Advertisment

Viral Video: ବିବାହ ବେଦୀରେ ପଣ୍ଡିତଙ୍କ ନୂଆ ମନ୍ତ୍ର; 'ତୁମ୍‌ହେଁ ଅପନା ବନାନେ କି କସମ ଖାଇ ହୈ…'

ଏବେ ଇଣ୍ଟର୍‌ନେଟ୍‌ରେ ଏପରି ଏକ ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁଥିରେ ଜଣେ ପଣ୍ଡିତ ବିବାହ ସମୟରେ ସିନେମା ଗୀତ ଗାଉଥିବା ଦେଖାଯାଏ। ମାର୍କେଟ୍‌କୁ ନୂଆ ପଣ୍ଡିତ ଆସିଛନ୍ତି ବୋଲି କୁହାଯାଉଛି।

ଅଦ୍ୟତନ ହୋଇଛି
Pandit ji singing song in wedding

Pandit ji singing song in wedding

Advertisment

ହିନ୍ଦୁ ବୈବାହିକ ପରମ୍ପରାରେ ଅନେକ ପ୍ରକାରର ରୀତିନୀତି ରହିଛି। ଏହା ଅନେକ ସମୟ ନେଇଥାଏ। ବେଳେବେଳେ ଦେଖାଯାଏ ଯେ ଏହି ରୀତିନୀତି ଭିତରେ ବର-କନ୍ୟା ଘୁମେଇ ପଡିବାର ତ ଆଉ କେତେବେଳେ ମଜାମସ୍ତି କରିବାର। ଏଥି ସହିତ ବେଳେ ବେଳେ ପଣ୍ଡିତଙ୍କର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡ୍‌ କରିଥାଏ।

Advertisment

ବେଳେବେଳେ ପଣ୍ଡିତମାନେ ନିଜ ନିଜ ଶୈଳୀରେ ବିବାହର ଅର୍ଥ ବ୍ୟାଖ୍ୟା କରୁଥିବାବେଳେ କେତେକ ଜାଗାରେ ଅଜବ ପ୍ରକାରର ମନ୍ତ୍ର ଉଚ୍ଚାରଣ କରୁଥିବା ଦେଖାଯାଏ। ଏବେ ଇଣ୍ଟର୍‌ନେଟ୍‌ରେ ଏପରି ଏକ ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁଥିରେ ଜଣେ ପଣ୍ଡିତ ବିବାହ ସମୟରେ ସିନେମା ଗୀତ ଗାଉଥିବା ଦେଖାଯାଏ।

ଏହି ମଜାଳିଆ ବିବାହ ଭିଡିଓରେ, ପଣ୍ଡିତଙ୍କର ମନ୍ତ୍ର ପଢିବାର ଷ୍ଟାଇଲ୍ ଲୋକଙ୍କ ହୃଦୟ ଜିତୁଛି, ଯାହାକୁ ଦେଖି ଆପଣ ମଧ୍ୟ ନ ହସି ରହି ପାରିବେ ନାହିଁ।

Advertisment

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ମନ୍ତ୍ର ପାଠ କରିବାବେଳେ ପଣ୍ଡିତ ଜୀ ହଠାତ୍ ଗୀତ ଗାଇବା ଆରମ୍ଭ କରିଥିଲେ। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳେ ଯେ ପଣ୍ଡିତ ‘ସାଥ୍ ରହେଙ୍ଗେ ସାତ ଜନମ ତକ’, 'ତୁମ୍‌ହେଁ ଅପନା ବନାନେ କି କସମ ଖାଇ ହୈ…', ‘ତୁ ମେରା ହୈ ସନମ… ତୁହି ମେରା ହମ୍ ଦମ୍‌’ ଆଦି ଗୀତକୁ ସେ ଚମତ୍କାର ଢଙ୍ଗରେ ଗାଇ ସମସ୍ତକୁ ମନୋରଂଜନ କରିଛନ୍ତି।

ଲୋକମାନେ ଏହି ଟ୍ରେଣ୍ଡିଂ ଭିଡିଓକୁ ଦେଖି ପ୍ରଶଂସା କରିବାରେ କୁଣ୍ଠାବୋଧ କରୁ ନାହାନ୍ତି। ଅନ୍ୟପକ୍ଷରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଭାଇରାଲ ଭିଡିଓକୁ ମଧ୍ୟ ଖୁବ ଉପଭୋଗ କରୁଛନ୍ତି।

Advertisment

ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେଉଥିବା ଏହି ବିବାହର ଭିଡିଓ ଟ୍ୱିଟର୍‌ରେ ଶେୟାର କରାଯାଇଛି, ଯାହାକୁ ଅନେକ ଦେଖିବା ସହିତ ପସନ୍ଦ ମଧ୍ୟ କରୁଛନ୍ତି। ଭିଡିଓ ଶେୟାର କରିବାବେଳେ ଏହାର କ୍ୟାପ୍‌ସ୍‌ନରେ ଲେଖାଯାଇଛି, “ମାର୍କେଟ୍‌କୁ ନୂଆ ପଣ୍ଡିତ ଆସିଛନ୍ତି”।

ଏପର୍ଯ୍ୟନ୍ତ ୯୬ ହଜାରରୁ ଅଧିକ ଲୋକ ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ଦେଖିଥିବାବେଳେ ୧ହଜାରରୁ ଅଧିକ ଲୋକ ୨ ମିନିଟ ୨୦ ସେକେଣ୍ଡର ଏହି ଭିଡିଓକୁ ପସନ୍ଦ କରିଛନ୍ତି।

ଏହି ଭିଡିଓ ଦେଖି ଜଣେ ଲେଖିଛନ୍ତି, “ଏହିପରି ପଣ୍ଡିତଙ୍କୁ, ମୁଁ ମଧ୍ୟ ଯୋଗ୍ୟ ଭାବେ।” ଅନ୍ୟ ଜଣେ ଲେଖିଛନ୍ତି, “ପଣ୍ଡିତ ଜୀ ତ ପୂରା ମନୋରଂଜନ କରିଦେଲେ ଭାଇସାହାବ।” ସେହିପରି ଆଉ ଜଣେ ଲେଖିଛନ୍ତି, “ମୁଁ ବୁଝିପାରୁ ନାହିଁ, ଏହି ପଣ୍ଡିତ ବିବାହ କରୁଛନ୍ତି ନା ଏକ ଗୀତ ଗାଉଛନ୍ତି।”

Trending Social Media Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ