Advertisment

Viral Video: ଟମାଟୋ ଜଗିବାକୁ ମୁତୟନ ହୋଇଥିଲେ ବାଉନ୍‌ସର୍...ବାପା-ପୁଅ ଗିରଫ

ମହଙ୍ଗା ଟମାଟୋର ସୁରକ୍ଷା ପାଇଁ ସମାଜବାଦୀ ପାର୍ଟି କର୍ମକର୍ତ୍ତାଙ୍କ ଦ୍ୱାରା ଦୁଇ 'ବାଉନ୍‌ସର୍' ନିଯୁକ୍ତି ସଂପର୍କରେ ପୋଲିସ ଏକ ପରିବା ବିକାଳି ଏବଂ ତାଙ୍କ ପୁଅକୁ ଗିରଫ କରିଛି। ନିଜକୁ ଦୋକାନ ମାଲିକ ବୋଲି ଦର୍ଶାଇ ସମାଜବାଦୀ ପାର୍ଟି କର୍ମୀ ଅଜୟ ଫୌଜୀ ଫେରାର୍ ଅଛନ୍ତି।

ଅଦ୍ୟତନ ହୋଇଛି
2 arrested to deployed bouncer to guard tamato

2 arrested to deployed bouncer to guard tamato

Advertisment

ମହଙ୍ଗା ଟମାଟୋର ସୁରକ୍ଷା ପାଇଁ ସମାଜବାଦୀ ପାର୍ଟି କର୍ମକର୍ତ୍ତାଙ୍କ ଦ୍ୱାରା ଦୁଇ 'ବାଉନ୍‌ସର୍' ନିଯୁକ୍ତି ସଂପର୍କରେ ପୋଲିସ ଏକ ପନିପରିବା ବିକ୍ରେତା ଏବଂ ତାଙ୍କ ପୁଅକୁ ଗିରଫ କରିଛି। ଏହି ମାମଲା ସମ୍ପର୍କରେ ସୂଚନା ଦେଇ ଉତ୍ତରପ୍ରଦେଶର ବାରାଣାସିସ୍ଥ ଲଙ୍କା ଥାନା ଦାୟିତ୍ୱରେ ଥିବା ଅଶ୍ୱିନୀ ପାଣ୍ଡେ କହିଛନ୍ତି ଯେ ଏକ ଭିଡିଓରେ ନିଜକୁ ଦୋକାନ ମାଲିକ ବୋଲି ଦର୍ଶାଇ ସମାଜବାଦୀ ପାର୍ଟି କର୍ମୀ ଅଜୟ ଫୌଜୀ ଫେରାର୍ ଅଛନ୍ତି। ରବିବାର ଦିନ 'ମାନହାନି' ମାମଲାରେ ଜଗନାରାୟଣ ଯାଦବ ଏବଂ ତାଙ୍କ ପୁଅ ବିକାଶ ଯାଦବଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି।

Advertisment

ଭିଡିଓରେ ସପା କର୍ମୀ କହିଛନ୍ତି ଯେ ସେ ଟମାଟୋ ଦର ମୁଲଚାଲ କରୁଥିବାବେଳେ ଗ୍ରାହକଙ୍କ କ୍ରୋଧକୁ ଏଡାଇବା ପାଇଁ ୨ ବାଉନ୍ସର୍ ନିୟୋଜିତ କରିଛନ୍ତି। ପନିପରିବା ମୂଲ୍ୟ ବୃଦ୍ଧି ନେଇ ସପା କେନ୍ଦ୍ର ତଥା ରାଜ୍ୟରେ ବିଜେପି ସରକାରଙ୍କୁ ଟାର୍ଗେଟ୍‌ କରୁଛି। ଫୌଜୀ ନିକଟରେ ଏକ ଟମାଟୋ ଆକୃତିର କେକ୍ କାଟି ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଜନ୍ମଦିନରେ ଟମାଟୋ ବଣ୍ଟନ କରିଥିଲେ। ପୋଲିସ କହିଛି ଯେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୫୩, ୨୯୧ ଏବଂ ୫୦୫ ଅନୁଯାୟୀ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏଫ୍‌ଆଇଆର୍‌ ପଞ୍ଜିକୃତ ହୋଇଛି।

ସପା ମୁଖ୍ୟ ଅଖିଳେଶ ଯାଦବ ଏ ବିଷୟରେ ଟୁଇଟ୍ କରି ଜଣାଇଛନ୍ତି, “ଯେଉଁ ଦେଶ ତଥା ରାଜ୍ୟରେ ସୁସ୍ଥ ବ୍ୟଙ୍ଗ ଏବଂ କଟାକ୍ଷ ପାଇଁ ସ୍ଥାନ ନାହିଁ, ଏହା ବୁଝିନେବା ଉଚିତ ଯେ ଅନ୍ୟମାନଙ୍କୁ ଡରଉଥିବା କ୍ଷମତା, ନିଜେ ଡରି ଯାଇଛି।”

Advertisment

ଏହାପୂର୍ବରୁ ରବିବାର ଦିନ ସେ ଟ୍ୱିଟ୍ କରି କହିଥିଲେ ଯେ “ବାରାଣାସୀରେ ମୂଲ୍ୟ ବୃଦ୍ଧି ଭଳି ଜନସାଧାରଣଙ୍କ ସ୍ୱାର୍ଥ ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ପରିବା ବିକାଳିଙ୍କୁ ଥାନାରେ ଅଟକ ରଖିବା କେତେ ଦୂର ଉଚିତ।” ଏଥିସହିତ, ସପା କର୍ମୀଙ୍କ ଏହି ପଦକ୍ଷେପକୁ ରାଜନୈତିକ ଫାଇଦା ନେବାକୁ ଏକ ପ୍ରୟାସ ବୋଲି କୁହାଯାଉଛି।

Advertisment

ଆଉ ଏକ ଟ୍ୱିଟ୍‌ରେ ଅଖିଳେଶ କହିଛନ୍ତି ଯେ “ବିଜେପି ଟମାଟୋକୁ 'Z-Plus' ସୁରକ୍ଷା ଦେବା ଉଚିତ।”

ଏହା ପୂର୍ବରୁ ବାଉନ୍ସର୍ ନିୟୋଜିତ କରିବାର ଆବଶ୍ୟକତା ସମ୍ପର୍କରେ ଅଜୟ ଫୌଜି କହିଥିଲେ ଯେ “ଟମାଟୋ ଦର ଅଧିକ ଥିବାରୁ ଏହାକୁ କିଣିବା ସମୟରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେବା ଖବର ଆସିଥିଲା। ଆମ ଦୋକାନକୁ ଆସୁଥିବା ଲୋକମାନେ ମଧ୍ୟ ସେହିପରି କରିବାକୁ ଚେଷ୍ଟା କଲେ। ଯେତେବେଳେ ମୁଁ ଅନୁଭବ କଲି ଯେ ବହୁତ ଅଧିକ ହୋଇଗଲା, ମୁଁ ମୋ ଦୋକାନରେ ବାଉନ୍ସର୍ ନିୟୋଜିତ କରିବାକୁ ସ୍ଥିର କଲି।”

ଫୌଜି ଟମାଟୋ କେଜିକୁ ୧୪୦ରୁ ୧୫୦ ଟଙ୍କା ମଧ୍ୟରେ ବିକ୍ରି କରୁଥିବା ବେଳେ ତାଙ୍କ ଦୋକାନା ପାଖରେ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବାଉନ୍‌ସର୍‌ମାନେ ଜଗି ରହୁଥିଲେ।

ତେବେ ଜଗନାରାୟଣ ଯାଦବଙ୍କ ପରିବାର ଏବଂ ଆଖପାଖର ଲୋକମାନେ କହିଛନ୍ତି ଯେ ଗିରଫ ପରିବା ବିକାଳି ଏବଂ ତାଙ୍କ ପୁଅ ନିର୍ଦ୍ଦୋଷ। ଆହୁରି ମଧ୍ୟ, ସେମାନେ ଫୌଜିଙ୍କୁ ସମଗ୍ର ଷଡ଼ଯନ୍ତ୍ରର କାର୍ପଟଦାର ବୋଲି କହିଛନ୍ତି।

Social Media Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ