Bihar News
ଡ୍ରେନ୍ରେ ଭାସିଲା ପୁଳାପୁଳା ଟଙ୍କା । ଆଉ ଟଙ୍କା ନେବାକୁ ଲୋକଙ୍କ ମଧ୍ୟରେ ଲାଗିଲା ପ୍ରତିଯୋଗିତା । ଡ୍ରେନ୍ ଭିତରର ନାଳ ନର୍ଦ୍ଦମା ପାଣିରେ ଅନେକ ଲୋକ ପଶିବା ସହ ନୋଟ୍ ସଂଗ୍ରହ କରୁଥିବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଖାଲି ସେତିକି ନୁହେଁ, ଟଙ୍କା ସାଉଁଟିବା ବେଳର ଚିତ୍ର କିଛି ଲୋକ ନିଜ ମୋବାଇଲ୍ରେ ଭିଡିଓ କରୁଥିବା ଦେଖିବାକୁ ମିଳୁଛି ।
ଘଟଣାଟି ବିହାର ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ରାଜଧାନୀ ପାଟନା ଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଏହି ଘଟଣା ଘଟିଛି । ଭିଡିଓଟି ସୋସିଆଲ୍ ମିଡିଆରେ ଖୁବ୍ ମାତ୍ରାରେ ଭାଇରାଲ ହେବା ପରେ ଘଟଣାର ଯାଞ୍ଚ ଆରମ୍ଭ କରାଯାଇଥିଲା । ଡ୍ରେନ୍ରେ କିଏ ଓ କାହିଁକି ଟଙ୍କା ପକାଇଥିଲା ସେନେଇ ତଦନ୍ତ କରାଯାଇଥିଲା । ହେଲେ ଲୋକମାନେ ଡ୍ରେନରେ ପକାଯାଇଥିବା ଟଙ୍କାକୁ ନେଇଯାଇଥିବାରୁ ତାହା କେତେ ପରିମାଣର ଅର୍ଥ ଥିଲା ତାହା ଜଣାପଡ଼ିନାହିଁ ।
ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । କିଛି ଲୋକ ଡ୍ରେନ୍ରେ ୧୦୦, ୨୦୦ ଓ ୫୦୦ ଟଙ୍କା ଭାସୁଥିବା ଦେଖିଥିବା କହିଛନ୍ତି । ଜଣେ ଉପଭୋକ୍ତା ଏହି ଭିଡିଓକୁ ଟ୍ୱିଟରରେ ସେୟାର କରି ଲେଖିଛନ୍ତି, ରାଜଧାନୀ ପାଟନାଠାରୁ ୧୫୦ କିଲୋମିଟର ଦୂରରେ ଥିବା ବିହାର ସହରର ସେସରାମର ଏକ ଡ୍ରେନ୍ରେ ୧୦୦ ଏବଂ ୧୦ ଟଙ୍କିଆ ନୋଟ ବଣ୍ଡଲ ଭାସୁଥିବା ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Bihar_News_1683634288.jpg)