Advertisment

Viral Video: ଘରେ ବସି ପରୀକ୍ଷା କରନ୍ତୁ କିପରି ଅଛି ଆପଣଙ୍କ ଫୁସ୍‌ଫୁସ୍

ଗୋଟିଏ ଭିଡିଓ ମାଧ୍ୟମରେ ଆପଣ ନିଜ ସ୍ୱାସ୍ଥ୍ୟର ଅବସ୍ଥାକୁ ଜାଣିପାରିବେ। ଆଜିକାଲି ସ୍ୱାସ୍ଥ୍ୟକୁ ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା ଦ୍ୱାରା ଆପଣ ଜାଣିବେ ଯେ ଆପଣଙ୍କ ପାଖରେ କୌଣସି ରୋଗ ଅଛି କି ନାହିଁ?

ଅଦ୍ୟତନ ହୋଇଛି
Text your lung’s condition using this video

Text your lung’s condition using this video

Advertisment

ଆଜିର ଦୁନିଆରେ ଅନେକ ପ୍ରକାରର ରୋଗ ଲୋକଙ୍କୁ ମାଡି ବସୁଛି। କେଉଁଠି କମ ବୟସର ପିଲାମାନେ ମଧ୍ୟ ମଧୁମେହ ରୋଗରେ ଆକ୍ରାନ୍ତ ହେଉଛନ୍ତି ଏବଂ ଆଉ ପେଉଁଠି ଏପରି ରୋଗର ଶିକାର ହେଉଛନ୍ତି, ଯାହାର ଚିକିତ୍ସା ଆଜି ପର୍ଯ୍ୟନ୍ତ ମିଳିନାହିଁ। ଏହିସବୁ ରୋଗଗୁଡ଼ିକର କେବଳ ଗୋଟିଏ କାରଣ ହେଉଛି ଜଣେ ବ୍ୟକ୍ତିର ଜୀବନଶୈଳୀ।

Advertisment

ଆଜିର ସମୟରେ, ମଣିଷ ଏତେ ଚାପରେ ଜୀବନଯାପନ କରିବା ଆରମ୍ଭ କରିଛି ଯେ ସେ କେବଳ ବସି ବସି ଅନେକ ରୋଗର ଶିକାର ହେଉଛି। ଯଦି ଡାକ୍ତରଙ୍କ ପାଖକୁ ଯାଆନ୍ତି ତେବେ ଫି, ପରୀକ୍ଷା ଏବଂ ଔଷଧ ନାମରେ ପାଣି ଭଳି ଟଙ୍କା ଖର୍ଚ୍ଚ ହୋଇଯାଉଛି।

ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ କହିବୁ ଯେ ଆପଣ କେବଳ ଗୋଟିଏ ଭିଡିଓ ମାଧ୍ୟମରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରିବେ। ଆଜିକାଲି ସ୍ୱାସ୍ଥ୍ୟକୁ ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା ଦ୍ୱାରା ଆପଣ ଜାଣିବେ ଯେ ଆପଣଙ୍କ ପାଖରେ କୌଣସି ରୋଗ ଅଛି କି ନାହିଁ?

Advertisment

ସୋସିଆଲ ମିଡିଆରେ ଲୋକମାନେ ଏହାକୁ ଖୁବ ପସନ୍ଦ କରୁଛନ୍ତି। ତେବେ ଯଦି ଆପଣ ଡାକ୍ତରଙ୍କୁ ଫି ନ ଦେଇ ଘରେ ବସି ନିଜରର ସ୍ୱାସ୍ଥ୍ୟ ଅପଡେଟ୍ ପାଇ ପାରିବେ, ତେବେ ଏହାଠାରୁ ଭଲ ଆଉ ବା କ’ଣ ହୋଇପାରେ?

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣଙ୍କୁ ନିଜ ଶ୍ୱାସକୁ ପରୀକ୍ଷା କରିବାକୁ ପଡିବ। ଏହାକୁ ଭାରତର zydus ହସ୍ପିଟାଲ୍ ଟ୍ୱିଟର୍‌ରେ ସେୟାର କରିଛି। ଜଣେ ବ୍ୟକ୍ତି କେତେ ସମୟ ପର୍ଯ୍ୟନ୍ତ ନିଜ ଶ୍ୱାସକୁ ରୋକି ପାରୁଛି ତାହାକୁ ନେଇ ଏହି ପରୀକ୍ଷା।

Advertisment

ଏଠାରେ ପ୍ରତି ସେକେଣ୍ଡ ପାଇଁ ଏକ ସ୍କୋର୍‌ ସ୍ଥିର କରାଯାଇଛି। ଯଦି ଆପଣଙ୍କର ସ୍କୋର ୨ ହେଉଛି, ଏହାର ଅର୍ଥ ଆପଣ ୧୪ ସେକେଣ୍ଡ ପାଇଁ ଆପଣଙ୍କର ଶ୍ୱାସ ଧରି ରଖିବାରେ ସକ୍ଷମ। ଏହାକୁ ସାଧାରଣ ଫୁସ୍‌ଫୁସ୍‌ ଭାବରେ ବିବେଚନା କରାଯିବ। ଯଦି ଆପଣଙ୍କର ସ୍କୋର ୫ ହୁଏ ତେବେ ଏହାର ଅର୍ଥ ଆପଣଙ୍କ ଫୁସ୍‌ଫୁସ୍‌ ବହୁତ ଶକ୍ତିଶାଳୀ। ଯିଏ ୧୦ ସ୍କୋର କରୁଛି ଏହାର ଅର୍ଥ ସେହି ବ୍ୟକ୍ତିଙ୍କ ପାଖରେ ସୁପର୍‌ ଫୁସଫୁସ୍‌ ଅଛି।

Viral Video Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ