Advertisment

ବିକ୍ରି ହେଉନଥିଲା ଆମ୍ବ ! ନାବାଳକ କିଛି ଏମିତି କଲେ, ମାତ୍ର ଘଂଟାଏର ସବୁ ହେଲା ଖାଲି

ବିକ୍ରି ହୋଇପାରୁନଥିଲା ଆମ୍ବ...ରାସ୍ତାରେ ନାଚିଲା ଦୋକାନୀ...ବାସ୍‌ ଏତିକିରେ ସବୁ ଆମ୍ବ ବିକ୍ରି ହେଇଗଲା...ଭାଇରାଲ ହେଲା ଭିଡିଓ

ଅଦ୍ୟତନ ହୋଇଛି
Mango Shop

Mango Shop

Advertisment

ଏବେ ଯୁଆଡେ ଗଲେ ବି ରାସ୍ତା କଡରେ ଦେଖିବାକୁ ପାଇବେ ଆମ୍ବର ପସରା । ଆମ୍ବ ଦେଖିବା ପରେ ଅନେକ ଆମ ଭିତରୁ ଗାଡି ସାଇଡ୍‌ କରି କିଣନ୍ତି । ହେଲେ ସେହି ଆମ୍ବକୁ ନେଇ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଆପଣ ବି ହସିହସି ବେଦମ ହୋଇଯିବେ । 

Advertisment

ରାସ୍ତା କଡରେ ଆମ୍ବ ପସରା ଲାଗିଛି, ଆଉ ମେଞ୍ଚାଏ ପାଚିଲା ଆମ୍ବ ସଜେଇ ହୋଇ ରଖାଯାଇଛି । କିନ୍ତୁ କିଛି ସମୟ ହେଲା କେହି ଗ୍ରାହକ ଆମ୍ବ କିଣିବାକୁ ଆସୁନାହାନ୍ତି । ଯାହାକୁ ଦେଖିବା ପରେ ନାବାଳକ ଜଣକ ନିଜ ଦିମାକ୍‌ ଲଗାଇଲା କେମିତି ଆମ୍ବ ବିକ୍ରି ହେବ । ସେଇଥି ଲାଗି ତ କିଛି ଭିନ୍ନ ତରିକାରେ ଏମିତି ନାଚିବାକୁ ଲାଗିଲା । ରାସ୍ତା ଉପରେ ନାବାଳକର ଏମିତି ଜମାଣିଆ ନାଚ ଦେଖିବା ପରେ ଅନେକ ଗାଡି ଅଟକାଇଲେ । ବାସ୍‌ ଏହାପରେ ପାଖରେ ଥିବା ଆମ୍ବ ଉପରେ ଗ୍ରାହକଙ୍କ ପଡିଲା ନଜର । ଖାଲି ନଜର ପଡିଲା ତାହା ନୁହେଁ ବରଂ ଆମ୍ବ ନେବା ପାଇଁ ଅନେକ ଗ୍ରାହକ ମଧ୍ୟ ଇଚ୍ଛା କଲେ ।

ନାବାଳକ ଜଣକ ପ୍ରଥମେ ପ୍ରଥମେ ରାସ୍ତାରେ ନାଚିବାକୁ ଟିକିଏ ପଛାଉଥିଲା । ହେଲେ ଯେତେବେଳେ ସେ ନିଜେ ଜାଣିଲା କି ତା’ର ନାଚ ଦେଖିବା ପରେ ଏମିତି ଲୋକମାନେ ଗାଡି ଅଟକାଉଛନ୍ତି ଆଉ ଆମ୍ବ ନେଉଛନ୍ତି । ତା’ପରେ ସେ ଏମିତି ବାରମ୍ବାର କରିବାକୁ ଚେଷ୍ଟା କଲା । ରାସ୍ତାରେ ନାବାଳକର ନାଚ ଦେଖିବା ପରେ ଅନେକ ଗାଡି ଅଟକାଇଲେ ଆଉ ଆମ୍ବ କିଣି ଘରକୁ ଫେରିଲେ । ତେଣୁ ସହଜରେ ଆମ୍ବ ବିକ୍ରି କରି ଘରକୁ ଫେରିଲା ନାବାଳକ । ତେବେ ନିଜ ବେପାର ଲାଗି ଏଇ ନାବାଳକ ଜଣକ ଯେମିତି ବୁଦ୍ଧି ଆପଣାଇଛି ତାହାକୁ ନେଇ ସୋସିଆଲ ମିଡିଆରେ ଏବେ ଭାରି ଚର୍ଚ୍ଚା ।

Advertisment

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ