Advertisment

ରିଲ୍ସ ନିଶା; ଯୁବତୀଙ୍କୁ ୧୦୦ ଫୁଟ ଉଚ୍ଚତାରୁ ଝୁଲାଇଲେ ପ୍ରେମିକ..ଭିଡିଓ ଭାଇରାଲ

ସୋସିଆଲ ମିଡିଆ ଏକ୍ସରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବକ ଯୁବତୀ ବିପଦପୂର୍ଣ୍ଣ ରିଲ୍ସ କରୁଛନ୍ତି।

Viral Video

Viral Video

Advertisment

ରିଲ୍ସ ପାଇଁ ଜୀବନକୁ ବାଜିରେ ଲଗାଇଲେ ଜଣେ ପ୍ରେମୀଯୁଗଳ। ସାମାନ୍ୟ ରିଲ୍ସ ପାଇଁ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିଜକୁ ସ୍ପାଇଡର ମ୍ୟାନ୍‌ ମନେ କରି ଯୁବତୀଙ୍କୁ ହାତକୁ ଧରି ଛାତରୁ ଝୁଲାଇ ଧରିଲେ। ଟିକିଏ ଭୁଲ୍‌ ହୋଇଥିଲେ ଯୁବତୀଙ୍କ ପ୍ରାଣ ଚାଲିଯାଇଥାନ୍ତା।

Advertisment

ସୋସିଆଲ ମିଡିଆ ଏକ୍ସରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବକ ଯୁବତୀ ବିପଦପୂର୍ଣ୍ଣ ରିଲ୍ସ କରୁଛନ୍ତି। ଆପଣ ସମସ୍ତେ ହଲିଉଡ୍‌ର ଫିଲ୍ମ ‘ଆମାଜିଙ୍ଗ୍‌ ସ୍ପାଇଡର ମ୍ୟାନ୍‌ ୨’ ଦେଖିଥିବେ। ଯେଉଁଥିରେ ହିରୋ ପିଟର ପାର୍କର ଏକ ଷ୍ଟଣ୍ଟ କରୁଛନ୍ତି। ପ୍ରେମିକା ଗ୍ୱେନ୍‌ ଷ୍ଟାକି ଏକ ବିରାଟକାୟ ଆପାର୍ଟ ମେଣ୍ଟର ଛାତରୁ ଗଳିପଡ଼ୁଥିବା ବେଳେ ସେ ତାଙ୍କ ହାତକୁ ଜାବୁଡ଼ି ଧରି ରଖିଥିଲେ। ଯାହା ବେଶ୍‌ ରୋମାଞ୍ଚକ ଥିଲା। ଠିକ୍‌ ସେହି ଷ୍ଟଣ୍ଟକୁ ବାସ୍ତବିକ ଜୀବନରେ ଆପଣାଇଛନ୍ତି ଜଣେ ପ୍ରେମୀଯୁଗଳ।

ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଯୁବକ ୧୦୦ ଫୁଟ ଉଚ୍ଚ ବିଲ୍ଡିଂ ଛାତରୁ ଯୁବତୀଙ୍କ ହାତକୁ ଜାବୁଡ଼ି ଧରିଛନ୍ତି। ଆଉ ଜଣେ ଯୁବକ ଏହାର ଭିଡିଓ କରୁଛନ୍ତି। ଯାହା ବେଶ୍‌ ବିପଦପୂର୍ଣ୍ଣ। ଟିକିଏ ଅସାବଧାନ ହେଲେ ଅଘଟଣ ଘଟିବ। ଫିଲ୍ମ ଷ୍ଟଣ୍ଟକୁ ବାସ୍ତବିକ ଜୀବନରେ ଆପଣାଇଛନ୍ତି ଏହି ପ୍ରେମୀଯୁଗଳ। ଯାହା ବେଶ୍‌ ଭାଇରାଲ ହେବାରେ ଲାଗିଛି।

Advertisment

ତେବେ ଏହି ଭିଡିଓକୁ ଯୁଜର୍ସ ନିନ୍ଦା କରିଛନ୍ତି। ଉଭୟ ପ୍ରେମୀଯୁଗଳଙ୍କ ଉପରେ ଆକ୍ରୋଶ ଦେଖାଇଛନ୍ତି। ଲୋକଙ୍କ କହିବାନୁଯାୟୀ ଏଭଳି କାଣ୍ତ ସମାଜକୁ ଖରାପ ବାର୍ତ୍ତା ଯୋଗାଉଛି। ଏଭଳି କାଣ୍ତ ଗ୍ରହଣୀୟ ନୁହେଁ। ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ସୂଚନା ମୁତାବକ ରିଲ୍ସ କରୁଥିବା ପ୍ରେମୀଯୁଗଳଙ୍କ ପରିଚୟ ମିଳିପାରିନାହିଁ।

Advertisment
Viral Video Reels Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ