Advertisment

Video: ସ୍କୁଲରେ ‘ଫେସିଆଲ୍‌’ କଲେ ଶିକ୍ଷୟତ୍ରୀ; ସହକର୍ମୀ ଭିଡ଼ିଓ କରିବାରୁ ରାଗରେ କାମୁଡ଼ିଦେଲେ...

ପ୍ରଧାନ ଶିକ୍ଷୟତ୍ରୀଙ୍କ ଅଜବ କାରନାମା । ସ୍କୁଲରେ କଲେ ‘ଫେସିଆଲ୍‌’ ! ଭିଡ଼ିଓ କରିବାରୁ ସହକର୍ମୀଙ୍କୁ ମାରିଲେ ମାଡ଼ । ସହକର୍ମୀଙ୍କୁ ମାଡ଼ ମାରି କଲେ ରକ୍ତାକ୍ତ ।

ଅଦ୍ୟତନ ହୋଇଛି
Principal Gets Facial Done In School

Principal Gets Facial Done In School

Advertisment

ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଅଜବ କାରନାମା । ସ୍କୁଲରେ ‘ଫେସିଆଲ୍‌’ ! ଭିଡ଼ିଓ କରିବାରୁ ସହକର୍ମୀଙ୍କୁ ମାରିଲେ ମାଡ଼ । ସହକର୍ମୀଙ୍କୁ ମାଡ଼ ମାରି କଲେ ରକ୍ତାକ୍ତ । ଭାଇରାଲ ହେଲା ଭିଡ଼ିଓ । ତେବେ ଘଟଣାଟି ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟରେ ଘଟିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Advertisment

ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସଂଗୀତା ସିଂ ଶିକ୍ଷାଦାନ କରିବା ପରିବର୍ତ୍ତେ ସ୍କୁଲର ରୋଷେଇ ଘରେ ‘ଫେସିଆଲ୍‌’ କରୁଥିଲେ । କେବଳ ଏତିକି ନୁହେଁ, ଯେତେବେଳେ ଆଉ ଜଣେ ଶିକ୍ଷକ ଏହି ଘଟଣାର ଭିଡିଓ କରିବାକୁ ଚେଷ୍ଟା କରୁଥିଲେ, ପ୍ରଧାନ ଶିକ୍ଷୟତ୍ରୀ ତାଙ୍କୁ ମାଡ଼ ମାରିବା ସହ ଦାନ୍ତରେ ହାତ କାମୁଡ଼ି ରକ୍ତାକ୍ତ କରିଥିବା ଅଭିଯୋଗ ହୋଇଛି । ଆହତ ହୋଇଥିବା ଶିକ୍ଷକ ଜଣକ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଘଟଣା ବିଷୟରେ ସମ୍ପୂର୍ଣ୍ଣ ଜଣାଇଥିଲେ।

ଘଟଣା ଘଟିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସହକାରୀ ଶିକ୍ଷକ ଥାନାରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଆହତ ଶିକ୍ଷକଙ୍କ ଚିତ୍କାର ଶୁଣି ନିକଟସ୍ଥ ଲୋକମାନେ ତାଙ୍କ ପାଖକୁ ଆସି ତାଙ୍କ ଜୀବନ ରକ୍ଷା କରିଥିଲେ ବୋଲି କହିଛନ୍ତି ସହକାରୀ ଶିକ୍ଷକ ।

Advertisment

ଭାଇରାଲ୍ ଭିଡିଓ ଦେଖିବା ପରେ ଅନେକ ଲୋକ ଏହା ଉପରେ ନିଜର ମତାମତ ଦେଇଛନ୍ତି । ଜଣେ ବ୍ୟକ୍ତି ଲେଖିଛନ୍ତି, "ଏହା ଭୟଙ୍କର ଘଟଣା । ତାଙ୍କୁ ଦଣ୍ଡ ଦିଆଯିବା ଉଚିତ୍।" ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି, ‘ସରକାରୀ ବିଦ୍ୟାଳୟରେ ପିଲା ନାହାଁନ୍ତି । ଅଧିକାଂଶ ସ୍ଥାନରେ ପରିସ୍ଥିତି ସମାନ।’ ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ଏପରି ଶିକ୍ଷକଙ୍କୁ ତୁରନ୍ତ ଚାକିରିରୁ ବିଦା କରାଯିବା ଉଚିତ ଏବଂ ଏକ ମାମଲା ଦାୟର କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।

Advertisment
School Teacher
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ