Advertisment

୨୪ ବର୍ଷ ହେଲା କେବଳ ପ‍ଇଡ ପାଣି ପି‍ଇ ବଞ୍ଚିଛନ୍ତି, ସୁସ୍ଥ ଅଛନ୍ତି

ଆପଣ କଳ୍ପନା କରିପାରିବେ କି କେବଳ ପାଣି ପିଇ କେହି ବଞ୍ଚିପାରିବେ! ସମ୍ଭବତଃ ନୁହେଁ। କିନ୍ତୁ ଜଣେ ବ୍ୟକ୍ତି କେବଳ ପଇଡ ପାଣି ପିଇ ବଞ୍ଚିଛନ୍ତି। ସେ ୨୪ ବର୍ଷ ହେଲା ଏପରି କରିଆସୁଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ଅଛି। ବୃଦ୍ଧ ହୋଇଥିଲେ ମଧ୍ୟ ତାଙ୍କ ମୁହଁରେ ଚିକ୍କଣତା ରହିଛି ଏବଂ ସେ ନିଜ ଶରୀରକୁ ନେଇ ବହୁତ ଖୁସି ବି ଅଛନ୍ତି।

ଅଦ୍ୟତନ ହୋଇଛି
Man On Coconut Diet From Past 24 Years

This man has been on a only coconut diet for 24 years

Advertisment

ଲୋକମାନେ ସୁସ୍ଥ ରହିବା ଏବଂ ଶରୀରକୁ ଶେପ୍ ଦେବା ନେଇ କେତେ କ’ଣ କରନ୍ତି। ଏନେଇ ସେମାନେ କମ୍ ଚର୍ବିଯୁକ୍ତ ଖାଦ୍ୟ ଖାଆନ୍ତି। ନିୟମିତ ବ୍ୟାୟାମ କରନ୍ତି। ଏପରିକି କିଛି ଲୋକ ଗୋଟେ ଥର ଖାଇବା ମଧ୍ୟ ବନ୍ଦ କରିଦିଅନ୍ତି। କିନ୍ତୁ ଆପଣ କଳ୍ପନା କରିପାରିବେ କି କେବଳ ପାଣି ପିଇ କେହି ବଞ୍ଚିପାରିବେ! ସମ୍ଭବତଃ ନୁହେଁ। କିନ୍ତୁ ଜଣେ ବ୍ୟକ୍ତି କେବଳ ପଇଡ ପାଣି ପିଇ ବଞ୍ଚିଛନ୍ତି। ସେ ୨୪ ବର୍ଷ ହେଲା ଏପରି କରିଆସୁଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ଅଛି। ବୃଦ୍ଧ ହୋଇଥିଲେ ମଧ୍ୟ ତାଙ୍କ ମୁହଁରେ ଚିକ୍କଣତା ରହିଛି ଏବଂ ସେ ନିଜ ଶରୀରକୁ ନେଇ ବହୁତ ଖୁସି ବି ଅଛନ୍ତି।

Advertisment

ଏହି ବ୍ୟକ୍ତି ଜଣକ ହେଲେ ବାଲାକ୍ରିଷ୍ଣନ୍। ସେ ୨୪ ବର୍ଷ ଧରି କେବଳ ପଇଡକୁ ନିଜର ଡାଏଟ୍ ଭାବେ ଗ୍ରହଣ କରିଛନ୍ତି। ଅଭିନେତା ତଥା ଟ୍ରାଭେଲ୍ ଇନ୍‌ଫ୍ଲ୍ୟୁଏନ୍‌ସର ଶେନାଜ ଟ୍ରେଜେରୀ ତାଙ୍କ ଇନଷ୍ଟାଗ୍ରାମ ପେଜ୍‌ରେ ତାଙ୍କ କାହାଣୀ ଶେୟାର କରିଛନ୍ତି। ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ବାଲାକ୍ରିଷ୍ଣନଙ୍କୁ ଏବଂ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟକୁ ଆମର ନମସ୍କାର। ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ ଯେ ଏହି ବ୍ୟକ୍ତି ଗତ ୨୪ ବର୍ଷ ଧରି କେବଳ ପଇଡକୁ ଖାଦ୍ୟଭାବେ ଅନୁସରଣ କରୁଛନ୍ତ। ଏହା ଜାଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି।”

ଅଧିକ ପଢ଼ନ୍ତୁ: ସନ୍ନ୍ୟାସ ନେଲେ କୋଟିପତି ଘରର ୯ ବର୍ଷୀୟା ଝିଅ

ଶେନାଜ ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି ଯେଉଁଥିରେ ସେ ବାଲାକ୍ରିଷ୍ଣନଙ୍କ ସହ ପ‍ଇଡର ଉପକାରିତା ବିଷୟରେ ବର୍ଣ୍ଣନା କରୁଛନ୍ତି। ତେବେ ଏହି ବ୍ୟକ୍ତିଜଣଙ୍କ କେଉଁଠିକାର ଜଣାପଡି ନଥିବା ବେଳେ ତାଙ୍କ ନାଁ ଓ କଥାବାର୍ତ୍ତାରୁ ଦକ୍ଷିଣ ଭାରତୀୟ ବୋଲି ଜଣାପଡୁଛି।

Advertisment

ଭିଡିଓରେ ଶେନାଜ ତାଙ୍କ ସହ କଥାବାର୍ତ୍ତା ହେଉଛନ୍ତି ଏବଂ ଏହାର କାରଣ କ’ଣ ଜାଣିବାକୁ ଚାହୁଁଛନ୍ତି? ସେ ବାଲାକୃଷ୍ଣଙ୍କୁ ପଚାରିଛନ୍ତି ଯେ ସେ କାହିଁକି ଏପରି ନିଷ୍ପତ୍ତି ନେଲେ? ଏହାର ଉତ୍ତରରେ ବାଲାକ୍ରିଷ୍ଣନ୍ କହିଛନ୍ତି ଯେ ସେ ଦିନେ ଗ୍ୟାସ୍ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହି ରୋଗ ତାଙ୍କୁ ଏତେ କଷ୍ଟ ଦେଇଥିଲା ଯେ ସେ ନିଜର ସମସ୍ତ ଶକ୍ତି ହରାଇଥିଲେ। ତା’ପରେ ହଠାତ୍ ସେ ନିଜେ ସ୍ଥିର କଲେ ଯେ, ସେ କେବଳ ପଇଡ ପାଣି ପିଇବେ। ସେବେଠାରୁ ଏହା ଚାଲିଛି।

କିପରି ପଇଡକୁ ଖାଦ୍ୟ ଭାବେ ଗ୍ରହଣ କରି ଆରାମ ପାଇଲେ ବୋଲି ବାଲାକ୍ରିଷ୍ଣନ୍ କହିଛନ୍ତି। ନଡ଼ିଆରେ କ୍ୟାଲ୍‌ସିୟମ୍, ମ୍ୟାଗ୍ନେସିୟମ୍, ସୋଡିୟମ୍, ପୋଟାସିୟମ୍ ଭଳି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ରହିଛି। ପୁଷ୍ଟିକର ଖାଦ୍ୟ ହେତୁ ତାଙ୍କ ଶରୀର ଶକ୍ତି ଫେରିପାଇବାକୁ ସକ୍ଷମ ହୋଇଥିଲା ଏବଂ ଆଜି ସେ ଫିଟ୍ ଅଛନ୍ତି।

Advertisment

ବାଲାକ୍ରିଷ୍ଣଙ୍କ ଏହି କାହାଣୀ ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଜଣେ ଲେଖିଛନ୍ତି, ଆମମାନଙ୍କ ମଧ୍ୟରୁ ଅନେକଙ୍କର ଗ୍ୟାସ୍ ଅଛି। ଆଜିକାଲି ଏହା ଏକ ସାଧାରଣ କଥା। କିନ୍ତୁ କେବଳ ପଇଡରେ ବଞ୍ଚିବା ଅସମ୍ଭବ। ତାହା ପୁଣି ଏତେ ବର୍ଷ ପର୍ଯ୍ୟନ୍ତ। ମତ ଦେଇ ଅନ୍ୟ ଜଣେ ଲେଖିଛନ୍ତି ଯେ କେବଳ ପ‍ଇଡ ଖାଇ ଲୋକମାନେ କିପରି ବଞ୍ଚିପାରିବେ?

Social Media Viral Video Ajab Gajab Ajab Gajab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ