଲେଡିଜ୍‌ ହଷ୍ଟେଲରେ ଝିଅ ବେଶରେ ପଶିଲା ପୁଅ। ଝିଅ ଭଳି ନିଜକୁ ସଜେଇ ରାତି କଟାଇଲା। ଶେଷରେ ହଷ୍ଟେଲ କର୍ତ୍ତୁପକ୍ଷଙ୍କ ହାତରେ ଧରା ପଡ଼ିଲା ଓ ଖୁବ ଛେଚା ଖାଇଲା। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଘଟଣାଟି କେଉଁଠି ଘଟିଛି, ତାହା ଜଣାପଡ଼ିନାହିଁ।

Advertisment

ଭିଡିଓକୁ ଏକ୍ସରେ ‘ଘର କେ କଲେଶ୍‌’ ଆକାଉଣ୍ଟରୁ ସେୟାର କରାଯାଇଛି। ଭିଡିଓରେ ଯୁବକ ଜଣକ ମାଡ଼ ଖାଉଥିବାର ଦେଖିବାକୁ ମିଳିଛି। ସୂଚନା ମୁତାବକ ଯୁବକ ଜଣକ ନିଜକୁ ଯୁବତୀ ରୂପରେ ସଜାଇ ମହିଳା ହଷ୍ଟେଲରେ ପଶିଯାଇଥିଲେ। ଏବଂ ଗୋଟେ ରାତି ମଧ୍ୟ ସେଠାରେ ବିତାଇଥିଲେ। କିନ୍ତୁ ହଷ୍ଟେଲ କର୍ତ୍ତୁପକ୍ଷଙ୍କୁ ତାଙ୍କ ଉପରେ ସନ୍ଦେହ ହେବାରୁ ତାଙ୍କ ରୁମ୍‌ ଯାଞ୍ଚ ବେଳେ ସେ ଜଣେ ପୁଅ ବୋଲି ଜଣାପଡ଼ିଥିଲା। ଏହାପରେ ହଷ୍ଟେଲ କର୍ତ୍ତୁପକ୍ଷ ତାଙ୍କୁ ମାଡ଼ ମାରି ସେଠାରୁ ବିଦା କରୁଥିବା ଦେଖିବାକୁ ମିଳିଛି।

ଭିଡିଓଟି ଏକ୍ସରେ ସେୟାର ହେବା ପରେ ଅନେକ ଲୋକ ଏହାକୁ ଦେଖିଛନ୍ତି ଓ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରିଛନ୍ତି। କେତେକ ଏହାକୁ ହସି ଉଡ଼ାଇ ଦେଇଥିବା ବେଳେ ଅନେକ ଏହାକୁ ନିନ୍ଦା କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ‘ଔରତ୍‌ ବନନେ କା ସୌକ ରଖତେ ହୋ’। ଆଉ ଜଣେ ଲେଖିଛନ୍ତି, ‘GF କା ଚକର୍‌ ବାବୁ ଭୟା’। କେହି କେହି କହିଛନ୍ତି ସେ ତାଙ୍କ ପ୍ରେମିକାକୁ ଦେଖା କରିବା ପାଇଁ ଏମିତି କରିଥିବେ।

Advertisment

ତେବେ ପୂର୍ବରୁ ଏଭଳି ଅନେକ ଘଟଣା ଦେଖିବାକୁ ମିଳିଛି। ଯାହା ବେଶ୍‌ ଭାଇରାଲ ମଧ୍ୟ ହୋଇଛି। ତେବେ ଜଣେ ଯୁବକ ନିଜକୁ ନାରୀ ସଜାଇ ଏମିତି କାଣ୍ତ କରିବା ନିହାତି ଭାବରେ ନିନ୍ଦନୀୟ।

Advertisment
Viral Video Ladies Hostel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ