Tomato price hike sparks hilarious memes on social media
ଆଜିକାଲି ପ୍ରତ୍ୟେକ ତରକାରୀରେ ଟମାଟୋ ନ ହେଲେ ସେ ତରକାରୀ ସ୍ୱାଦହୀନ ହୋଇଯାଉଛି। ଗରିବର ପଖାଳ ସାଙ୍ଗକୁ ଗୋଟେ ଦୁଇଟା ଟମାଟୋ ପୋଡା ହୋଇଗଲେ କଥା ନିଆରା। କିନ୍ତୁ ଏବେ ଏହାର ଦାମ ଆକାଶଛୁଆଁ ହୋଇଥିବା ଲୋକେ ନିରାଶ ହୋଇପଡିଛନ୍ତି।
କେତେକ ସ୍ଥାନରେ ଏହି ଟମାଟୋ ମୂଲ୍ୟ ବୃଦ୍ଧି ଶୁଣିବା ପରେ ଲୋକଙ୍କ ଚେହେରା ବି ଟମାଟୋ ପରି ଲାଲ ପଡିଯାଉଛି ତ ପୁଣି କେତେକ ସ୍ଥାନରେ ଟମାଟୋ ମୂଲ୍ୟ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଲୋକମାନେ ନିଜର କ୍ରୋଧ ପ୍ରକାଶ କରିବାରେ ଲାଗିଛନ୍ତି।
ତେବେ ଟମାଟୋର ମୂଲ୍ୟ ଶୁଣି ଲୋକଙ୍କ ଚେହେରା ନାଲି ହେଉ କି ଧଳା, ଏହାର ମୂଲ୍ୟ କମିବାର ନା’ ନେଉ ନାହିଁ। ଏନେଇ ଜନସାଧାରଣ ବର୍ତ୍ତମାନ ମୀମ୍ସ ସାହାଯ୍ୟରେ ଇଣ୍ଟର୍ନେଟ୍ରେ ନିଜର ଯନ୍ତ୍ରଣା ପ୍ରକାଶ କରୁଛନ୍ତି। ଲୋକେ ମଜ୍ଜାଳିଆ ଢଙ୍ଗରେ କହୁଛନ୍ତି, “ଏକ୍ ଟମୋଟୋ କି କିମତ ତୁମ୍ କ୍ୟା ଜାନୋ, ରମେଶ ବାବୁ!!”
ପୂର୍ବରୁ ଟମାଟୋ କିଲୋଗ୍ରାମ ପିଛା ୨୦ ରୁ ୩୦ ଟଙ୍କାରେ ମିଳୁଥିଲା। ବର୍ତ୍ତମାନ ଏହା କିଲୋଗ୍ରାମ ପ୍ରତି ୧୦୦ରୁ ୧୪୦ ଟଙ୍କା ପର୍ଯ୍ୟନ୍ତ ହୋଇଛି। ଟମାଟୋ ମୂଲ୍ୟରେ ବୃଦ୍ଧିର କାରଣ ବର୍ଷା ବୋଲି କୁହାଯାଉଛି। କୁହାଯାଉଛି ଯେ ବର୍ଷା ଟମାଟୋ ଫସଲରେ ଅନେକ କ୍ଷତି କରିଛି। ଏହି କାରଣର ଏହାର ଚାହିଦା ଏବଂ ଯୋଗାଣ ପ୍ରଭାବିତ ହେଉଛି।
ତେବେ ପନିପରିବା ଭିତରେ କେବଳ ଟମାଟୋ ନୁହେଁ, ଅଦା, ଲଙ୍କା, କ୍ୟାପ୍ସିକମ୍ ପରି ପନିପରିବାର ମୂଲ୍ୟ ମଧ୍ୟ ବଢିଛି। ଏହାକୁ ନେଇ ଲୋକମାନେ ସୋସିଆଲ ମିଡିଆରେ ମୀମ୍ସ କରି ସେମାନଙ୍କର ଦୁଃଖ ପ୍ରକାଶ କରୁଛନ୍ତି।
Tomato to other vegetables these days#TomatoPricepic.twitter.com/c6zqetSfRx
— Bhavesh Joshi 🇮🇳 (@_BhaveshJoshi) June 27, 2023
— Mack🌚 (@whyy_mack) June 27, 2023
Tomato's price nowadays : pic.twitter.com/ZpxdGYKaGC
— Pranjul Sharma 🌸 (@pranjultweet) June 27, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687873449.jpg)