Advertisment

Viral Video: ବରଫ ଖଣ୍ଡରୁ ତିଆରି ହେଉଛି ଡିସ୍; ଏଠି ଭାରି ଲୋକପ୍ରିୟ

ଏବେ ଏକ ଚାଇନିଜ୍ ଷ୍ଟ୍ରିଟ୍ ଡିସ୍ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହା ଏମିତି ଏକ ଡିସ୍ ଯାହା ଗ୍ରିଲ୍ଡ ଆଇସ୍ କ୍ୟୁବ୍‌ରୁ ତିଆରି ହେଉଛି। ବଡ ବଡ ବରଫ ଖଣ୍ଡକୁ ଫ୍ରାଏ କରି ତା’ ଉପରେ ସସ୍ ଏବଂ ମସଲା ଦେଇ ଖିଆଯାଉଥିବାର ଏକ ଭିଡିଓ ଭାଇରାଲ୍ ହେଉଛି।

ଅଦ୍ୟତନ ହୋଇଛି
This snack is made by frying ice cubes

This snack is made by frying ice cubes

Advertisment

ଏବେ ଏକ ଚାଇନିଜ୍ ଷ୍ଟ୍ରିଟ୍ ଡିସ୍ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହା ଏମିତି ଏକ ଡିସ୍ ଯାହା ଗ୍ରିଲ୍ଡ ଆଇସ୍ କ୍ୟୁବ୍‌ରୁ ତିଆରି ହେଉଛି। ବଡ ବଡ ବରଫ ଖଣ୍ଡକୁ ଫ୍ରାଏ କରି ତା’ ଉପରେ ସସ୍ ଏବଂ ମସଲା ଦେଇ ଏକ ଷ୍ଟ୍ରିଟ୍ ଡିସ୍ ତିଆରି ହେଉଥିବାର ଏକ ଭିଡିଓ ଭାଇରାଲ୍ ହେଉଛି।

Advertisment

ଚାଇନାରେ ଗ୍ରିଲ୍ଡ ଆଇସ୍ କ୍ୟୁବ୍ ଷ୍ଟ୍ରିଟ୍ ସ୍ନାକ୍ସ ଖୁବ୍ ଲୋକପ୍ରିୟ। ଭାଇରାଲ୍ ଭିଡିଓରେ, ଏହି ଷ୍ଟ୍ରିଟ୍ ସ୍ନାକ୍ସ କିପରି ତିଆରି ହୁଏ ତାହା ଦେଖିବାକୁ ମିଳେ। ଭିଡିଓରେ ଦେଖାଯାଏ ଯେ ଗରମ ଆଞ୍ଚରେ ବଡ ବଡ ବରଫ ଖଣ୍ଡ ରଖାଯାଉଛି। ସେଥିରୁ ଜଳ ବୁନ୍ଦାଗୁଡିକ ତରଳି ନିଆଁରେ ପଡୁଛି। ତା’ପରେ ଜଣେ ବ୍ୟକ୍ତି ତା’ ଉପରେ ତେଲ ପକଉଛନ୍ତି। ଏହା ପରେ ସେ ବିଭିନ୍ନ ପ୍ରକାରର ମସଲା, ସସ୍ ଏବଂ ଶେଷରେ ସେଓ ଦାନା ପରି କିଛି ପକଉଛନ୍ତି। ଶେଷରେ, ସେହି ବ୍ୟକ୍ତି ଏହି ଆଇସ୍ କ୍ୟୁବ୍‌ରେ କଟା କଞ୍ଚା ଲଙ୍କା ମିଶାଇ ଏକ ଥାଳିରେ ପରିବେଷଣ କରୁଛନ୍ତି।

ତେବେ ଏହି ସ୍ନାକ୍ସକୁ କିପରି ଖିଆଯାଏ ତାହା ଭିଡିଓରେ ଦୃଶ୍ୟମାନ ହେଉନାହିଁ। ଭିଡିଓ ଏଇଠି ରହିଯାଉଥିବାରୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦ୍ୱନ୍ଦ୍ୱରେ ପଡିଛନ୍ତି।

Advertisment

ଚାଇନାର ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜିଆଙ୍ଗ୍‌ସି ପ୍ରଦେଶର ନାନ୍‌ଚାଙ୍ଗ୍‌ରେ ଏକ ଷ୍ଟ୍ରିଟ୍ ଫୁଡ୍ ଷ୍ଟଲ୍ ଏହି ସ୍ନାକ୍ ତିଆରି କରିବା ପରେ ଏହାର ଭିଡିଓ ଭାଇରାଲ୍ ହୋଇଥିଲା୍। ପରେ ଏହି ଅଦ୍ଭୁତ ଷ୍ଟ୍ରିଟ୍ ସ୍ନାକ୍ ସେଠାରେ ପ୍ରସିଦ୍ଧ ହୋଇଗଲା। ଗ୍ରୀଷ୍ମ ଦିନରେ ଏହା ଅତ୍ୟନ୍ତ ଲୋକପ୍ରିୟ।

Social Media Viral Video SnackVideo Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ