Advertisment

Viral Video: ୧୫ ଲକ୍ଷ ଟଙ୍କା ଦେଲେ ଆପଣଙ୍କ ପାଖରେ ପହଞ୍ଚିଯିବ ପରିବାର ରହିବା ଭଳି ଘର

ଆପଣ କେବେ ଶୁଣିଛନ୍ତି କି ଅନ୍‌ଲାଇନ୍‌ରେ ଗୋଟିଏ ପରିବାର ରହିବା ଭଳି ଘର ବି ମିଳିପାରିବ? ତାହା ପୁଣି ଏ ଘରକୁ କିଣିବାକୁ ହେଲେ ଆପଣଙ୍କୁ ସେଠାକୁ ଯିବାକୁ ପଡିବନି ବରଂ ଘର ପ୍ୟାକିଂ ହୋଇ ଆପଣଙ୍କ ପାଖକୁ ଆସିବ। ଏଥର ଆପଣ ନିଶ୍ଚିତ କହିବେ, ଏହା କେବେ ସମ୍ଭବ ନୁହେଁ। ଏହା କିନ୍ତୁ ସମ୍ଭବ। ଦେଖନ୍ତୁ ଏହି ଭିଡିଓ…

ଅଦ୍ୟତନ ହୋଇଛି
Online delivery  sells unique houses for 19000 dollar

Online delivery sells unique houses for 19000 dollar

Advertisment

ଟେକ୍ନୋଲୋଜୀ ସହିତ ଆଗେଇ ଚାଲିଛି ଦୁନିଆଁ। ଘରେ ବସି ସବୁକିଛି ଆସି ପହଞ୍ଚି ଯାଉଛି। ଏହି ସୁଯୋଗ ଦେଇଛି ଅନ୍‌ଲାଇନ୍ ମାର୍କେଟିଂ। କେବଳ ଗୋଟିଏ ଅର୍ଡରରେ ହିଁ ମୋବାଇଲ୍, କ୍ୟାମେରା, ଫ୍ରିଜ୍, ଏସି, ଟିଭି ଏବଂ ଲାପଟପ୍ ସହିତ ଅନେକ କିଛି ଘରେ ଆସି ପହଞ୍ଚିଯାଉଛି।

Advertisment

ଆପଣ କେବେ ଶୁଣିଛନ୍ତି କି ଅନ୍‌ଲାଇନ୍‌ରେ ଗୋଟିଏ ପରିବାର ରହିବା ଭଳି ଘର ବି ମିଳିପାରିବ? ତାହା ପୁଣି ଏ ଘରକୁ କିଣିବାକୁ ହେଲେ ଆପଣଙ୍କୁ ସେଠାକୁ ଯିବାକୁ ପଡିବନି ବରଂ ଘର ପ୍ୟାକିଂ ହୋଇ ଆପଣଙ୍କ ପାଖକୁ ଆସିବ। ଏହା ଶୁଣି ଆପଣଙ୍କ ମୁଣ୍ଡ ଘୂରେଇ ଯିବଣି, ଆଉ ଆପଣ ନିଶ୍ଚିତ କହିବେ, ଏହା କେବେ ସମ୍ଭବ ନୁହେଁ।

ଏ କଥା କିନ୍ତୁ ସତ। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଆପଣ ଏହାକୁ ଦେଖିଲେ ନିଶ୍ଚିତ ବିଶ୍ୱାସ କରିବେ ଆଉ ଏହା ବି ଆପଣଙ୍କର ଏକ ସ୍ୱପ୍ନ ହେଇଯିବ, ଏହାକୁ ଦିନେ ନା ଦିନେ କିଣିବା ପାଇଁ। ତେବେ ଏହି ଘରର ମୂଲ୍ୟ, ଆକାର ଏବଂ ଡିଜାଇନ୍ ଆଦି ଜାଣିନେବା।

Advertisment

ବକ୍ସରେ ପ୍ୟାକ୍ ହୋଇ ଆସିଲା ଘର:

'X' ରେ @ stillgray ନାମକ ଜଣେ ବ୍ୟକ୍ତି ଏକ ଭିଡିଓ ପୋଷ୍ଟ୍‌ କରିଛନ୍ତି, ଯାହା ଏକ ରେଡିମେଡ୍ ଘର ଡେଲିଭରୀ ହେବା ପରେ ଦେଖାଯାଇଛି। ଭିଡିର ଆରମ୍ଭରୁ ଏକ ବଡ ବାକ୍ସରେ ସିଲ୍ ହୋଇଥିବା ଏକ ଘର ଖୋଲାଯାଉଛି। ଗୋଟିଏ ପରେ ଗୋଟିଏ ଘରର ବିଭିନ୍ନ ଅଂଶକୁ ଖୋଲାଯାଉଛି। ଦେଖୁ ଦେଖୁ ପୂରା ଘର ପ୍ରସ୍ତୁତ ହୋଇଯାଉଛି।

ଘର ମୂଲ୍ୟ:

ଏହା ଦେଖିବାକୁ ପରେ ଆପଣଙ୍କର ହୁଏତ ଇଛା ହେଉଥିବ ଏହି ଘରର ମୂଲ୍ୟ ଜାଣିବାକୁ। ତେବେ ମୂଲ୍ୟ ୧୯,୦୦୦ ଡଲାର ଅର୍ଥାତ୍ ଭାରତୀୟ ଟଙ୍କାରେ ୧୫ ଲକ୍ଷରୁ ଅଧିକ ବୋଲି ଏହି ପୋଷ୍ଟରେ ଲେଖାଯାଇଥିବା କ୍ୟାପ୍‌ସନ୍‌ରୁ ଜଣାପଡିଛି।

Advertisment


ଡିଜାଇନ୍:

ଏହା କେବଳ କାମଚଳା ଘର ନୁହେଁ। ଏହି ଘରେ ରୋଷେଇ ଘର, ଶୋଇବା ଘର ଏବଂ ଡ୍ରଇଂ ରୁମ୍ ମଧ୍ୟ ଅଛି। ଆପଣ ନିଶ୍ଚିତ ଭାବରେ ପ୍ରାୟତଃ ବଡ ଡିଜାଇନ୍ ହୋଇଥିବା ଫୁଡ୍ ଭ୍ୟାନ୍ କିମ୍ବା ଫିଲ୍ମ ଷ୍ଟାରଙ୍କ ମାଲିକାନା ଥିବା ଭ୍ୟାନିଟି ଭ୍ୟାନ୍ ଦେଖିଥିବେ, ଏହି ଘରଟି ସେହିଭଳି ଭାବେ ଡିଜାଇନ୍ ହୋଇଛି। ଏହା ଷ୍ଟିଲ୍‌ରେ ନିର୍ମିତ ଏକ ଘର। ଏଥିରେ କୌଣସି ଇଟା, ସିମେଣ୍ଟ କି ରଡ୍‌ ବ୍ୟବହାର ହୋଇନି।

ଏହି ଅନନ୍ୟ ଘରର ଭିଡିଓ X ରେ ଭାଇରାଲ ହେବା ପରେ ଲୋକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଜଣେ ବ୍ୟକ୍ତି କହିଛନ୍ତି “୧୫ ଲକ୍ଷରେ ଏହି ଘର କିଛି ଖରାପ ନୁହେଁ।” ଅନ୍ୟ ଜଣେ କହିଛନ୍ତି ଯେ “ଆପାର୍ଟମେଣ୍ଟ ଅପେକ୍ଷା ଏହି ଘର ଭଲ।”

Amazon Social Media Viral Video Online Delivery Viral Post
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ