Advertisment

Viral Story: ଭାଇରାଲ୍ ମୀମ୍ସ; “ଏକ୍‌ ଟମୋଟୋ କି କିମତ ତୁମ୍ କ୍ୟା ଜାନୋ, ରମେଶ ବାବୁ!!”

ଗରିବର ପଖାଳ କଂସା ସାଙ୍ଗକୁ ଗୋଟେ ଟମାଟୋ ପୋଡା ଭରସା ସାଜିଥିବା ବେଳେ ଏବେ ଏହାର ଆକାଶଛୁଆଁ ଦର ଲୋକଙ୍କୁ ନିରାଶ କରିଛି। ମଧ୍ୟବୀତ୍ତଙ୍କ ତରକାରୀକୁ ସ୍ୱାଦହୀନ କରିଦେଇଛି। ଦେଖନ୍ତୁ ଏହି ମଜ୍ଜାଳିଆ ମୀମ୍ସ।

Tomato price  hike sparks hilarious memes on social media

Tomato price hike sparks hilarious memes on social media

Advertisment

ଆଜିକାଲି ପ୍ରତ୍ୟେକ ତରକାରୀରେ ଟମାଟୋ ନ ହେଲେ ସେ ତରକାରୀ ସ୍ୱାଦହୀନ ହୋଇଯାଉଛି। ଗରିବର ପଖାଳ ସାଙ୍ଗକୁ ଗୋଟେ ଦୁଇଟା ଟମାଟୋ ପୋଡା ହୋଇଗଲେ କଥା ନିଆରା। କିନ୍ତୁ ଏବେ ଏହାର ଦାମ ଆକାଶଛୁଆଁ ହୋଇଥିବା ଲୋକେ ନିରାଶ ହୋଇପଡିଛନ୍ତି।

Advertisment

କେତେକ ସ୍ଥାନରେ ଏହି ଟମାଟୋ ମୂଲ୍ୟ ବୃଦ୍ଧି ଶୁଣିବା ପରେ ଲୋକଙ୍କ ଚେହେରା ବି ଟମାଟୋ ପରି ଲାଲ ପଡିଯାଉଛି ତ ପୁଣି କେତେକ ସ୍ଥାନରେ ଟମାଟୋ ମୂଲ୍ୟ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଲୋକମାନେ ନିଜର କ୍ରୋଧ ପ୍ରକାଶ କରିବାରେ ଲାଗିଛନ୍ତି।

ତେବେ ଟମାଟୋର ମୂଲ୍ୟ ଶୁଣି ଲୋକଙ୍କ ଚେହେରା ନାଲି ହେଉ କି ଧଳା, ଏହାର ମୂଲ୍ୟ କମିବାର ନା’ ନେଉ ନାହିଁ। ଏନେଇ ଜନସାଧାରଣ ବର୍ତ୍ତମାନ ମୀମ୍ସ ସାହାଯ୍ୟରେ ଇଣ୍ଟର୍‌ନେଟ୍‌ରେ ନିଜର ଯନ୍ତ୍ରଣା ପ୍ରକାଶ କରୁଛନ୍ତି। ଲୋକେ ମଜ୍ଜାଳିଆ ଢଙ୍ଗରେ କହୁଛନ୍ତି, “ଏକ୍‌ ଟମୋଟୋ କି କିମତ ତୁମ୍ କ୍ୟା ଜାନୋ, ରମେଶ ବାବୁ!!”

Advertisment

ପୂର୍ବରୁ ଟମାଟୋ କିଲୋଗ୍ରାମ ପିଛା ୨୦ ରୁ ୩୦ ଟଙ୍କାରେ ମିଳୁଥିଲା। ବର୍ତ୍ତମାନ ଏହା କିଲୋଗ୍ରାମ ପ୍ରତି ୧୦୦ରୁ ୧୪୦ ଟଙ୍କା ପର୍ଯ୍ୟନ୍ତ ହୋଇଛି। ଟମାଟୋ ମୂଲ୍ୟରେ ବୃଦ୍ଧିର କାରଣ ବର୍ଷା ବୋଲି କୁହାଯାଉଛି। କୁହାଯାଉଛି ଯେ ବର୍ଷା ଟମାଟୋ ଫସଲରେ ଅନେକ କ୍ଷତି କରିଛି। ଏହି କାରଣର ଏହାର ଚାହିଦା ଏବଂ ଯୋଗାଣ ପ୍ରଭାବିତ ହେଉଛି।

Advertisment

ତେବେ ପନିପରିବା ଭିତରେ କେବଳ ଟମାଟୋ ନୁହେଁ, ଅଦା, ଲଙ୍କା, କ୍ୟାପ୍‌ସିକମ୍ ପରି ପନିପରିବାର ମୂଲ୍ୟ ମଧ୍ୟ ବଢିଛି। ଏହାକୁ ନେଇ ଲୋକମାନେ ସୋସିଆଲ ମିଡିଆରେ ମୀମ୍ସ କରି ସେମାନଙ୍କର ଦୁଃଖ ପ୍ରକାଶ କରୁଛନ୍ତି।


— Sandeep Sharma (@nitrotoluene) June 27, 2023


— Sandeep Sharma (@nitrotoluene) June 27, 2023


— g0v!ñD $#@®mA (@rishu_1809) June 27, 2023

ଟମାଟୋ ମୂଲ୍ୟ ବୃଦ୍ଧିର ପ୍ରଭାବ ଓଡିଶା, ଦିଲ୍ଲୀ-ନୋଏଡା, ଉତ୍ତରପ୍ରଦେଶ, ବେଙ୍ଗାଲୁରୁ, ହରିୟାଣା ସମେତ ଦେଶର ଅନେକ ସ୍ଥାନରେ ଦେଖାଯାଉଛି। ଏହି ମୂଲ୍ୟ ବୃଦ୍ଧି ଖାଦ୍ୟର ସ୍ୱାଦକୁ ହ୍ରାସ କରିଦେଇଛି। ଲୋକମାନେ ଏହା ଉପରେ ପ୍ରତିକ୍ରିୟା ଦେଇ ନିଜର କ୍ରୋଧ ପ୍ରକାଶ କରୁଛନ୍ତି। ସୋସିଆଲ ମିଡିଆରେ ଏହିପରି ଅନେକ ମୀମ୍ସ ପୋଷ୍ଟ ଭାଇରାଲ ହେବାରେ ଲାଗିଛି।


— Bhavesh Joshi 🇮🇳 (@_BhaveshJoshi) June 27, 2023


— Mack🌚 (@whyy_mack) June 27, 2023


— Pranjul Sharma 🌸 (@pranjultweet) June 27, 2023

Social Media Viral Story Viral Memes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ