Advertisment

ଆଶ୍ଚର୍ଯ୍ୟ ! ! ! ଆପେ ଆପେ ଷ୍ଟାର୍ଟ ହୋଇ ଗଡ଼ିଲା ଟ୍ରାକ୍ଟର, କାଚ ଭାଙ୍ଗି ଶୋ’ ରୁମ୍‌ ଭିତରେ ପଶିଲା...

ଆପେ ଆପେ ଗଡ଼ିଲା ଟ୍ରାକ୍ଟର। ଆଉ ସିଧା ଯାଇ ଶୋ’ ରୁମ୍‌ର କାଚ ଭାଙ୍ଗି ଭିତରେ ପଶିଲା। ଉତ୍ତରପ୍ରଦେଶର ବିଜନୌରରେ ଏହି ଆଶ୍ଚର୍ଯ୍ୟକର ଘଟଣା ଘଟିଛି।

Tractor starting on its own entering shop video goes viral

Tractor starting on its own entering shop video goes viral

Advertisment

ଆପେ ଆପେ ଷ୍ଟାର୍ଟ ହୋଇ ଗଡ଼ିଲା ଟ୍ରାକ୍ଟର। ଆଉ ସିଧା ଯାଇ ଶୋ’ ରୁମ୍‌ର କାଚ ଭାଙ୍ଗି ଭିତରେ ପଶିଲା। ଉତ୍ତରପ୍ରଦେଶର ବିଜନୌରରେ ଏହି ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଜୋତା ଶୋ’ ରୁମ୍‌ ସାମ୍ନାରେ ଛିଡ଼ା ହୋଇଥିବା ଏକ ଟ୍ରାକ୍ଟର ଆପେ ଆପେ ଷ୍ଟାର୍ଟ ହୋଇ ସିଧା ଯାଇ ଶୋ’ ରୁମ୍‌ର କାଚ ଭାଙ୍ଗି ଭିତରେ ପଶିଥିଲା। ଏଥିରେ ଶୋ’ ରୁମ୍‌ର ଅନ୍ୟାନ୍ୟ ଜିନିଷ ମଧ୍ୟ ଭାଙ୍ଗି ଯାଇଛି। 

Advertisment

କିଭଳି ଓ କେଉଁ ପରିସ୍ଥିତିରେ ଟ୍ରାକ୍ଟର ହଠାତ୍‌ ଷ୍ଟାର୍ଟ ହେଲା ତାହା ଜଣାପଡ଼ିନି। ତେବେ ଏସମସ୍ତ ଦୃଶ୍ୟ ଶୋ’ ରୁମ୍‌ରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଅଭିଯୋଗ ପରେ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। ଗତ ବୁଧବାର ଦିନ ବିଜନୌର କୋଟୱାଲି ସିଟି ପୋଲିସ୍‌ ଷ୍ଟେସନ ସମ୍ମୁଖରେ ଏହି ଅଭାବନୀୟ ଘଟଣା ଘଟିଛି। 

Advertisment

ସୂଚନା ଅନୁସାରେ, ପୋଲିସ୍‌ ଷ୍ଟେସନରେ ସମାଧାନ ଦିବସ ଅବସରରେ କିଛି ଲୋକ କାର୍‌ ଓ ଟ୍ରାକ୍ଟରରେ ପହଞ୍ଚିଥିଲେ। କିଶାନ କୁମାର ନାମକ ଜଣେ ବ୍ୟକ୍ତି ଜୋତା ଶୋ’ ରୁମ୍‌ ସାମ୍ନାରେ ତାଙ୍କର ଟ୍ରାକ୍ଟର ପାର୍କିଂ କରିଥିଲେ। ପ୍ରାୟ ୧ ଘଣ୍ଟା ଧରି ଟ୍ରାକ୍ଟର ସେମିତି ଛିଡ଼ା ହୋଇଥିଲା। ହେଲେ ହଠାତ୍‌ ଏହା ଷ୍ଟାର୍ଟ ହୋଇ ଜୋତା ଶୋ’ ରୁମ୍‌ର କାଚ୍‌ ଭାଙ୍ଗି ଭିତରେ ପଶି ଥିଲା।

ଏହାଦେଖି ଶୋ’ ରୁମ୍‌ ଭିତରେ ବସିଥିବା ଜଣେ କର୍ମଚାରୀ ଦୌଡ଼ି ବାହାରକୁ ଚାଲି ଯାଇଥିବା ବେଳେ ଆଉ କିଛି ଲୋକ ଦୌଡ଼ି ଆସି ଏହାକୁ ଅଟକାଇବା ପାଇଁ ପ୍ରୟାସ କରିଥିଲେ।ଏହାଦ୍ୱାରା ଖାଲି ଶୋ’ ରୁମ୍‌ର କାଚ ଭାଙ୍ଗି ନାହିଁ ବରଂ ଅନ୍ୟାନ୍ୟ ଜିନିଷ ମଧ୍ୟ ଭାଙ୍ଗି ଯାଇଛି। ଏପରିକି ଶୋ’ ରୁମ୍‌ ବାହାରେ ପାର୍କିଂ ହୋଇଥିବା କିଛି କର୍ମଚାରୀଙ୍କ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଅଭିଯୋଗ ପରେ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି।

Advertisment
Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ