Advertisment

ଫିଲ୍ମ ଷ୍ଟାଇଲ୍‌ରେ AIIMS ଏମର୍ଜେନ୍ସି ୱାର୍ଡ ଭିତରେ ପଶିଲା ପୋଲିସ ଗାଡ଼ି..!

ହସ୍ପିଟାଲ ଗାର୍ଡ ହୁଇସିଲ୍‌ ଫୁଙ୍କି ଷ୍ଟ୍ରେଚର ହଟାଇବା ପରେ ଅଭିଯୁକ୍ତଙ୍କୁ ଧରି ପୋଲିସ୍‌ ସେଠାରୁ ଚାଲି ଯାଇଥିଲା। ଏପରି ଏକ ଘଟଣା ଋଷିକେଶର AIIMSରେ ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Viral Video

Viral Video

Advertisment

ଭାଇରାଲ ହେଉଛି ଭିଡିଓ । ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ପ୍ରଥମେ ଭାବି ଆଶ୍ଚର୍ଯ୍ୟ ହେବେ କିଛି ଗୋଟେ ଘଟିଲା । ହେଲେ ତାପରେ ଯେତେବେଳେ ଜାଣିବେ ବାସ୍ତବରେ କ’ଣ ଘଟିଛି, ସେତେବେଳେ ଅଧିକ ଆଶ୍ଚର୍ଯ୍ୟ ହେବେ । ଘଟଣାଟି ଏହିପରି...। ଜଣେ  ଅଭିଯୁକ୍ତଙ୍କୁ ଧରିବାକୁ ହସ୍ପିଟାଲରେ ପଶିଗଲା ପୋଲିସ୍‌ କାର୍‌ । କେହି କିଛଇ ବୁଝିବା ଆଗରୁ ହସ୍ପିଟାଲର ଏମର୍ଜେନ୍ସି ୱାର୍ଡ ଭିତରେ ଏକ ପୋଲିସ୍‌ ଜିପ୍‌କୁ ଦେଖିବାକୁ ମିଳିଲା । ହସ୍ପିଟାଲ ଗାର୍ଡ ହୁଇସିଲ୍‌ ଫୁଙ୍କି ଷ୍ଟ୍ରେଚର ହଟାଇବା ପରେ ଅଭିଯୁକ୍ତଙ୍କୁ ଧରି ପୋଲିସ୍‌ ସେଠାରୁ ଚାଲି ଯାଇଥିଲା। ଏପରି ଏକ ଘଟଣା ଋଷିକେଶର AIIMSରେ ଦେଖିବାକୁ ମିଳିଛି।

Advertisment

ଉତ୍ତରାଖଣ୍ଡ ଋଷିକେଶସ୍ଥିତ AIIMSରେ ଜଣେ ମହିଳା ଡାକ୍ତରଙ୍କୁ ନର୍ସିଂ ଅଫିସର ସତୀଶ କୁମାର ଅପରେନ ଥିଏଟରରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାକୁ ନେଇ ହସ୍ପିଟାଲରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଡାକ୍ତରମାନେ ଧାରଣାରେ ବସିଥିଲେ। ଏପରିକି AIIMS ଡାକ୍ତରମାନେ ଡିନ୍‌ଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ।

Advertisment

ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ନର୍ସିଂ ଅଫିସର ସତୀଶଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହାପରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୁଲିସ୍‌ ହସ୍ପିଟାଲରେ ପହଞ୍ଚିଥିବା ବେଳେ ଉତ୍ତେଜନା ଆଶଙ୍କାରେ ଜିପ୍‌କୁ ଏମର୍ଜେନ୍ସି ୱାର୍ଡରେ ପଶାଇ ଦେଇଥିଲା।

ଉକ୍ତ ସମୟରେ ଏମର୍ଜେନ୍ସି ୱାର୍ଡରେ ରୋଗୀ ଭର୍ତ୍ତି ହୋଇଥିଲ। ଫଳରେ ସିକ୍ୟୁରିଟି ଗାର୍ଡ ରୋଗୀଙ୍କୁ ସାଇଡ କରିବା ପରେ ଗାଡ଼ି ଭିତରୁ ପୁଲିସ୍‌ ଅଧିକାରୀ ବାହାରି ହସ୍ପିଟାଲରୁ ସତୀଶଙ୍କୁ ଗିରଫ କରିଥିଲେ।

Advertisment

ଏନେଇ ପୁଲିସ୍‌ ଅଧିକାରୀ କହିଛନ୍ତି , ଗତ ୧୯ ତାରିଖରେ ଅଭିଯୁକ୍ତଜଣକ ଟ୍ରମା ଓଟିରେ ପୀଡ଼ିତା ଡାକ୍ତରଙ୍କୁ ଶାରୀରିକ ଉତ୍ପୀଡ଼ନ ଦେଇଥିବା ଆଭିଯୋଗ ହୋଇଛି। ଏନେଇ ପୀଡ଼ିତା ମହିଳା ଡାକ୍ତର ଗତ ୨୧ ତାରିଖରେ ଅଭିଯୋଗ କରିଥିଲେ। ଏହାପରେ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

AIIMS Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ