ଜନ୍ମରୁ ଗୋଡ଼ ନାହିଁ ହେଲେ ଏମିତି ଖେଳୁଛନ୍ତି ସମସ୍ତେ ତାଜୁବ

ଆମେ ଯେଉଁ ଖବର ବା ଯେଉଁ ପ୍ରେରଣାଦାୟୀ କାହାଣୀ ଆପଣଙ୍କୁ କହିବୁ ତାହା ଆପଣ ବୋଧ ହୁଏ କେବେ ଶୁଣିନଥିବେ ।

Viral Video

ଆମେ ଏମିତି ଅନେକ ଖବର ପଢ଼ିଛନ୍ତି । ନିତିଦିନ ଏମିତି ଖବର ସାମ୍ନାକୁ ଆସୁଛି । ଦିବ୍ୟାଙ୍ଗ ହୋଇ ମଧ୍ୟ ଜଣେ ସକ୍ଷମ ହୋଇପାରିବ । ଦିବ୍ୟାଙ୍ଗ ହୋଇ ମଧ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବ । ଏଭଳି ଖବର ଏବେ ଅନେକ ସମୟରେ ସାମ୍ନାକୁ ଆସିଛି । ହେଲେ ଆଜି ଆମେ ଯେଉଁ ଖବର ବା ଯେଉଁ ପ୍ରେରଣାଦାୟୀ କାହାଣୀ ଆପଣଙ୍କୁ କହିବୁ ତାହା ଆପଣ ବୋଧ ହୁଏ କେବେ ଶୁଣିଥିବେ । ଆଉ ଆମେ ଏହା ମଧ୍ୟ କହୁଛୁ ଯେ, ଆପଣ ଏହି ଖବରଟି ପଢ଼ିସାରିବା ପରେ ମଧ୍ୟ ନିଜକୁ ବିଶ୍ୱାସ କରିବା ପାଇଁ ସମୟ ନେବେ । ଖାଲି ସେତିକି ନୁହେଁ ବିଶ୍ୱାସ କରିବା ପରେ ଆପଣ ଏହି ବ୍ୟକ୍ତିଙ୍କୁ ଜଣେ ପ୍ରେରଣାଦାୟୀ ବୋଲି ଆଖ୍ୟା ଦେବେ । ଆଉ ସବୁଦିନ ପାଇଁ ମନେ ରଖିବେ ।

ଆମେ ଯେଉଁ ବ୍ୟକ୍ତିଙ୍କ କଥା କହିବାକୁ ଯାଉଛୁ, ତାଙ୍କର ଜନ୍ମରୁ ଗୋଡ଼ ନାହିଁ । ହେଲେ ତାଙ୍କ କାରନାମା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆଉ କହିବେ ଦୁନିଆରେ ଇଚ୍ଛା ଥିଲେ ସବୁ କିଛି ସମ୍ଭବ । ଯିଏ ଆଜି ଚେଷ୍ଟା କରିବ ସେ ଆଗାମୀ ଦିନରେ ନିଶ୍ଚିତ ସଫଳ ହେବ । ଏହି କଥା ତ ସମସ୍ତେ ଜାଣନ୍ତି, ହେଲେ ଏହି ଗୋଡ଼ ନଥିବା ବ୍ୟକ୍ତି ଜଣକ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ।

ଯୋସିଆ ଜନ୍‌ସନ୍‌ । ଜନ୍ମରୁ ତାଙ୍କର ଗୋଡ଼ ନାହିଁ । କିନ୍ତୁ ଜୀବନ ଯୁଦ୍ଧରେ ତାଙ୍କର ଚାଲିବା ବନ୍ଦ ହୋଇନାହିଁ । ନିଜର ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ଗୋଡ଼ ନଥାଇ ମଧ୍ୟ ସ୍କୁଲ ବାସ୍କେଟ୍‌ ବଲ୍‌ ଟିମ୍‌ରେ ହେଲେ ସାମିଲ । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଖାଲି ସାମିଲ ହେଲେ ତାହା ନୁହେଁ, ଚମତ୍କାର ଖେଳ ମଧ୍ୟ ପ୍ରଦର୍ଶନ କରୁଛନ୍ତି । ସେ ପିଲାଦିନୁ ବାସ୍କେଟ୍‌ ବଲ ଖେଳୁଛନ୍ତି । ଆଉ ଖେଳରେ ବେଳକୁ ବେଳ ସେ ଚମତ୍କାରିତା ଦେଖାଇ ଚାଲିଛନ୍ତି । କୌଣସି ବି ପରିସ୍ଥିତି ତାଙ୍କ ପାଇଁ ପ୍ରତିବନ୍ଧକ ସାଜିନି । ତାଙ୍କର ଟ୍ୟାଲେଣ୍ଟ, ନିଷ୍ଠା ଓ ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ସେ ମୁର୍‌ ମିଡିଲ୍‌ ସ୍କୁଲ ଟିମ୍‌ରେ ସାମିଲ ହୋଇପାରିଛନ୍ତି ।

ଜନ୍‌ସନ୍‌ ସବୁବେଳେ ନିଜର ଟ୍ୟାଲେଣ୍ଟ ବଳରେ ଟିମ୍‌ରେ ସାମିଲ ହେବାକୁ ଚେଷ୍ଟା କରିଛନ୍ତି । କାହାର ସିମ୍ପାଥି କିମ୍ବା କାହାର ସୁପାରିଶରେ ଦଳରେ ସେ ସ୍ଥାନ ପାଇବାକୁ ଚାହିଁ ନାହାନ୍ତି । ଏମିତିକି ଟିମ୍‌ରେ ସାମିଲ ହେବା ଦିନଠାରୁ ସେ ନିଜକୁ ପ୍ରମାଣିତ କରିଚାଲିଛନ୍ତି । ଉତ୍ତମ ଖେଳ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଆଉ ସେ ଏବେ ସ୍କୁଲ ଟିମ୍‌ର ଜଣେ ଷ୍ଟାର ପ୍ଲେୟାର ଭାବେ ପରିଚିତ । ସେ ସବୁବେଳେ ଚାହିଁଛନ୍ତି ଅନ୍ୟ ଖେଳାଳିଙ୍କୁ ଯେଭଳି ସାଧାରଣ ଭାବେ ଗଣାଯାଉଛି ତାଙ୍କୁ ମଧ୍ୟ ସେମିତି ଦେଖନ୍ତୁ ସମସ୍ତେ । କେହି ବି ଦୟା ଦୃଷ୍ଟିରେ ନ ଦେଖନ୍ତୁ ।

ତେବେ ଏଠାରେ ଜନ୍‌ସନ୍‌ ନିଶ୍ଚିତ ଭାବେ ଜଣେ ପ୍ରେରଣାଦାୟୀ । ସେ ସେହିମାନଙ୍କ ପାଇଁ ଉଦାହରଣ ଯେଉଁମାନେ ହାତଗୋଡ଼ ଥାଇ ମଧ୍ୟ ଭିକ୍ଷା ବୃତ୍ତି କରୁଛନ୍ତି । ଜନ୍‌ସନ୍‌ ସେହିମାନଙ୍କ ପାଇଁ ଉଦାହରଣ ଯେଉଁମାନେ ସାମାନ୍ୟ ସମସ୍ୟା ହେଲେ ଘରେ ବସିଯାଉଛନ୍ତି । ଏମିତିକି ସାମାନ୍ୟ ପ୍ରତିବନ୍ଧକ ଆସିଲେ ନିଜ ଲକ୍ଷ୍ୟ ସ୍ଥଳରୁ ବିଚ୍ୟୁତ ହେଉଛନ୍ତି ।