Advertisment

ଧନୀ ଘରର ଲାଡ୍‌ଲୀ...ପ୍ରଚୁର ପିଇଥିଲେ, ରାସ୍ତା ମଝିରେ ଧରିଲା ପୋଲିସ୍‌

ଏବେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି, ଯେଉଁଠି କିଛି ଯୁବକ ଓ ଯୁବତୀ ପୋଲିସ୍‌ ସହ ଯୁକ୍ତିତର୍କ କରୁଛନ୍ତି। ମଦ ପିଇ ଗାଡ଼ି ଚଲାଇବା ବେଳେ ଏମାନେ ଧରାପଡ଼ିଥିଲେ।

Mummy se baat karao cop to drunk girls

Mummy se baat karao cop to drunk girls

Advertisment

ମଦ୍ୟ ପାନ କରି ଗାଡ଼ି ଚଲାଇବା ଦୁର୍ଘଟଣାର ଅନ୍ୟ ଏକ ପ୍ରମୁଖ କାରଣ। ଆଉ ମଦ୍ୟପ ଚାଳକଙ୍କୁ ଧରିବା ପାଇଁ ଟ୍ରାଫିକ ପୋଲିସ୍‌ ମଧ୍ୟ ପାଟ୍ରୋଲିଂ କରୁଛନ୍ତି। ଜାଗା ଜାଗାରେ ଗାଡ଼ି ଅଟକାଇ ଚେକିଂ ହେଉଥିବା ବେଳେ ପ୍ରକୃତରେ ଗାଡ଼ି ଚଲାଉଥିବା ବ୍ୟକ୍ତି ମଦ୍ୟ ପାନ କରିଛନ୍ତି କି ନାହିଁ ସେନେଇ ପୋଲିସ୍‌ ଯାଞ୍ଚ କରିବା ସହ ତାଗିଦ୍‌ କରୁଛି। ଏସବୁ ସତ୍ତ୍ୱେ ମଧ୍ୟ ଲୋକ ସଚେତନ ହେଉ ନାହାନ୍ତି। ଏବେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି, ଯେଉଁଠି କିଛି ଯୁବକ ଓ ଯୁବତୀ ପୋଲିସ୍‌ ସହ ଯୁକ୍ତିତର୍କ କରୁଛନ୍ତି। ମଦ ପିଇ ଗାଡ଼ି ଚଲାଇବା ବେଳେ ଏମାନେ ଧରାପଡ଼ିଥିଲେ। ଏହାପରେ ପୋଲିସ୍‌ ଆଗରେ ସେମାନଙ୍କର ଡ୍ରାମା ଆରମ୍ଭ ହୋଇଯାଇଥିଲା। ନାନା ପ୍ରକାର ବାହାନା ଦେଖାଇ ସେମାନେ ସେଠାରୁ ଖସି ଯିବା ପାଇଁ ପ୍ରୟାସ କରିଥିଲେ। ହେଲେ ପୋଲିସ୍‌ ଅଧିକାରୀ ଜଣକ କୌଣସିମତେ ସେମାନଙ୍କୁ ଛାଡ଼ି ନଥିଲେ। 

Advertisment

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ପୋଲିସ୍‌ ସହ ଜଣେ ଯୁବତୀ ଯୁକ୍ତିତର୍କ କରୁଛନ୍ତି। ଏହି ସମୟରେ ଦ୍ୱିତୀୟ ଯୁବତୀ ଝଗଡ଼ା ଭିତରେ ପଶି ପୋଲିସ୍‌ ସହ କଥା ହେବାକୁ ପ୍ରୟାସ କରିଥିଲେ। ଦ୍ୱିତୀୟ ଯୁବତୀ ହାତରେ କ’ଣ ଧରିଛନ୍ତି ପୋଲିସ୍‌ ଅଧିକାରୀ ଜଣକ କହିବାରୁ ଏହା କୋଲ୍ଡ ଡ୍ରିଙ୍କସ୍‌ ବୋଲି ଯୁବତୀ ଜଣକ କହିଥିଲେ। ହେଲେ ପୋଲିସ୍‌ ଅଧିକାରୀ ଯେତେବେଳେ ଏହା ଆଣି ପିଇଥିଲେ, ଏହା ମଦ ବୋଲି ଜାଣିପାରି ପାଟିରୁ କାଢ଼ି ସାଙ୍ଗେ ସାଙ୍ଗେ ଫିଙ୍ଗି ଦେଇଥିଲେ।

Advertisment

ତେବେ ପ୍ରଥମ ଯୁବତୀ ଜଣକ ପୋଲିସ୍‌କୁ ଟଙ୍କା ଦେଇ ଛାଡ଼ି ଦେବା ପାଇଁ କହିଥିଲେ। ହେଲେ ସମ୍ପୃକ୍ତ ପୋଲିସ୍‌ ଏହା ନେବା ପାଇଁ ରୋକ୍‌ଠୋକ୍‌ ମନା କରିଦେବା ସହ ତାଙ୍କୁ ଚେତାବନୀ ଦେଇଥିଲେ। ଏହାସହ ପୋଲିସ୍‌ ଅଧିକାରୀ ଦ୍ୱିତୀୟ ଯୁବତୀଙ୍କୁ ତାଙ୍କ ମମିଙ୍କ ପାଖକୁ ଫୋନ୍‌ ଲଗାଇ ତାଙ୍କ ସହ କଥା କରାଇବା ପାଇଁ କହିଥିଲେ। ଯୁବତୀ ଜଣକ ମଧ୍ୟ ସାଙ୍ଗେସାଙ୍ଗେ ତାଙ୍କ ମମିଙ୍କୁ ଫୋନ୍‌ ଲଗାଇ ପୋଲିସ୍‌କୁ ଦେଇଥିଲେ। କିଛି ସମୟ ପର୍ଯ୍ୟନ୍ତ ଯୁବକ ଓ ଯୁବତୀଙ୍କ ସହ ପୋଲିସ୍‌ ଅଧିକାରୀଙ୍କ ଯୁକ୍ତିତର୍କ ଚାଲିଥିଲା। ଶେଷରେ ଯୁବତୀଙ୍କ ମା’ ଫୋନ୍‌ କଲ୍‌ ଉଠାଇବା ପରେ ପୋଲିସ୍‌ ଅଧିକାରୀ ତାଙ୍କ ସହ କଥା ହୋଇଥିଲେ।

ଭିଡିଓଟି HELL WALA ପକ୍ଷରୁ ଟ୍ୱିଟରରେ ଶେୟାର କରାଯାଇଛି। ଭିଡିଓଟିକୁ ନେଇ ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। 

Advertisment
Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ