Advertisment

ବାଟହାଟ ମାନିଲେନି; ସ୍କୁଟି ଉପରେ ଜବରଦସ୍ତ ରୋମାନ୍ସ..ଭିଡିଓ ଭାଇରାଲ..

ଚଳନ୍ତା ସ୍କୁଟି ଉପରେ ଚାଲିଛି ରୋମାନ୍ସ। ଜଣେ ପ୍ରେମୀଯୁଗଳ ବିଚ୍‌ ରାସ୍ତାରେ ସ୍କୁଟି ଚଳାଇବା ସହ ଏହାଉପରେ ବସି କରୁଛନ୍ତି ପ୍ରେମ।

Couple Romance

Couple Romance

Advertisment

ମୁଣ୍ତରେ ନାହିଁ ହେଲମେଟ୍‌, ପୁଣି ଗାଡ଼ି ଚାଲୁଛି ସାଇଁ ସାଇଁ । ପୁଅ-ଝିଅ ରୋମାନ୍ସ କରିବାରେ ଏତେ ବ୍ୟସ୍ତ ଯେ କେତେବେଳେ କ’ଣ ହେବ ଜଣାନାହିଁ । ସରକାର ସଡ଼ ସୁରକ୍ଷା ନେଇ ସଚେତନତା ବାର୍ତ୍ତା ଦେଉଥିବା ବେଳେ ଯୁବପିଢି ନିୟମକୁ ଫୁ କରି ଦେଉଛନ୍ତି । ତେବେ ଜଣେ ପ୍ରେମୀଯୁଗଳଙ୍କ ରୋମାନ୍ସର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Advertisment

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ଯୁବତୀ ନିଜ ପ୍ରେମୀଯୁଗଳ ଚଳନ୍ତା ସ୍କୁଟିରେ ରୋମାନ୍ସ କରୁଛନ୍ତି । ପ୍ରେମିକା ଜଣକ ପ୍ରେମିକଙ୍କୁ ସାମ୍ନା ପଟୁ ବସି ଆଲିଙ୍ଗନ କରୁଛନ୍ତି । ଆଶ୍ଚର୍ଯ୍ୟର କଥା ହେଲା ଦୁହେଁ ହେଲମେଟ ପିନ୍ଧିନାହାନ୍ତି ଆଉ ଗାଡ଼ିକୁ ଦ୍ରୁତ ଗତିରେ ଚଳାଉଛନ୍ତି । ଯାହା ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଜନଗହଳି ସ୍ଥାନରେ ପ୍ରେମୀଯୁଗଳଙ୍କ ଏଭଳି ଆଚରଣକୁ ଲୋକେ ନିନ୍ଦା କରିଛନ୍ତି ।

ଏହି ଭିଡିଓକୁ ବାନ୍ଦ୍ରା ବଜ୍‌ ଏକ୍ସ ପେଜ୍‌ରୁ ସେୟାର କରାଯାଇଛି । ୟୁଜର୍ସ ଏହି ଭିଡିଓରେ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରିଛନ୍ତି । ଅନେକ ଏହାକୁ ତୀବ୍ର ବିରୋଧ କରିବା ସହ କିଛି ଏହାକୁ ମନେରଞ୍ଜନର ମାଧ୍ୟମ ବୋଲି କହିଛନ୍ତି । ଅନେକ ଲୋକ ଦାୟିତ୍ୱହୀନ ଏବଂ ଅଶ୍ଳୀଳ ଆଚରଣ ପାଇଁ ଉଭୟଙ୍କୁ ସମାଲୋଚନା କରିଛନ୍ତି । ମୁମ୍ବାଇ ଟ୍ରାଫିକ ପୁଲିସ ଏଥିପ୍ରତି ଧ୍ୟାନ ଦେବା ସହ ଏହି ଦମ୍ପତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ତେବେ ଏହି ଦମ୍ପତି ଜଣକ କିଏ ଓ କେଉଁଠିକାର ସେ ନେଇ କିଛି ସୂଚନା ମିଳିନାହିଁ ।

Advertisment

ପୂର୍ବରୁ ମଧ୍ୟ ପ୍ରେମୀଯୁଗଳ ନିଜର ଶାଳୀନତା ଭୁଲି ଜନଗହଳି ସ୍ଥାନରେ ରୋମାନ୍ସ କରୁଥିବାର ଭିଡିଓ ଭାଇରାଲ ହୋଇଛି । ବିଶେଷ କରି ଦିଲ୍ଲୀ ମେଟ୍ରୋରେ ବାରମ୍ବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

Advertisment
Couple Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ