Advertisment

ସମୁଦ୍ରରେ ଗାଧୋଉଥିଲେ ପର୍ଯ୍ୟଟକ : ହଠାତ୍ ଆକାଶରୁ ଖସିଲା ବିମାନ

ସବୁ ଦିନ ଭଳି ସେଦିନ ଚଳଚଞ୍ଚଳ ଥିଲା ସମୁଦ୍ର କୂଳ। ଗାଧୋଉଥିଲେ ପର୍ଯ୍ୟଟକ। ହଠାତ୍ ଆକାଶରୁ ଖସି ପଡିଲା ଗୋଟିଏ ବିମାନ।

ଅଦ୍ୟତନ ହୋଇଛି
sea

sea

Advertisment

ସମୁଦ୍ରରେ ପର୍ଯ୍ୟଟକମାନେ ଗାଧୋଇବା ସମୟରେ ଆକାଶରୁ ଖସିଲା ବିମାନ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ। ହଠାତ ମଝି ଆକାଶରୁ ବିମାନ ଖସୁଥିବା ଦେଖିବାକୁ ମିଳୁଛି । ଭିଡିଓଟିକୁ ଦେଖି ଲୋକେ ତାଜୁବ ହୋଇ ଯାଉଥିବା ବେଳେ ଭୟଭୀତ ହୋଇପଡ଼ୁଛନ୍ତି ।

Advertisment

ଭାଇରାଲ ଭିଡିଓରେ ଦେଖାଯାଇଛି, ଏକ କଳା ରଙ୍ଗର ବିମାନ ହଠାତ୍ ତଳକୁ ଖସି ପଡିବା ସହ ସମୁଦ୍ରରେ ପଡ଼ିଯାଉଛି । ଏହି ସମୟରେ ସମୁଦ୍ରରେ ଅନେକ ଲୋକ ଗାଧୋଉଛନ୍ତି । ବିମାନ ଖସିବା ଦେଖି ଲୋକମାନେ ଡ଼ରିଯିବା ସହ ଉପରକୁ ପଳାଇ ଆସୁଥିବା ଦେଖାଯାଉଛି । ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନଟି ତଳକୁ ଖସି ସମୁଦ୍ରରେ ପଡ଼ିଥିବା କୁହାଯାଉଛି । ତେବେ ଏହି ବିମାନ ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି।

ଲୋମଟାଙ୍କୁଆ ଏ ଭିଡିଓଟି Oceanholiclife ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ୍ ହୋଇଛି । ଭିଡିଓଟିକୁ ଲକ୍ଷ ଲକ୍ଷ ଦେଖିସାରିଥିବା ବେଳେ ୟୁଜରମାନେ ଭିନ୍ନ ଭିନ୍ନ କମେଣ୍ଟ୍‌ ଦେଇଛନ୍ତି।

Advertisment
Plane Crashes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ