Advertisment

‘ସ୍ୱର୍ଗର ମଜା ନେଉଛି, ଖୁବଶୀଘ୍ର ବାହାରିବି’; ଜେଲ ଭିତରୁ ଅଭିଯୁକ୍ତର ଲାଇଭ୍ ଭିଡିଓ ଭାଇରାଲ୍

୨୦୧୯ ଡିସେମ୍ୱର ୨ରେ PWD କଣ୍ଟ୍ରାକ୍ଟର ରାକେଶ ଯାଦବଙ୍କୁ ଦିନ ଦ୍ୱିପ୍ରହରେ ଗୁଳି କରି ହତ୍ୟା କରିବା ଅଭିଯୋଗରେ ଆସିଫ ଗିରଫ ହୋଇଥିଲା। ଦିଲ୍ଲୀର ସଦର ବଜାର ପୋଲିସ ଷ୍ଚେସନ ଅଂଚଳର ଶାହାଜାହାନପୁରରେ ଏହି ହତ୍ୟାକାଣ୍ଡ ଘଟିଥିଲା।

ଅଦ୍ୟତନ ହୋଇଛି
Murder accused livestream

Murder accused livestream

Advertisment

ଜେଲରେ ଥାଇ ଇନଷ୍ଟାଗ୍ରାମରେ ଲାଇଭ ଆସିଲା ହତ୍ୟା ଅଭିଯୁକ୍ତ। କେବଳ ସେତିକି ନୁହେଁ ସେ ଏଠାରେ ସ୍ୱର୍ଗ ସୁଖ ପାଉଥିବା ବି କହିଲା। ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଜେଲରେ ଥାଇ ଫୋନ ବ୍ୟବହାର ସହ ଜଣେ କିପରି ଏତେ ଖୁସି ହୋଇପାରେ ସେନେଇ ପ୍ରଶ୍ନ ଉଠିଛି।

Advertisment

ଉତ୍ତରପ୍ରଦେଶର ବରେଲି ସେଣ୍ଟ୍ରାଲ ଜେଲର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଏଠାରେ ଜଣେ ହତ୍ୟା ଅଭିଯୁକ୍ତ ଜେଲ ଭିତରେ ଥାଇ ସୋସିଆଲ ମଡିଆରେ ଲାଇଭ ଆସିଥିବା ଦେଖିବାକୁ ମିଳିଛି। ଲାଇଭ ଭିଡିଓର ୨ମିନିଟର କ୍ଲିପ୍ ସାମନାକୁ ଆସିଛି। ହତ୍ୟା ଅଭିଯୁକ୍ତ ଆସିଫ୍ ଲାଇଭ ଆସି ଖୁବଶୀଘ୍ର ଜେଲରୁ ବାହାରକୁ ଯିବ ବୋଲି କହିଛି।

Advertisment

୨୦୧୯ ଡିସେମ୍ୱର ୨ରେ PWD କଣ୍ଟ୍ରାକ୍ଟର ରାକେଶ ଯାଦବଙ୍କୁ ଦିନ ଦ୍ୱିପ୍ରହରେ ଗୁଳି କରି ହତ୍ୟା କରିବା ଅଭିଯୋଗରେ ଆସିଫ ଗିରଫ ହୋଇଥିଲା। ଦିଲ୍ଲୀର ସଦର ବଜାର ପୋଲିସ ଷ୍ଚେସନ ଅଂଚଳର ଶାହାଜାହାନପୁରରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଏହି ଘଟଣାର ଅନ୍ୟ ଅଭିଯୁକ୍ତ ରାହୁଲ ଚୌଧୁରୀ ମଧ୍ୟ ବରେଲି ସେଣ୍ଟ୍ରାଲ ଜେଲରେ ଅଛି।

ତେବେ ମୃତ ରାକେଶ ଯାଦବଙ୍କ ଭାଇ ଜିଲ୍ଲା ମାଜିଷ୍ଟ୍ରେଟ୍ ଉମେଶ ପ୍ରତାପ ସିଂଙ୍କୁ ଭେଟି ଭାଇରାଲ୍ ଭିଡିଓ ଦେଖାଇବା ସହ ଅଭିଯୋଗ କରିଥିଲେ। ଆସିଫକୁ ଜେଲରେ ସ୍ପେଶିଆଲ୍ ସୁବିଧା ଦିଆଯାଉଥିବା ସେ କହିଛନ୍ତି। ଏଥିସହ ତାଙ୍କ ଭାଇଙ୍କୁ ହତ୍ୟା କରିବା ପାଇଁ ଆସିଫ ଏବଂ ରାହୁଲ ଚୌଧୁରୀ ମେରଟରୁ ଆସିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

Advertisment

ଡେପୁଟି ଇନ୍ସପେକ୍ଟର ଜେନେରାଲ୍ (କାରାଗାର) କୁନ୍ତଲ କିଶୋର ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ ସେ ଏହି ଭିଡିଓ ଦେଖିଛନ୍ତି। ସେ କହିଛନ୍ତି ଯେ "ଏହି ଘଟଣାର ତଦନ୍ତ ଚାଲିଛି। ଯାଞ୍ଚ ପରେ ଯିଏ ଦୋଷୀ ସାବ୍ୟସ୍ତ ହେବ ସେ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।"

Instagram Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ