Advertisment

ମଦ ପିଇ ମାତାଲ୍ ଯୁବତୀ; ପୋଲିସକୁ କାମୁଡ଼ିଲେ, ସାର୍ଟ ଚିରିଦେଲେ ! ଦେଖନ୍ତୁ ଭିଡିଓ...

ନିଶାରେ ଆଉଟ ଅଫ୍‌ କଣ୍ଟ୍ରୋଲ ଯୁବତୀମାନଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନେ କିନ୍ତୁ କିଛି ଶୁଣିବା ମୁଡରେ ନ ଥିଲେ। ଓଲଟା ସେମାନେ ପୋଲିସ୍‌ ସହ ଟଣାଓଟରା କରିଥିଲେ।

ଅଦ୍ୟତନ ହୋଇଛି
Viral Video

Viral Video

Advertisment

ରାସ୍ତାରେ ମଦ ପିଇ ମାତଲ ହେଲେ ଯୁବତୀ । ଜଣେ ନୁହେଁ ଏକାଥରକେ ୩ ଜଣ ଯୁବତୀ ମଦ ପିଇ ରାସ୍ତାରେ କଲେ ହଙ୍ଗାମା । ପୋଲିସକୁ କଲେ ଦୁର୍ବ୍ୟବହାର । ସେମାନଙ୍କୁ କାବୁ କରିବାକୁ ଯାଇ ନାକେଦମ ହେଲା ପୋଲିସ । ଯେତେ ବୁଝେଇଲେ ବି ବୁଝିବାକୁ ନାରାଜ ଥିଲେ ଯୁବତୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ ।

Advertisment

ବିଚ୍‌ ରାସ୍ତାରେ ହାଇ ଭୋଲଟେଜ ଡ୍ରାମା କଲେ ନିଶାସକ୍ତ ଯୁବତୀ। ରାସ୍ତାରେ ଘଟାଇଲେ ତୁମୁଳ କାଣ୍ଡ। ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ବି ସ୍ଥିତି ଅସମ୍ଭାଳ ଥିଲା । ନିଶାସକ୍ତ ୩ ଯୁବତୀ ପୋଲିସ୍‌କୁ ବି ଛାଡ଼ିଲେନି । ସେମାନେ ପୋଲିସ୍‌ ଅଧିକାରୀଙ୍କ ସହ ହାତାହାତି ହେବାକୁ ପଛାଇଲେ ନାହିଁ । ବହୁ ଚେଷ୍ଟା ପରେ ପୋଲିସ୍ ୩ ଯୁବତୀଙ୍କୁ ଗିରଫ କରି ଥାନାକୁ ନେଇଥିଲା। ଏପରି ଏକ ସାଂଘାତିକ ଡ୍ରାମା ମୁମ୍ବାଇର ସଟେବିରାର ସହରରେ ଦେଖିବାକୁ ମିଳିଛି।

ସଟେବିରାର ଅଞ୍ଚଳର ଏକ ବାର୍‌ ଓ ରେଷ୍ଟୁରାଣ୍ଟରେ ୩ ନିଶାସକ୍ତ ଯୁବତୀ ଉତ୍ପାତ ହେଉଥିବା ନେଇ ପୋଲିସ୍‌ ସୂଚନା ପାଇଥିଲା। ଏହାପରେ ତୁରନ୍ତ ଜଣେ ମହିଳା ପୋଲିସ୍‌ ଅଧିକାରୀ ନିଜ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଶାରେ ଆଉଟ ଅଫ୍‌ କଣ୍ଟ୍ରୋଲ ଯୁବତୀମାନଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନେ କିନ୍ତୁ କିଛି ଶୁଣିବା ମୁଡରେ ନ ଥିଲେ। ଓଲଟା ସେମାନେ ପୋଲିସ୍‌ ସହ ଟଣାଓଟରା କରିଥିଲେ।

Advertisment

ପୋଲିସ୍ ଅଧିକାରୀଙ୍କ ସାର୍ଟ ଟାଣି ଛିଣ୍ଡାଇବା ସହ ହାତକୁ କାମୁଡ଼ି ଦେଇଥିଲେ। କେବଳ ଏତିକିରେ ସରି ନ ଥିଲା ସେମାନଙ୍କ କାରନାମା। ଏହାପରେ ପୋଲିସ୍‌ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିବାରୁ ସେମାନେ ଅଧିକାରୀଙ୍କ ଚୁଟି ଟଣାଟଣି କରି ମାରଧର କରିବାକୁ ପଛାଇ ବି ନ ଥିଲେ। ସ୍ଥିତି ଅଣାୟତ୍ତ ହେବାରୁ ପୋଲିସ୍‌ ସମସ୍ତ ୩ ଯୁବତୀଙ୍କୁ ବାନ୍ଧି ଥାନାକୁ ନେଇଛି। ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍‌ କହିଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ