Advertisment

୫ ମାସର ଶିଶୁକୁ ଧରି ଛିଡ଼ା ହୋଇଥିଲେ ବାପା, ପୋଲିସ ବଢ଼ାଇଲା ସାହାୟତାର ହାତ

ଭିଡିଓଟି ମୁମ୍ବାଇ । ମୁମ୍ବାଇର ଏକ ଶୂନଶାନ ରାସ୍ତାରେ ଜଣେ ବାପା ତାଙ୍କ ୫ ମାସର ଶିଶୁକୁ ଧରି ଗାଡ଼ିକୁ ଅପେକ୍ଷା କରିବା ସମୟରେ ସାହାଯ୍ୟ କରିଛନ୍ତି ପୋଲିସ ଅଧିକାରୀ ଜଣକ।

ଅଦ୍ୟତନ ହୋଇଛି
Mumbai police

Mumbai police

Advertisment

କିଏ କୁହେ ପୁଲିସ ରୁକ୍ଷ, ନିଷ୍ଠୁର ସ୍ବଭାବର କିଛି ବୃତ୍ତିଧାରୀଙ୍କ ନାଁ। ଆଉ କେହି କେହି କେହି ମାମୁଁ ବି କୁହନ୍ତି। ଅର୍ଥ ଭଲ ହେଇପାରେ ମନ୍ଦ ବି ହୋଇପାରେ। ହେଲେ ଆମେ ଆପଣଙ୍କୁ ଯେଉଁ ଖବର କହିବାକୁ ଯାଉଛୁ, ସେଠି ପୁଲିସର ଗୋଟିଏ ଉଦାର ସ୍ବାଭାବକୁ ଆପଣ ଉପଲକ୍ଷ କରିପାରିବେ। ଲୋକଙ୍କ ସାହାଯ୍ୟ ପାଇଁ ସବୁବେଳେ ପ୍ରସ୍ତୁତ ଥାଏ ପୋଲିସ । ଜଣେ ମଣିଷ ଯେତେବେଳେ ତା’ର ଜୀବନ ପ୍ରତିନି ବିପଦ ଥିବା ଅନୁଭବ କରେ ସେହି ସମୟରେ ସେ ପୋଲିସର ସହାୟତା ଲୋଡ଼ିଥାଏ । ଆମେ କହୁଥିବା ଖବରରେ ବି ଠିକ ସେଇଆ ହେଇଛି। ବର୍ତ୍ତମାନ ଜଣେ ପୋଲିସ ଅଧିକାରୀ ତାଙ୍କର ମାନବିକତାକୁ ନେଇ ବେଶ୍‌ ଚର୍ଚ୍ଚାରେ।  

Advertisment

ସୋସିଆଲ ମିଡିଆରେ ପୋଲିସ ଅଧିକାରୀଙ୍କ ଭିଡିଓ ଭାଇରାଲ ହେଉଛି । ଯାହାକୁ ଦର୍ଶକମାନେ ବେଶ୍‌ ପସନ୍ଦ କରିଛନ୍ତି । ସୂଚନା ମୁତାବକ ଭିଡିଓଟି ମୁମ୍ବାଇର। ବ୍ୟସ୍ତବହୁଳ ମୁମ୍ବାଇର ଏକ ଶୂନଶାନ ରାସ୍ତାରେ ଜଣେ ବାପା ତାଙ୍କ ୫ ମାସର ଶିଶୁକୁ ଧରି ଗାଡ଼ିକୁ ଅପେକ୍ଷା କରିଥାନ୍ତି। ନିର୍ଦ୍ଧିଷ୍ଟ ଗନ୍ତବ୍ୟକୁ ଯିବାକୁ ତାଙ୍କୁ ଗାଡ଼ି ମିଳୁ ନ ଥାଏ। ଏତିକି ବେଳେ ସାହାଯ୍ୟ କରିଛନ୍ତି ପୋଲିସ ଅଧିକାରୀ ଜଣକ । ରାତି ଅଧରେ ଉଭୟଙ୍କୁ ନିଜ ଗାଡ଼ିରେ ନେଇ ତାଙ୍କ ଘରେ ଛାଡ଼ିଛନ୍ତି ।

ଘଟଣାଦିନ ମୁମ୍ବାଇରେ ଶ୍ରୀ ଗଜାନନରେ ଭସାଣ ହେଉଥିଲା। ତେଣୁ କୌଣସି ଗାଡ଼ି ମିଳିନଥିଲା । ଅନେକ ସମୟ ଧରି ବ୍ୟକ୍ତି ଜଣକ ନିଜ ଶିଶୁକୁ କୋଳରେ ଧରି ଟ୍ୟାକ୍ସିକୁ ଅପେକ୍ଷା କରିଥିଲେ । ହେଲେ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କୁ କୌଣସି ଗାଡ଼ି ମିଳିନଥିଲା । ଫଳରେ ସେ ରାସ୍ତାରେ ଛିଡ଼ା ହେବା ସହ ବିରକ୍ତ ହୋଇଯାଇଥିଲେ ।

Advertisment

ସେହି ବାଟଦେଇ ପୋଲିସ ଅଧିକାରୀ ଜଣକ ଯିବା ସମୟରେ ତାଙ୍କୁ ଦେଖିବା ସହ ତାଙ୍କର ଅସୁବିଧା ପଚାରି ବୁଝିଥିଲେ । ପରେ ଅଧିକାରୀ ଜଣକ ଗାଡ଼ିରେ ବ୍ୟକ୍ତି ଜଣଙ୍କୁ ନେଇ ଘରେ ଛାଡ଼ିଥିଲେ । ଘଟଣା ସମୟରେ ଶିଶୁଟିକୁ ଧରି ବ୍ୟକ୍ତି ଜଣକ ଭିଡିଓ କରିବା ସହ ପୋଲିସ ଅଧିକାରୀଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ । ପରେ ପରେ ଭିଡିଓଟିକୁ ତାଙ୍କ ସୋସିଆଲ ମିଡିଆ ‘X’ରେ ପୋଷ୍ଟ କରିଥିଲେ ବ୍ୟକ୍ତି ଜଣକ ।

Advertisment

ତେବେ ବ୍ୟକ୍ତି ଜଣକଙ୍କ ନାଁ ଅମନ୍‌ ଭୋରା ବୋଲି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘X’ରୁ ଜଣାପଡ଼ିଥିବାବେଳେ ସେ କ୍ୟାପସନ୍‌ରେ ଲେଖିଛନ୍ତି, ଆମେ ଚାର୍ନି ରୋଡ୍‌ ଷ୍ଟେସନରେ ଅପେକ୍ଷା କରିଥିଲୁ । ସେହି ସମୟରେ ବର୍ଷା ହେଉଥିଲା । ଗଣେଶ ବିସର୍ଜନ କାରଣରୁ ଟ୍ୟାକ୍ସି ମିଳୁନଥିଲା । ଅନେକ ସମୟ ଧରି ଅପେକ୍ଷା କାରଣରୁ ମୋର ୫ ମାସର ଶିଶୁ କାନ୍ଦୁଥିଲା । ସେହି ସମୟରେ ସେଠାରେ ମୁମ୍ବାଇ ପୋଲିସ ଆମକୁ ବହୁତ ସାହାଯ୍ୟ କରିଛି ।

Mumbai Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ