Advertisment

Viral Video: କୁନି ପୁଅର ମହାନତା; କାଉକୁ ବଞ୍ଚେଇ ଦେଲା

ଭାଇରାଲ୍ ହେଉଛି କୁନି ପୁଅର ଭିଡିଓ। ଜଣେ ସ୍କୁଲ୍ ପିଲାର ମହାନତା ଦେଖିବାକୁ ମିଳିଛି। ଏହି ଛୋଟ ପିଲାଟି ଏକ ପକ୍ଷୀର ଜୀବନ ରକ୍ଷା କରିଛି। ତା’ର ଏହି ଗୁଣ ପାଇଁ ତାକୁ ସୋସିଆଲ ମିଡିଆରେ ପ୍ରଶଂସାର ସୁଅ ଛୁଟିଛି।

ଅଦ୍ୟତନ ହୋଇଛି
Schoolboy releases crow stuck in net

Schoolboy releases crow stuck in net

Advertisment

ମଣିଷର ମାନବିକତା ହିଁ ତାକୁ ଅନ୍ୟ ଜୀବଙ୍କ ଠାରୁ ଭିନ୍ନ କରିଥାଏ। ଯଦି ମଣିଷ ପାଖରେ ମାନବିକତା ନାହିଁ ତେବେ ସେ ନିଜକୁ ମଣିଷ ବୋଲି କହିବା ଯୋଗ୍ୟ ନୁହେଁ। ପ୍ରକୃତି ମଣିଷକୁ ସିଂହ, ବାଘ, ହାତୀ, ଘୋଡା ପରି ଶକ୍ତି ଦେଇ ନାହିଁ ସତ, କିନ୍ତୁ ମଣିଷ ମନରେ ଦୟା ଏବଂ କରୁଣାର ଭାବନା ଦେଇଛି, ଯାହା ସାହାଯ୍ୟରେ ସେ ଏହି ପଶୁମାନଙ୍କ ଜୀବନ ରକ୍ଷା କରିପାରିବ।

Advertisment

ଏହାର ଉଦାହରଣ ଏକ ଭାଇରାଲ ଭିଡିଓରୁ ଜଣାପଡିଛି। ଏଥିରେ ଜଣେ ସ୍କୁଲ୍ ପିଲାର ମହାନତା ଦେଖିବାକୁ ମିଳିଛି। ଏହି ଛୋଟ ପିଲାଟି ଏକ ପକ୍ଷୀର ଜୀବନ ରକ୍ଷା କରିଛି। ତା’ର ଏହି ଗୁଣ ପାଇଁ ତାକୁ ସୋସିଆଲ ମିଡିଆରେ ପ୍ରଶଂସାର ସୁଅ ଛୁଟିଛି।

ଟ୍ୱିଟର ପେଜ୍ @itsmesabita ରେ ଏହି ଭିଡିଓ ଭାଇରାଲ୍ ହେଉଛି ଯାହା ଲୋକଙ୍କ ହୃଦୟ ଜିତୁଛି। ଆପଣ ନିଶ୍ଚୟ ଶୁଣିଥିବେ, ପିଲାମାନଙ୍କ ହୃଦୟ ସ୍ୱଚ୍ଛ। କାରଣ ପିଲାମାନେ ଧନୀ କି ଗରିବ ଓ ଭାବ କି ଅଭାବ ମଧ୍ୟରେ ପାର୍ଥକ୍ୟ ଦେଖନ୍ତି ନାହିଁ। ସେମାନେ ମଣିଷକୁ ଯେତିକି ଭଲ ପାଆନ୍ତି, ପଶୁମାନଙ୍କୁ ମଧ୍ୟ ସେତିକି ଭଲ ପାଆନ୍ତି। ଏହି ଭାଇରାଲ୍ ଭିଡିଓରେ ଏହି କଥା ସତ ବୋଲି ପ୍ରମାଣିତ ହୋଇଛି। ଭିଡିଓରେ ଜଣେ କୁନି ପିଲା ଏକ କାଉର ଜୀବନ ରକ୍ଷା କରୁଥିବା ଦେଖିବାକୁ ମିଳିଛି।

Advertisment

ଏହି ଭିଡିଓରେ ଦେଖାଯାଉଛି ଯେ ସ୍କୁଲ୍‌ ପଡ଼ିଆରେ ଟଙ୍ଗାଯାଇଥିବା ଫୁଟବଲ ନେଟରେ ଏକ କାଉ ଫସି ଯାଇଛି। ସେ ସେଥିରୁ ମୁକୁଳି ପାରୁନି। ଏହା ଦେଖି ଜଣେ ସ୍କୁଲ୍ ପିଲା ତାକୁ ସାହାଯ୍ୟ କରିବାକୁ ଆଗେଇ ଆସେ । ସେ ଚେଷ୍ଟା କରି କାଉଟିକୁ ସେ ନେଟ୍‌ରୁ ମୁକୁଳାଇ ଦିଏ। କାଉଟି ମୁକୁଳିଯିବା ପରେ ତାକୁ ନିଜ ହାତରେ ଧରି ଖୁସି ହୋଇଯାଏ ଆଉ ସେଠାରେ ଥିବା ତା’ର ଅନ୍ୟ ସାଙ୍ଗମାନଙ୍କୁ ଏହା ଦେଖାଏ।

ସେମାନେ ମଧ୍ୟ କାଉ ପାଖକୁ ଆସି ତାକୁ ଆଉଁସି ଦିଅନ୍ତି। ଠିକ୍ ଏତିକି ବେଳେ ପିଲାଟି କାଉଟିକୁ ଛାଡିଦିଏ ଆଉ ସେ ତା’ ହାତରୁ ଉଡ଼ିଯାଏ।

Advertisment

ଏହି ଖବର ଲେଖାହେବା ବେଳକୁ ଭିଡିଓଟିକୁ ୪୮ ହଜାରରୁ ଅଧିକ ଭ୍ୟୁ ମିଳିସାରିଥିଲା। ଅନେକ ଲୋକ ମଧ୍ୟ ପ୍ରତିକ୍ରିୟା ଦେଇ ନିଜର ମତାମତ ଦେଇଛନ୍ତି। ଜଣେ କହିଛନ୍ତି ଯେ ଯେଉଁମାନେ ପିଲାମାନଙ୍କୁ ଏପରି ସଂସ୍କାର ଦେଇଥିବା ବାପାମାଆଙ୍କୁ ପ୍ରଶଂସା କରାଯିବା ଉଚିତ।

ଆଉ ଜଣେ କହିଛନ୍ତି, ପିଲାମାନେ ସ୍ୱଭାବରେ ଶାନ୍ତ ଏବଂ ଦୟାଳୁ। ସେହିପରି ଅନ୍ୟ ଜଣେ କହିଛନ୍ତି ସେ ମଧ୍ୟ ତାଙ୍କ ପିଲାଦିନରେ ଅନେକ ଥର ଏମିତି କରିଥିଲେ, କିନ୍ତୁ ସେତେବେଳେ କେହି ଭିଡିଓ କରି ନଥିଲେ।

Inspiring Story Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ