Advertisment

Viral: ବୟସ ହେଇଗଲା, ବିବାହ ପାଇଁ ମିଳିଲେନି କନ୍ୟା; ଆପଣେଇଲେ ଏମିତି ଉପାୟ, ଲାଗିଲାଣି ଲାଇନ୍

ବୟସ ହେଇଗଲା ୩୦। ବିବାହ ପାଇଁ ମିଳିଲେନି କନ୍ୟା। ପଡ଼ୋଶୀ ତଥା ସମ୍ପର୍କୀୟମାନେ କଲେ ଥଟ୍ଟା ପରିହାସ। ଆଉ ସହିହେଲାନି। ଆପଣେଇଲେ ଅଜବ ଉପାୟ। ଏବେ ଲାଗିଛି କନ୍ୟାଙ୍କ ଲାଇନ୍।

Rickshaw driver searching for girl to marriage by putting up hoardings

Rickshaw driver searching for girl to marriage by putting up hoardings

Advertisment

ଭାରତରେ ବିବାହକୁ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ବିଚାର କରାଯାଏ। ପ୍ରତ୍ୟେକ ଝିଅ ଏବଂ ପୁଅ ବିବାହ କରିବାକୁ ଚାହାଁନ୍ତି। ଉଭୟଙ୍କ ବିବାହ ପାଇଁ ଏକ ବୟସ ମଧ୍ୟ ସ୍ଥିର କରାଯାଇଛି। ଯଦି ଜଣେ ବିବାହ ନ କରେ ତେବେ ପଡ଼ୋଶୀ ତଥା ସମ୍ପର୍କୀୟମାନେ ଥଟ୍ଟା ପରିହାସ କରିବା ଆରମ୍ଭ କରନ୍ତି।

Advertisment

ମଧ୍ୟପ୍ରଦେଶର ଦାମୋହରେ ରହୁଥିବା ତିରିଶ ବର୍ଷ ବୟସ୍କ ଜଣେ ଯୁବକଙ୍କ କ୍ଷେତ୍ରରେ ଏହି କିଛି ଘଟଣା ଘଟିଥିଲା। ତା ପରେ ସେ ଯାହା କଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ। ଏହି ତିରିଶ ବର୍ଷ ବୟସ୍କ ବ୍ୟକ୍ତିଙ୍କ ନାମ ହେଉଛି ଦୀପେନ୍ଦ୍ର ରାଠୋର। ଦୀପେନ୍ଦ୍ର ରାଠୋର ଏକ ଇ-ରିକ୍ସା ଡ୍ରାଇଭର୍। ତାଙ୍କର ବିବାହ ଠିକ୍ ହୋଇପାରୁ ନ ଥିବାରୁ ସେ ଏକ ନିଆରା ପଦ୍ଧତି ଗ୍ରହଣ କରିଛନ୍ତି। ଦୀପେନ୍ଦ୍ର ତାଙ୍କ ଇ-ରିକ୍ସାରେ ଏକ ବଡ ହୋର୍ଡିଂ ଲଗେଇଛନ୍ତି, ଯେଉଁଥିରେ ସେ ତାଙ୍କର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି। ଏହି ହୋର୍ଡିଂରେ ସେ ତାଙ୍କ ଶିକ୍ଷା, ଉଚ୍ଚତା, ବ୍ଲଡ୍ ଗ୍ରୁପ୍ ଇତ୍ୟାଦି ଲେଖିଛନ୍ତି। ସେ ଏହି ଇ-ରିକ୍ସାରେ ସହର ସାରା ବୁଲୁଛନ୍ତି।

ସେ ଯେଉଁଠାକୁ ବି ତାଙ୍କ ଇ-ରିକ୍ସା ନେଉଛନ୍ତି ଲୋକମାନେ ହୋର୍ଡିଂରେ ଯାହା ଲେଖା ହୋଇଛି ତାହା ପଢିବା ପାଇଁ ଲାଇନ୍ ଲଗଉଛନ୍ତି। ଏହି ଖବରକୁ ନେଇ ସେ ବର୍ତ୍ତମାନ ସହରରେ ଆଲୋଚନାର ବିଷୟ ପାଲଟିଛନ୍ତି। ସେ କହିଛନ୍ତି ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲେ ବି ତାଙ୍କ ପାଖକୁ କୌଣସି ପ୍ରସ୍ତାବ ଆସୁନାହିଁ। ସେ କିନ୍ତୁ ବିବାହ କରିବାକୁ ଚାହୁଁଛନ୍ତି। ତେଣୁ ସେ ଏପରି କରିବାକୁ ବାଧ୍ୟ ହୋଇଛନ୍ତି।

Advertisment

ସେ ହୋର୍ଡିଂ ଉପରେ ଏକ ବିଶେଷ କଥା ଲେଖିଛନ୍ତି। ସେ ଲେଖିଛନ୍ତି ଯେ ବିବାହରେ ଜାତି ଓ ଧର୍ମ ଉପରେ କୌଣସି ପ୍ରତିବନ୍ଧକ ନାହିଁ। ଯେ କୌଣସି ଜାତି ଏବଂ ଧର୍ମର ଝିଅ କିମ୍ବା ତାଙ୍କ ପରିବାର ସଦସ୍ୟ ବିବାହ ପ୍ରସ୍ତାବ ନେଇ ତାଙ୍କ ନିକଟକୁ ଆସିପାରିବେ।

Advertisment

ରିପୋର୍ଟ ଅନୁଯାୟୀ, ଦୀପେନ୍ଦ୍ର କହିଛନ୍ତି ଯେ ତାଙ୍କ ପରିବାର ସଦସ୍ୟ ତାଙ୍କ ବିବାହକୁ ନେଇ ଅନେକ ଥର ଚେଷ୍ଟା କରିଥିଲେ, କିନ୍ତୁ ପ୍ରତ୍ୟେକ ଥର କୌଣସି ନା କୌଣସି କାରଣରୁ କିମ୍ବା ସମ୍ପର୍କ ଭାଙ୍ଗୁଇ ଯାଉଥିଲା। ସେ ବିବାହ କରି ନ ପାରିବାରୁ ଲୋକମାନେ ତାଙ୍କୁ ପରିହାସ କରିବାକୁ ଲାଗିଲେ।

ଲୋକମାନଙ୍କ ପରିହାସକୁ ସେ ସହି ନ ପାରି ଏମିତି ଏକ ଅନନ୍ୟ ଉପାୟ ଗ୍ରହଣ କରିଛନ୍ତି ଏବଂ ବିବାହ ପାଇଁ ତାଙ୍କ ବାୟୋଡାଟାକୁ ତାଙ୍କ ରିକ୍ସା ପଛରେ ଲଗେଇଛନ୍ତି। ବର୍ତ୍ତମାନ ଦୀପେନ୍ଦ୍ରକୁ ପାଖକୁ ଅନେକ ପ୍ରସ୍ତାବ ଆସୁଥିବା କୁହାଯାଉଛି।

Viral News Ajab Gajab Viral Post
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ