Advertisment

ଡେରିରେ ଆସିବାରୁ ଖଣ୍ଡଯୁଦ୍ଧ; ଶିକ୍ଷୟିତ୍ରୀ-ପ୍ରିନ୍ସପାଲ୍‌ ମାର୍‌ପିଟ୍‌..ଦେଖନ୍ତୁ ଭିଡିଓ

ଶିକ୍ଷୟିତ୍ରୀ ଜଣକ ପ୍ରିନ୍ସପାଲଙ୍କ ପୋଷାକ ଚିରିଦେଇଥିଲେ। ସେହିପରେ ଉଭୟ ଚୁଟି ଝିଙ୍କାଝିଙ୍କି ହୋଇଥିଲେ। ଏଥିରେ ଶିକ୍ଷୟିତ୍ରୀଙ୍କ ଆଖିରେ ଆଘାତ ଲାଗିଥିବା ଜଣାପଡିଛି।

ଅଦ୍ୟତନ ହୋଇଛି
Principal, teacher attack each other

Principal, teacher attack each other

Advertisment

ଡେରିରେ ଆସିଲେ ମାଡାମ୍। ଏହାକୁ ନେଇ ଆରମ୍ଭ ହୋଇଗଲା ବାକ୍ ଯୁଦ୍ଧ। ଆଉ ରାଗ ସମ୍ଭାଳି ପାରିଲେନି ପ୍ରିନ୍ସପାଲ୍ । ମାଡାମଙ୍କୁ ମାଡ଼ ମାରି ଅବସ୍ଥା ଖରାପ କରିଦେଲେ। ସ୍କୁଲରେ ଦୁଇ ମାଡାମ୍‌ଙ୍କ ଗଣ୍ଡଗୋଳର ଭିଡିଓ ଏବେ ସୋଲିଆଲ୍ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ଘଟଣାଟି ମେ’ ୩ତାରିଖର। ଆଗ୍ରାରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ ଏପରି ଘଟଣା ଦେଖିବାକୁ ମିଳିଛି। ଗତକାଲି ସ୍କୁଲକୁ ବିଳମ୍ୱରେ ଆସିଥିଲେ ଶିକ୍ଷୟିତ୍ରୀ ଗୁଞ୍ଜା ଚୌଧୁରୀ। ଏନେଇ ପ୍ରିନ୍ସପାଲ୍ ତାଙ୍କୁ ତାଗିଦ୍ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଯାଇଥିଲା। ପରେ ଉଭୟ ଅଧିକ ଗଣ୍ଡଗୋଳ କରିବାକୁ ଲାଗିଲେ। ପରିସ୍ଥିତି ଏପରି ହେଲା ଯେ ଉଭୟ ହାତାହାତି ହେବାକୁ ପଛାଇଲେ ନାହିଁ।

ଏପରିସ୍ଥିତିରେ ଅନ୍ୟ ଶିକ୍ଷକମାନେ ଦୌଡି ଆସି ଉଭୟଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ଅପମାନଜନକ ଭାଷାର ପ୍ରୟୋଗ କରିବା ସହ ପରସ୍ପରକୁ ଆକ୍ରମଣ କରିଥିଲେ। ଶିକ୍ଷୟିତ୍ରୀ ଜଣକ ପ୍ରିନ୍ସପାଲଙ୍କ ପୋଷାକ ଚିରିଦେଇଥିଲେ। ସେହିପରି ଉଭୟ ଚୁଟି ଝିଙ୍କାଝିଙ୍କି ହୋଇଥିଲେ। ଏଥିରେ ଶିକ୍ଷୟିତ୍ରୀଙ୍କ ଆଖିରେ ଆଘାତ ଲାଗିଥିବା ଜଣାପଡିଛି।

Advertisment

ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀମାନେ ଏଥିରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ ଏବଂ ଦୁଇଜଣଙ୍କୁ ଅଲଗା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କର ଉଦ୍ୟମ ବୃଥା ହୋଇଥିଲା। ଗୁଞ୍ଜା ଚୌଧୁରୀ ଲଗାତାର ୪ଦିନ ଧରି ବିଳମ୍ୱରେ ସ୍କୁଲରେ ପହଞ୍ଚୁଥିବା ପ୍ରିନ୍ସପାଲ୍ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ନେଇ ଏପରିସ୍ଥିତି ସୃଷ୍ଟି ହୋଇଥିଲା।

Advertisment

ଏନେଇ ସିକନ୍ଦର ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଛି। ଉଭୟ ପକ୍ଷ ପରସ୍ପର ବିରୋଧରେ ଅଭିଯୋଗ ଆଣିଛନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ମାମଲା ପଞ୍ଜିକୃତ ହୋଇ ନ ଥିବାରୁ ପୋଲିସ ଘଟଣାର ତଦନ୍ତ କରୁଛି। ଅନଲାଇନରେ ସେୟାର୍ ହେବା ପରଠାରୁ, ସୋସିଆଲ୍ ମିଡିଆ ଏକ୍ସରେ ୨ଲକ୍ଷରୁ ଅଧିକ ଭ୍ୟୁ ସହିତ ଏହି ଭିଡିଓଟି ଭାଇରାଲ୍ ହୋଇଛି ।

Teacher Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: