Advertisment

Viral Video: ଦିଲ୍ଲୀ ମେଟ୍ରୋରେ ଦୁଇ ମହିଳା ମୁହାଁମୁହିଁ; ପାଟିରୁ ବାହାରୁଛି ଅଶାଳୀନ ଭାଷା

ଭାଇରାଲ୍ ହେଇଛି ଦିଲ୍ଲୀ ମେଟ୍ରୋରେ ଦୁଇ ମହିଳା ମୁହାଁମୁହିଁ ହେବାର ଭିଡିଓ। ଜଣେ ଧରିଛି ଚପଲ, ଆଉ ଜଣେ ବୋତଲ। ପରସ୍ପରଙ୍କୁ କରୁଛନ୍ତି ଦୁର୍ବ୍ୟବହାର। ଲୋକେ କହିଲେ “ଦିଲ୍ଲୀ ମେଟ୍ରୋକୁ କୁରୁକ୍ଷେତ୍ର ନାମରେ ନାମିତ କରାଯିବା ଉଚିତ।”

Two women were seen fighting in delhi metro

Two women were seen fighting in delhi metro

Advertisment

ଦିଲ୍ଲୀ ମେଟ୍ରୋ ସହ ଜଡିତ କିଛି ନା କିଛି ବିବାଦୀୟ ଭିଡିଓ ପ୍ରାୟ ସମୟ ସାମ୍ନାକୁ ଆସୁଛି। କେତେବେଳେ ଅଶ୍ଳୀଳତା ତ କେତେବେଳେ ଅଭଦ୍ରତାକୁ ନେଇ ଭିଡିଓ ଭାଇରାଲ୍ ହେବା ଦେଖାଯାଏ। ଲୋକମାନେ ମେଟ୍ରୋରେ ଅନେକ ସମୟରେ ବାଡିଆପିଟା ହେବା ତ ଆଉ କେତେବେଳେ ଅଜବ କାର୍ଯ୍ୟ କରୁଥିବା ଦେଖାଯାଆନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଦିଲ୍ଲୀ ମେଟ୍ରୋର ଏଭଳି ଚିତ୍ର ଲଜ୍ଜାଜନକ ଅଟେ ଯାହା ଡିଏମ୍‌ଆରସି ଉପରେ ମଧ୍ୟ ପ୍ରଶ୍ନ ଉଠାଏ।

Advertisment

ଏମାନଙ୍କ ବ୍ୟତୀତ ସୋସିଆଲ ମିଡିଆ ଭିଡିଓ ପାଇଁ ଦିଲ୍ଲୀ ମେଟ୍ରୋ ମଧ୍ୟ ଲୋକଙ୍କ ପ୍ରଥମ ପସନ୍ଦ ହୋଇପାରିଛି। କିନ୍ତୁ ଏଥର ଯେଉଁ ଭିଡିଓ ଭାଇରାଲ୍‌ ହେଉଛି ତାହା କୌଣସି ଡ୍ୟାନ୍ସ ଭିଡିଓ କି ପ୍ରେମଜନିତ ନୁହେଁ। ବରଂ ଦୁଇ ମହିଳାଙ୍କ ମଧ୍ୟରେ ପାରସ୍ପରିକ ମୁହାଁମୁହିଁ ହେବାର ଦୃଶ୍ୟ ଦେଖିବାକୁ ମିଳିଛି।

ଟ୍ୱିଟର ଆକାଉଣ୍ଟ @DeepikaBhardwaj ରେ ଶେୟାର ହୋଇଥିବା ଦିଲ୍ଲୀ ମେଟ୍ରୋର ଏହି ଲଜ୍ଜାଜନକ ଦୃଶ୍ୟ ଦେଖିବାକୁ ମିଳିଛି। ମେଟ୍ରୋର ମହିଳା କୋଚ୍‌ରେ ଦୁଇଜଣ ମହିଳା ହାତରେ ଚପଲ ଏବଂ ବୋତଲ ଧରି ମୁହାଁମୁହିଁ ହେବା ଦେଖିବାକୁ ମିଳେ। ଖାଲି ଏତିକି ନୁହେଁ ଉଭୟ ପରସ୍ପରକୁ ଦୁର୍ବ୍ୟବହାର ମଧ୍ୟ କରୁଥିବା ମଧ୍ୟ ଦେଖାଯାଏ। ସେହି ବଗିରେ ଉପସ୍ଥିତ ଥିବା ବାକି ମହିଳା ଯାତ୍ରୀମାନେ ଏଥିରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଥିବା ଦେଖାଯାଏ। ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି।

Advertisment

ଭାଇରାଲ ଭିଡିଓରେ ଦେଖାଯାଏ ଯେ ଦୁଇଜଣ ମହିଳା ପରସ୍ପର ସହ ଯୁକ୍ତିତର୍କ କରୁଛନ୍ତି। ଅନ୍ୟ ମହିଳା ଯାତ୍ରୀମାନେ ମେଟ୍ରୋର ଉଭୟ ପାର୍ଶ୍ୱରେ ଥିବା ସିଟ୍‌ରେ ବସିଥିବାର ନଜର ଆସିଛନ୍ତି। ଏହି ସମୟରେ ଦୁଇ ମହିଳା ଠିଆ ହୋଇ ପରସ୍ପରକୁ ଅଶାଳୀନ ଭାଷା ବ୍ୟବହାର କରୁଥିବା ଶୁଣିବାକୁ ମିଳେ।

କଥା ଏତେ ବାଟ ପଳେଇଲା ଯେ ଜଣେ ମହିଳା ହାତରେ ଚପଲ ଧରିଥିବା ବେଳେ ଅନ୍ୟ ଜଣେ ବୋତଲ ପରସ୍ପରକୁ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଗଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଯାତ୍ରୀମାନେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ।

Advertisment

ସେମାନେ ଝଗଡ କରୁଥିବା ମହିଳାଙ୍କୁ ଏହା ବନ୍ଦ କରିବାକୁ ଅନୁରୋଧ କରିଆସୁଥିଲେ। ତେବେ କଥା ଏହା ଯେ ସିଟ୍‌କୁ ନେଇ ଏହି ଝଗଡା ହୋଇଥିବା ଜଣାଯାଏ। ସିଟ୍ ନ ମିଳିବାରୁ ଏହି ଝଗଡା ହୋଇଥିବା ଭିଡିଓରୁ ଜଣାପଡେ।

ତେବେ ଦୀର୍ଘ ଦିନ ଧରି ଦିଲ୍ଲୀ ମେଟ୍ରୋ ସହ ଜଡିତ ଗୋଟିଏ ପରେ ଗୋଟିଏ ବିବାଦୀୟ ଭିଡିଓ ସାମ୍ନାକୁ ଆସୁଛି। ଯେଉଁଥିପାଇଁ ଲୋକେ ମଧ୍ୟ ବହୁତ ଚିନ୍ତିତ। ଏହି ସମୟରେ, ଦୁଇ ମହିଳାଙ୍କ ମଧ୍ୟରେ ଝଗଡା ହେବାର ଏହି ଭିଡିଓ ଦେଖି ଜଣେ ମତ ଦେଇଛନ୍ତି – “ଦିଲ୍ଲୀ ମେଟ୍ରୋକୁ କୁରୁକ୍ଷେତ୍ର ନାମରେ ନାମିତ କରାଯିବା ଉଚିତ।”

Delhi Metro Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ