The horse thought that it was tied in a rope but the reality is different
ସୋସିଆଲ୍ ମିଡିଆରେ ଅନେକ ଭିଡିଓ ଭାଇରାଲ୍ ହୁଏ। କିଛି ଭିଡିଓ ଆମକୁ ଆଶ୍ଚର୍ଯ୍ୟ କରୁଥିବାବେଳେ ଆଉ କିଛି ଭିଡିଓ ଏମିତି ହୋଇଥାଏ ଯେ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥାନ୍ତି। ଯଦି ଦେଖାଯାଏ, ସୋସିଆଲ ମିଡିଆରେ ପଶୁମାନଙ୍କର ଭିଡିଓ ଖୁବ୍ ଭାଇରାଲ୍ ହୁଏ ଆଉ ଲୋକମାନେ ପଶୁମାନଙ୍କ ସହିତ ଜଡିତ ଭିଡିଓ ଦେଖିବାକୁ ମଧ୍ୟ ପସନ୍ଦ କରନ୍ତି। ନିକଟରେ ଜଣେ ଯୁବତୀ ସହ ଏକ ଘୋଡାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓରେ ଦେଖିବାକୁ ମିଳେ ଯେ ଜଣେ ଝିଅ ଏକ ଘୋଡାର ଯତ୍ନ ନେଉଛନ୍ତି। ଏହି ସମୟରେ ଘୋଡାଟି ଭାବୁଛି ଯେ ଝିଅଟି ଏକ ଦଉଡିରେ ତାକୁ ବାନ୍ଧି ଦେଉଛି ଆଉ ତାକୁ ଟାଣି ଆଗକୁ ନେଉଛି। ବାସ୍ତବ ଚିତ୍ର କିନ୍ତୁ ଅଲଗା। ସୋସିଆଲ୍ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହେଉଥିବା ବେଳେ ଲୋକେ ଏହାକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି।
ଭାଇରାଲ୍ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଝିଅ ପ୍ରକୃତରେ ଘୋଡାଟିକୁ ନ ବାନ୍ଧି କେବଳ ବାନ୍ଧିବାର ବାହାନା କରୁଛି। ଘୋଡାଟି ମଧ୍ୟ ଏକ ଦଉଡ଼ିରେ ବନ୍ଧା ହେବା ଭଳି ତା’ର ମାଲିକାଣୀର ପଛେ ପଛେ ଯାଉଛି। ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କହୁଛନ୍ତି ଯେ ଘୋଡାଟି ଏଥିରେ ଅଭ୍ୟସ୍ତ ହୋଇଯାଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋର୍ରେ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ହେଉଥିବା ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଟ୍ୱିଟରରେ ଶେୟାର କରାଯାଇଛି। ଏହି ଭିଡିଓକୁ @ caalf01 ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଶେୟାର କରିଛନ୍ତି। ଖବର ଲେଖାହେବା ବେଳକୁ ଭାଇରାଲ ହେଉଥିବା ଏହି ଭିଡିଓକୁ ପାଖାପାଖି ୨ ଲକ୍ଷ ଭ୍ୟୁ ମିଳିସାରିଥିଲା।
ସେହିପରି ଏହି ଭିଡିଓରେ ଅନେକ ଲୋକଙ୍କ ମନ୍ତବ୍ୟ ମଧ୍ୟ ଦେଖିବାକୁ ମିଳୁଛି। ଜଣେ ମନ୍ତବ୍ୟ ଦେଇ ଲେଖିଛନ୍ତି – ‘ଏହା ଏକ ଅଭ୍ୟାସର କଥା।’ ଅନ୍ୟ ଜଣେ ଲେଖିଛନ୍ତି – ‘ଏହାକୁ ଦାସତ୍ୱ କୁହାଯାଏ।’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684843843.jpg)