Someone ask anand Mahindra to give ₹ 1 Lakh To Buy Mahindra Shares
ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥିବାବେଳେ ପ୍ରାୟତଃ ତାଙ୍କ ଫଲୋର୍ସମାନଙ୍କ ସହିତ ପ୍ରେରଣାଦାୟକ ଏବଂ ମଜାଳିଆ ପୋଷ୍ଟ ଶେୟାର କରନ୍ତି। ଲୋକମାନେ ତାଙ୍କ ପୋଷ୍ଟକୁ ମଧ୍ୟ ଖୁବ ପସନ୍ଦ କରନ୍ତି।
କେତେବେଳେ ଆନନ୍ଦ ମହିନ୍ଦ୍ରା ତାଙ୍କ ପୋଷ୍ଟ୍ ମାଧ୍ୟମରେ ଲୋକଙ୍କୁ ସାମାଜିକ ସମସ୍ୟା ବିଷୟରେ ଅବଗତ କରାନ୍ତି ତ ପୁଣି କେତେବେଳେ ଜୀବନ ସହ ଜଡିତ ବଡ଼ ବଡ ଶିକ୍ଷା ମଧ୍ୟ ଦିଅନ୍ତି। ପ୍ରାୟତଃ ତାଙ୍କ ପୋଷ୍ଟ୍ ସୋସିଆଲ ମିଡିଆରେ ଭାଇରାଲ ହୁଏ। ନିକଟରେ ସେ ଏକ ରୋଚକ ଘଟଣା ସାମ୍ନାକୁ ଆଣିଛନ୍ତି।
ସୂଚନା ଅନୁଯାୟୀ ସୋସିଆଲ୍ ମିଡିଆ X ରେ ଜଣେ ବ୍ୟକ୍ତି ଆନନ୍ଦ ମହିନ୍ଦ୍ରାଙ୍କଠାରୁ ଟଙ୍କା ମାଗିଛନ୍ତି। ସେହି ବ୍ୟକ୍ତି ଜଣଙ୍କ ଆନନ୍ଦ ମହିନ୍ଦ୍ରାଙ୍କୁ ଏକ ଟୁଇଟ୍ ପୋଷ୍ଟ କରି ଏକ ଲକ୍ଷ ଟଙ୍କା ମାଗିଛନ୍ତି। କିନ୍ତୁ ଯେଉଁ କାମ ପାଇଁ ବ୍ୟକ୍ତି ଜଣଙ୍କ ଏହି ଟଙ୍କା ମାଗିଛନ୍ତି ତାହା ଜାଣିବା ପରେ ଆପଣ ନିଶ୍ଚିତ କହିବେ ଯେ ଏଥିପାଇଁ ସାହସ ଦରକାର।
ଏହି ବ୍ୟକ୍ତି ଜଣକ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ସେ ମହିନ୍ଦ୍ରା ଶେୟାର କିଣିବାକୁ ଏକ ଲକ୍ଷ ଟଙ୍କା ଚାହୁଁଛନ୍ତି। ତେବେ ଏହାର ଜବାବରେ ଆନନ୍ଦ ମହିନ୍ଦ୍ରା ଏପରି ଉତ୍ତର ଦେଇଥିଲେ ଯେ ଯାହା ଏବେ ସୋସିଆଲ ମିଡିଆରେ ଜମେଇକି ଭାଇରାଲ ହେବାରେ ଲାଗିଛି।
ଡିସେମ୍ବର ୨୬ରେ, @ R41534672 ନାମକ ଜଣେ ୟୁଜର ଆନନ୍ଦ ମହିନ୍ଦ୍ରାଙ୍କୁ X ରେ ଟ୍ୟାଗ୍ କରି ଲେଖିଛନ୍ତି – “ସାର୍, ମୁଁ ମହିନ୍ଦ୍ରା ଶେୟାର କିଣିବାକୁ ୧ ଲକ୍ଷ ଟଙ୍କା ଚାହୁଁଛି।” ଡିସେମ୍ବର ୨୭ ରେ ଏହାର ଜବାବ ଦେଇ ଶିଳ୍ପପତି ଲେଖିଛନ୍ତି– କି ଆଇଡିଆ ସାର୍। ତୁମର ସାହସ ପାଇଁ କରତାଳି! ପଚାରିବାରେ କ’ଣ ଅଛି?”
ବର୍ତ୍ତମାନ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଖବର ଲେଖାହେବା ବେଳକୁ ଏହି ପୋଷ୍ଟକୁ ୪ ଲକ୍ଷ ୩୫ ହଜାରରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୫ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି। ପାଖାପାଖି ୫୦୦ ଲୋକ ଏହା ଉପରେ ନିଜ ନିଜ ପ୍ରତିକ୍ରିୟା ଦେଇଛନ୍ତି।
ଜଣେ ଲେଖିଛନ୍ତି – କି ଆତ୍ମବିଶ୍ୱାସ! ଅନ୍ୟ ଜଣେ କହିଛନ୍ତି – କିଏ ଜାଣେ ସାମ୍ନାବାଲା କେତେବେଳେ କେଉଁ ମୁଡ୍ରେ ଥିବେ ଆଉ ମାନିଯିବେ। ଆଉ ଜଣେ ମଜ୍ଜାଳିଆ ଢଙ୍ଗରେ କହିଛନ୍ତି – ଇଣ୍ଡିଆ ଗଟ୍ ଟାଲେଣ୍ଟ୍। ଆଉ ଜଣେ ଲେଖିଛନ୍ତି –
ଏହା ଏକ ସଚ୍ଚୋଟ ଅନୁରୋଧ ସାର୍, ମାଗିବାବାଲା ତ ୮୦୦-୧୦୦୦ କୋଟି ଟଙ୍କା ମଧ୍ୟ ମାଗି ପାରିଥାଆନ୍ତା। କିନ୍ତୁ ମାତ୍ର ୧ ଲକ୍ଷ ମାଗିଲା। ସେହିଭଳି ଆହୁରି ଅନେକ ଲୋକ ଏହି ପୋଷ୍ଟକୁ ନେଇ ମଜ୍ଜାଲିଆ ମତ ଦେଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703678356.jpg)