Advertisment

ଏତେ ସୁନା !! ବାହାଘରରେ ନୋଟ୍‌ ବଦଳରେ ଉଡ଼ିଲା ସୁନା, ଗୋଟେଇ ଚାଲିଲେ ଲୋକେ..ଭିଡିଓ ଭାଇରାଲ

ବାହାଘରରେ ସୁନାର ବର୍ଷା। ଆପଣମାନେ ବିବାହରେ ବର ଘର ପକ୍ଷରୁ ତାଙ୍କ ସମ୍ପର୍କକୀୟ ଖୁସିରେ ନୋଟ୍‌ ଉଡ଼ାଉଥିବାର ଦେଖିଥିବେ। କେବେ ଦେଖିଛନ୍ତି ଖୁସିରେ ସୁନା ଉଡ଼ାଇବା। ଆଉ ଏହାକୁ ଲୁଟୁଛନ୍ତି ହାଇଫାଇ ଲୋକ।

Unique Marriage Party

Unique Marriage Party

Advertisment

ଚାଲିଛି ବାହାଘର ସିଜନ୍‌। ନାଚଗୀତରେ ମସଗୁଲ ହେଉଛନ୍ତି ଲୋକେ। କିଏ ଟଙ୍କା ଉଡ଼ାଉଛି ତ କିଏ ସୁନା। ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେବ୍ୟକ୍ତି ବାହାଘର ଖୁସିରେ ସୁନା କଏନ୍‌ ଉଡ଼ାଉଛନ୍ତି। ଆଉ ଏହାକୁ ଗୋଟାଉଛନ୍ତି ସୁଟ୍‌ ବୁଟ୍‌ ପିନ୍ଧିଥିବା ଲୋକେ।

Advertisment

ବାହାଘରରେ ସୁନାର ବର୍ଷା। ଆପଣମାନେ ବିବାହରେ ବର ଘର ପକ୍ଷରୁ ତାଙ୍କ ସମ୍ପର୍କକୀୟ ଖୁସିରେ ନୋଟ୍‌ ଉଡ଼ାଉଥିବାର ଦେଖିଥିବେ। କେବେ ଦେଖିଛନ୍ତି ଖୁସିରେ ସୁନା ଉଡ଼ାଇବା। ଆଉ ଏହାକୁ ଲୁଟୁଛନ୍ତି ହାଇଫାଇ ଲୋକ। ମହମ୍ମଦ ଅହମ୍ମଦ ନାମକ ଜଣେ ୟୁଜର୍‌ ଏହାର ଏକ ଭିଡିଓ ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ସେୟାର କରିଛନ୍ତି।

ଭିଡିଓରେ ଜଣେ ମହିଳା ଓ ଜଣେ ବ୍ୟକ୍ତି ସୁନା କେନ୍‌ର ବର୍ଷା କରୁଛନ୍ତି। ଦେଖିଲେ ଲାଗୁଛି ଯେମିତି ଦୁହିଁଙ୍କ ଭିତରେ ଏକପ୍ରକାର ପ୍ରତିଯୋଗିତା ଲାଗିଛି, କିଏ ଅଧିକ ପକାଇବ। ଠିକ୍‌ ସେତିକି ବେଳେ ସୁଟ୍‌ ବୁଟ୍‌ ପିନ୍ଧିଥିବା ଜଣେ ବ୍ୟକ୍ତି ତଳେ ପଡ଼ିଥିବା ସୁନାକୁ ଗୋଟାଉଛନ୍ତି।

Advertisment

ଭିଡିଓକୁ ଏବେ ଯାଏଁ ପାଖାପାଖି ୧ ମିଲିୟନ୍‌ ଲୋକ ଦେଖିସାରିଲେଣି। ୨୦ ହଜାରରୁ ଅଧିକ ଲାଇକ୍‌ ମଧ୍ୟ ମିଳିଛି। କେତେ ଲୋକ ଏହାର ମଜା ନେଇଥିବା ବେଳେ ଆଉ କିଛି ୟୁଜର୍ସ ଏହାକୁ ନିନ୍ଦା କରିଛନ୍ତି।

Advertisment
Viral Video Unique Marriage Party Gold Coin
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ