Advertisment

Viral Video: ବିବାହ ଦେଉ ଦେଉ ଗୋବିନ୍ଦାଙ୍କ ଷ୍ଟାଇଲ୍‌ରେ ନାଚିଲେ ପୁରୋହିତ

ହିନ୍ଦୁ ପରମ୍ପରା ଅନୁସାରେ କୌଣସି ବିବାହ ବିନା ପଣ୍ଡିତରେ ହୁଏ ନାହିଁ। କାରଣ ପଣ୍ଡିତଙ୍କ ମନ୍ତ୍ର ଧ୍ୱନୀରେ ଦୁଇ ଅଜଣା ବ୍ୟକ୍ତି ପରସ୍ପରଙ୍କୁ ସାତ ଜନ୍ମ ପାଇଁ ନିଜର କରନ୍ତି। କିନ୍ତୁ ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ବିବାହ ଦେଖିବାକୁ ମିଳୁଛି ଯେଉଁଠି ପଣ୍ଡିତଙ୍କ ଡ୍ୟାନ୍ସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।

ଅଦ୍ୟତନ ହୋଇଛି
pandit ji did tremendous dance infront of dulha dulhan

pandit ji did tremendous dance infront of dulha dulhan

Advertisment

ଆଜିକାଲି ବିବାହ ଉତ୍ସବରେ ବର-କନ୍ୟାଙ୍କ ଡ୍ୟାନ୍ସ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଚମତ୍କାର ଡ୍ୟାନ୍ସ କରି ବର-କନ୍ୟାମାନେ କେବଳ ବରଯାତ୍ରୀଙ୍କୁ ନୁହେଁ ସୋସିଆଲ୍ ମିଡିଆର ଲୋକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥାନ୍ତି। ବେଳେ ବେଳେ ସେମାନଙ୍କ ଅଜବ ଡ୍ୟାନ୍ସ ମଧ୍ୟ ମନୋରଂଜନର ଢେର ଖୋରାକ ଦିଏ।

Advertisment

ହିନ୍ଦୁ ପରମ୍ପରା ଅନୁସାରେ କୌଣସି ବିବାହ ବିନା ପଣ୍ଡିତରେ ହୁଏ ନାହିଁ। କାରଣ ପଣ୍ଡିତଙ୍କ ମନ୍ତ୍ର ଧ୍ୱନୀରେ ଦୁଇ ଅଜଣା ବ୍ୟକ୍ତି ପରସ୍ପରଙ୍କୁ ସାତ ଜନ୍ମ ପାଇଁ ନିଜର କରନ୍ତି। ପଣ୍ଡିତଙ୍କ ବେଦ ମନ୍ତ୍ରରେ ହୋମ ଅଗ୍ନିକୁ ସାକ୍ଷୀ କରି ପବିତ୍ର ବନ୍ଧନରେ ବାନ୍ଧିହୁଅନ୍ତି ବର-କନ୍ୟା।

କିନ୍ତୁ ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ବିବାହ ଦେଖିବାକୁ ମିଳୁଛି ଯେଉଁଠି ବର-କନ୍ୟା ନୁହେଁ ବରଂ ପଣ୍ଡିତଙ୍କ ଡ୍ୟାନ୍ସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏହି ବିବାହରେ ବର-କନ୍ୟା ଲାଜ କରି ଠିଆ ହୋଇଥିବା ବେଳେ ପଣ୍ଡିତଙ୍କ ଦମଦାର ଡ୍ୟାନ୍ସ ଦେଖିବାକୁ ମିଳେ।

Advertisment

ପଣ୍ଡିତଙ୍କ ରକ୍ସ:

ଏହି ଭିଡିଓକୁ South indian designerwear ନାମକ ଏକ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେୟାର କରାଯାଇଛି | ଭିଡିଓରେ ଏହା ଦେଖିବାକୁ ମିଳେ ଯେ ପୁରୋହିତ ବର-କନ୍ୟାଙ୍କୁ ନାଚିବାକୁ ଉତ୍ସାହିତ କରୁଛନ୍ତି। ଏନେଇ ସେମାନଙ୍କୁ ନଚେଇବା ପାଇଁ ସେ ନିଜେ ନାଚିବା ଆରମ୍ଭ କରନ୍ତି। ଯଦିଓ ବର-କନ୍ୟା ଟିକେ ଟିକେ ହଲୁଛନ୍ତି କିନ୍ତୁ ପଣ୍ଡିତ ପୂରା ଫୁଲ୍ ସ୍ପିଡ୍‌ରେ ନାଚୁଛନ୍ତି। ସେ ଗୋବିନ୍ଦାଙ୍କ ଷ୍ଟାଇଲ୍‌ରେ ଅଣ୍ଟା ହଲେଇ ପୂରା ବିନ୍ଦାସ ଭାବେ ନାଚୁଛନ୍ତି। ଏପରିକି ବର-କନ୍ୟା ତାଙ୍କର ଏଭଳି ହରକତ ଦେଖି ଲାଜ କରୁଛନ୍ତି।

Advertisment

ଲୋକମାନେ ଏହି ଭିଡିଓକୁ ଖୁବ କରୁଛନ୍ତି ଏବଂ ଏହା ଭାଇରାଲ୍ ହେଉଛି। ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ଅନେକ ମିଲିୟନ୍ ଥର ଦେଖାଯାଇଛି ଏବଂ ୩୪ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ମନ୍ତବ୍ୟ ଦେବାବେଳେ ଲୋକମାନେ ପଣ୍ଡିତଙ୍କୁ ଜଣେ ଚମତ୍କାର ନୃତ୍ୟଶିଳ୍ପୀ ବୋଲି କହୁଛନ୍ତି।

Social Media Viral Video Marriage Party
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ