Advertisment

OLAକୁ ଝଟ୍‌କା ! ଅଧିକ ଟଙ୍କା ଚାର୍ଜ କରୁଥିଲା, ଏବେ ଫସିଲା..

ଜାବେଜ ସାମୁଏଲ ନାମକ ଏହି ଅଭିଯୋଗକାରୀ କରିଛନ୍ତି ଯେ, ସେ ତାଙ୍କ ପତ୍ନୀ ଏବଂ ଜଣେ ସହକାରୀ ଗତ ୧୯ ଅକ୍ଟୋବର ୨୦୨୧ରେ ଚାରି ଘଣ୍ଟା ପାଇଁ ଏକ ଓଲା କ୍ୟାବ ଭଡ଼ାରେ ନେଇଥିଲେ ।

ଅଦ୍ୟତନ ହୋଇଛି
OLA

OLA

Advertisment

ଗ୍ରହକଙ୍କଠାରୁ ଅଧିକ ଟଙ୍କା ଚାର୍ଜ କରିବା ସହ ସଠିକ୍‌ ସେବା ନଦେବା କାରଣରୁ ଓଲା କ୍ୟାବ୍‌ସକୁ ଲାଗିଲା ବଡ଼ ଝଟ୍‌କା । ହାଇଦ୍ରାବାଦ କଞ୍ଜୁମୋର କୋର୍ଟ ଓଲା କ୍ୟାବ୍‌ସକୁ ୯୫ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଉକ୍ତ ଗ୍ରାହକ ଜଣକ ଅଭିଯୋଗ କରିଥିଲେ ଯେ, ମାତ୍ର ୪-୫ କିଲୋମିଟର ଯାତ୍ରା ପାଇଁ ତାଙ୍କୁ ଓଲା ପକ୍ଷରୁ ୮୬୧ ଟଙ୍କା ଦେୟ ଦେବାକୁ କୁହାଯାଇଥିଲା । କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଏହାର ଦେୟ ୨୦୦ ଟଙ୍କାରୂ ଅଧିକ ହେବା କଥା ନୁହେଁ । କିନ୍ତୁ ତାଙ୍କୁ ୮୬୧ ଟଙ୍କା ଦେବାକୁ ବାଧ୍ୟ କରାଯାଇଥିଲା ।

ଜାବେଜ ସାମୁଏଲ ନାମକ ଏହି ଅଭିଯୋଗକାରୀ କରିଛନ୍ତି ଯେ, ସେ ତାଙ୍କ ପତ୍ନୀ ଏବଂ ଜଣେ ସହକାରୀ ଗତ ୧୯ ଅକ୍ଟୋବର ୨୦୨୧ରେ ଚାରି ଘଣ୍ଟା ପାଇଁ ଏକ ଓଲା କ୍ୟାବ ଭଡ଼ାରେ ନେଇଥିଲେ । ଯେଉଁ ଗାଡ଼ିକୁ ସେ ଭଡ଼ା ସୂତ୍ରରେ ନେଇଥିଲେ ତାହା ଅତ୍ୟନ୍ତ ଅପରିଷ୍କାର ରହିଥିଲା । ଖାଲି ସେତିକି ନୁହେଁ, ଗାଡ଼ିର ଡ୍ରାଇଭର ଯାତ୍ରା ବେଳେ ଏସି ଲଗାଇବାକୁ ମଧ୍ୟ ମନା କରିଥିଲା । ଏମିତିକି ଗ୍ରାହକଙ୍କ ସହ ଡ୍ରାଇଭର ଜଣକ ଅତ୍ୟନ୍ତ କଦର୍ଯ୍ୟ ବ୍ୟବହାର କରିଥିଲା । ତେଣୁ ମାତ୍ର ୪-୫ କିଲୋମିଟର ଯିବା ପରେ ସାମୁଏଲ, ତାଙ୍କ ପତ୍ନୀ ଓ ସହାୟକ ଗାଡ଼ିରୁ ଓହ୍ଲାଇପଡ଼ିଥିଲେ ।

Advertisment

ଆଉ ସେତିକି ସମୟ ମଧ୍ୟରେ ୮୬୧ ଟଙ୍କାର ବିଲ୍‌ ଦେଇଥିଲା ଓଲା ଡ୍ରାଇଭର । କିନ୍ତୁ ସାମୁଏଲଙ୍କ ପାଖରେ ଓଲା ମନି କ୍ୟାସ୍‌ କ୍ରେଡିଟ୍‌ ସୁବିଧା ଥିବାରୁ ସେତେବେଳେ ଟଙ୍କା ଦେବାକୁ ପଡ଼ିନଥିଲା ।

ସାମୁଏଲ ଏହି ପୁରା ଘଟଣା ନେଇ ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ କହିଥିଲେ ଯେ, ତାଙ୍କୁ ବିକଳ୍ପ ବ୍ୟବସ୍ଥା କରିବାକୁ ପଡିଲା ଏବଂ ସେହି ଦିନ ଅନେକ ଗରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସେ ହାତଛଡ଼ା କରିବାକୁ ବାଧ୍ୟ ହେଲେ ।

Advertisment

ସାମୁଏଲ କହିଛନ୍ତି ଯେ, ଅତିରିକ୍ତ ବିଲ୍ ସମ୍ପର୍କରେ ସେ ଉକ୍ତ ଓଲା କ୍ୟାବ୍ସ ବିରୋଧରେ ସଂସ୍ଥାକୁ ଅଭିଯୋଗ କରିଥିଲେ । ହେଲେ ସଂସ୍ଥାର ଉଚ୍ଚ କର୍ତ୍ତୃପକ୍ଷ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ବିଫଳ ହେଲେ । ସାମୁଏଲ ଆହୁରି କହିଛନ୍ତି ଯେ, ଓଲା ଅଧିକାରୀମାନେ ବାରମ୍ବାର ଫୋନ୍ କରି ବିଲ୍ ପୈଠ କରିବାକୁ କହିଥିଲେ ।

ଜାନୁଆରୀ ୨୦୨୨ରେ ସେ ଏହି ବିଲ୍ ପୈଠ କରିଥିଲେ ସତ, କିନ୍ତୁ ନ୍ୟାୟ ପାଇଁ କଞ୍ଜୁମୋର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବାରମ୍ବାର ନୋଟିସ ଦିଆଯିବା ପରେ ମଧ୍ୟ ଓଲା କ୍ୟାବ୍‌ସ ପକ୍ଷରୁ କୋର୍ଟରେ ଲଢ଼େଇ ପାଇଁ କେହି ଆସିଲେ ନାହିଁ କିମ୍ବା ହାଜର ହେଲେ ନାହିଁ ।

ସାମୁଏଲଙ୍କ ଅଭିଯୋଗ ଏବଂ ତାଙ୍କୁ ହୋଇଥିବା ମାନସିକ ପିଡ଼ାକୁ ଦୃଷ୍ଟିରେ ରଖି କୋର୍ଟ ଓଲା କ୍ୟାବ୍‌ସକୁ ୮୮ ହଜାର ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଖାଲି ସେତିକି ନୁହେଁ ଏହି ମାମଲାର ଶୁଣାଣି ସମୟରେ ସାମୁଏଲ ଖର୍ଚ୍ଚ କରିଥିବା ଅର୍ଥ ୭୦୦୦ ଟଙ୍କା ମଧ୍ୟ ସଂସ୍ଥା ତାଙ୍କୁ ଦେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଛଛନ୍ତି ।

ଏହି ଟଙ୍କା ଫୈଠ କରିବା ପାଇଁ କୋର୍ଟ ଉକ୍ତ ସଂସ୍ଥାକୁ ୪୫ ଦିନର ସମୟ ଦେଇଛନ୍ତି । ଯଦି ଏହି ସମୟ ସୀମା ମଧ୍ୟରେ ଟଙ୍କା ପୈଠ କରାନଯାଏ, ତେବେ କମ୍ପାନୀ ଜୋରିମାନା ଅର୍ଥର ସୁଧ ମଧ୍ୟ ଦେବାକୁ ବାଧ୍ୟ ବୋଲି କୋର୍ଟ କହିଛନ୍ତି । କୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଲେ ଯେ, ଯେଉଁ ତାରିଖଠାରୁ ସାମୁଏଲଙ୍କଠାରୁ ସଂସ୍ଥା ୮୬୧ ଟଙ୍କା ନେଇଛି, ସେବେଠାରୁ ଏହାର ବାର୍ଷିକ ୧୨ ପ୍ରତିଶତ ସୁଧ ହିସାବରେ କମ୍ପାନୀ ଟଙ୍କା ଫେରାଇବ ।

Ola Social Media Crime Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ