Advertisment

ବେଙ୍ଗାଲୁରୁ ଆକାଶରେ ଉଡ଼ିଲା ନୋଟ୍, ଟଙ୍କା ଗୋଟାଇବାକୁ ଲୋକଙ୍କ ଭିଡ଼

ବେଙ୍ଗାଳୁରୁ ପୋଲିସ୍ ଏବେ ମାମଲାର ତଦନ୍ତ କରୁଛି।

ଅଦ୍ୟତନ ହୋଇଛି
Bangalore Man Showers Cash from KR Flyover

notes rain down from city Market flyover

Advertisment

ଉଡ଼ିଲା ନୋଟ୍। ବେଙ୍ଗାଲୁରୁ ଆକାଶରେ ଉଡ଼ିଲା ନୋଟ୍। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତକଥା। ବେଙ୍ଗାଲୁରୁର ସିଟି ମାର୍କେଟ ପାଖରେ ଜଣେ ବ୍ୟକ୍ତି ଏମିତି ରାସ୍ତା ଉପରେ ନୋଟ୍ ଉଡ଼ାଇଛନ୍ତି। ଫ୍ଲାଏ ଓଭର ଉପରୁ ୧୦ ଟଙ୍କିଆ ନୋଟ୍ ଉଡ଼ାଇଛନ୍ତି ଏହି ବ୍ୟକ୍ତି ଜଣକ। ବ୍ରିଜ୍ ଉପରୁ ପ୍ରଥମେ ତଳେ ଫୋପାଡ଼ିଲେ, ପରେ ତଳକୁ ଆସି ନୋଟ୍ ଉଡ଼ାଇଲେ।

Advertisment

ପାଖରେ ଥିବା ବ୍ୟକ୍ତି ଏହି ନୋଟ୍‌କୁ ଗୋଟାଇବାକୁ ଲାଗିଥିଲେ। କେହି କେହି ତ୍ କାର, ବାଇକ୍ ରାସ୍ତା ଉପରେ ଥୋଇ ଟଙ୍କା ଗୋଟାଇବାରେ ଲାଗିପଡ଼ିଥିଲେ। ସଂପୃକ୍ତ ବ୍ୟକ୍ତି ଜଣକ ବେକରେ ଏକ ବଡ କାନ୍ଥ ଘଣ୍ଟା ଝୁଲାଇଥିଲେ। ହାତରେ ଏକ ବଡ଼ ବ୍ୟାଗ୍‌ରେ ଟଙ୍କା ନେଇ ଆସି ନୋଟ୍ ଉଡ଼ାଇଥିଲେ। 

କେହି କିଛି ବୁଝିବା ପୂର୍ବରୁ ସେ ଏତେ ନୋଟ୍ ଉଡ଼ାଇଲେ ଯେ, ପାଖରେ ଥିବା ଲୋକେ ଏହାକୁ ଗୋଟାଇବାରେ ଲାଗିପଡ଼ିଥିଲେ। ଘଟଣା ସମୟର ଭିଡିଓ ଏବେ ଭାଇରାଲ୍ ହେଉଛି। ବେଙ୍ଗାଳୁରୁ ପୋଲିସ୍ ଏବେ ମାମଲାର ତଦନ୍ତ କରୁଛି। ତେବେ ବ୍ୟକ୍ତି ଜଣକ କାହିଁକି ଏମିତି କରିଛନ୍ତି, ଏହି ଘଟଣାର ସତ୍ୟାସତ୍ୟ ଏବେ ଯାଞ୍ଚ କରୁଛି ପୋଲିସ୍।   

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ