Red Wine Viral Video
ମଦରେ ବୁଡ଼ିଗଲା ରାସ୍ତା। ପାଣି ସୁଅ ପରି ରାସ୍ତାରେ ବହିଲା ରେଡ୍ ୱାଇନ୍। ସୋସିଆଲ୍ ମିଡିଆରେ ଭାଇରାଲ୍ ଏହି ଭିଡିଓକୁ ଯେକେହିବି ଦେଖୁଛନ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ପର୍ତ୍ତୃଗାଲର ସାଓ ଲୋରେନ୍କୋ ଡେ ବାଇରୋ ନାମକ ଏହି ଛୋଟ ସହରର ରାସ୍ତାରେ ରେଡ୍ ୱାଇନ୍ ପାଣି ସୁଅ ପରି ବହୁଥିବା ଦେଖି ସେଠାକାର ଲୋକଙ୍କୁ ଏହା ଚକିତ କରିଥିଲା।
ରିପୋର୍ଟରେ କୁହାଯାଇଛି ଯେ, ହଠାତ୍ ରାସ୍ତାରେ ରେଡ୍ ୱାଇନ୍ ଭାସୁଥିବା ଦେଖି ସେଠାକାର ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସହରର ଏକ ପାହାଡ଼ ନିକଟରୁ ଲକ୍ଷ ଲକ୍ଷ ଲିଟର ମଦ ବହି ଆସି ରାସ୍ତାରେ ପ୍ରବାହିତ ହୋଇଥିଲା। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ସହରର ଗଳି ରାସ୍ତାରେ ରେଡ୍ ୱାଇନ୍ ପ୍ରବାହିତ ହେଉଛି। ଯାହାକୁ ଲୋକମାନେ ୱାଇନ୍ ନଦୀ ବୋଲି କହିଛନ୍ତି।
ନ୍ୟୁୟର୍କ ରିପୋର୍ଟ ଅନୁସାରେ, ଏହି ରହସ୍ୟମୟ ୱାଇନ୍ ନଦୀର ଉତ୍ପତ୍ତି ସହରର ଏକ ମଦ ଫ୍ୟାକ୍ଟ୍ରିରୁ ହୋଇଥିଲା। ଯେଉଁଠି ୨.୨ ମିଲିୟନ ଲିଟରରୁ ଅଧିକ ୱାଇନ୍ ବ୍ୟାରେଲ୍ ଟ୍ୟାଙ୍କ୍ ଫାଟି ଯାଇଥିଲା। ତେବେ ସର୍ଟିମା ନଦୀ ଏକ ମଦ ନଦୀରେ ପରିଣତ ହେବା ପୂର୍ବରୁ ଅଗ୍ନିଶମ ବାହିନୀ ପ୍ରବାହିତ ହେଉଥିବା ମଦକୁ ଅଟକାଇବା ଲାଗି କାର୍ଯ୍ୟାନୁଷ୍ଠାନ ନେଇଥିଲେ। ପରେ ଏହାର ରାସ୍ତା ପରିବର୍ତ୍ତନ କରାଯାଇ ଏହାକୁ ନିକଟରେ ଥିବା ଏକ କ୍ଷେତକୁ ଛଡ଼ା ଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694505698.jpg)