Advertisment

Viral Video: ମା’ ଆଖିରେ ଧରାପଡ଼ିଗଲା ଝିଅର ଚୋରା ପୀରତି, ଆଉ ତା’ ପରେ…

ଘରେ ଲୁଚି ଲୁଚି ପ୍ରେମ କରୁଥିଲା ଝିଅ। ମା’ର ନଜରରେ ପଡିଗଲା ଝିଅର ଚୋରା ପୀରତି। ତା’ ପରେ ଅବସ୍ଥା ସାଂଘାତିକ। ଦେଖନ୍ତୁ ଏହି ଭିଡିଓ।

ଅଦ୍ୟତନ ହୋଇଛି
Mother caught daughter talking to her boyfriend and beat her

Mother caught daughter talking to her boyfriend and beat her

Advertisment

କୁହାଯାଏ ପ୍ରେମ ଅନ୍ଧ ହୋଇଥାଏ। ଯିଏ ପ୍ରେମକରେ ସେ ଭଲମନ୍ଦ ବିଚାର ହରେଇବସେ। ସେ ଦୁନିଆକୁ ଖାତିର କରେ ନାହିଁ। କିନ୍ତୁ ଅନେକ୍ ସ୍ଥାନରେ ଦେଖାଯାଏ ଯେ ସେମାନେ ନିଶ୍ଚିତ ଭାବରେ ନିଜ ମା’ ବିଷୟରେ ଚିନ୍ତା କରନ୍ତି। କାରଣ ଯଦି କମ୍‌ ବୟସରେ ପ୍ରେମ ରୋଗ ଧରେ, ତେବେ ଭାରତୀୟ ମା’ମାନେ ଏହାକୁ କିପରି ଛଡେଇବେ ତାହା ଭଲ ଭାବରେ ଜାଣନ୍ତି। ସୋସିଆଲ ମିଡିଆରେ ଏଭଳି ଜଣେ ମା’ର ଭିଡିଓ ଭାଇରାଲ ହେଉଛି।

Advertisment

ଏହି ଭିଡିଓରେ ଝିଅର ପ୍ରେମ ନିଶାକୁ ଛଡେଇବା ପାଇଁ ଜଣେ ମା ନିଜ ଶୈଳୀରେ ଚେଷ୍ଟା କରୁଛନ୍ତି। ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆରେ ଲୋକମାନେ ସେମାନଙ୍କ ଦିନକୁ ମନେ ପକାଇଛନ୍ତି ଏବଂ ନିଜ ନିଜ ମତ ଦେଇ ପ୍ରେମର ଅଭିଜ୍ଞତା ଶେୟାର କରିଛନ୍ତି।

ସୌରଭ ମିଶ୍ର ନାମକ ଜଣେ ଉପଭୋକ୍ତା X ରେ ଏହି ମଜାଳିଆ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ କ୍ୟାପସନ୍ ଦେବାବେଳେ ସେ ଲେଖିଛନ୍ତି ଯେ ୟାଙ୍କ ସହିତ ପ୍ରକୃତରେ 'ମୋୟେ ମୋୟେ' ହୋଇଛି।

Advertisment

ଭିଡିଓରେ ଜଣେ ଝିଅ ତକିଆରେ ମୁଣ୍ଡ ରଖି ମୋବାଇଲ୍ ଫୋନରେ କାହା ସହ କଥା ହେଉଥିବା ନଜର ଆସିଛନ୍ତି। ଠିକ୍ ଏହି ସମୟରେ ତାଙ୍କ ମା’ ସେଠାରେ ପହଞ୍ଚି ତାଙ୍କ ଚୋରା ପୀରତିକୁ ଦେଖିନେଇଛନ୍ତି।

ଏହା ପରେ ଝିଅକୁ ମା’ ପଚାରୁଛନ୍ତି “କାହା ସହିତ କଥା ହେଉଛୁ, ଏ ବାବୁ କିଏ?” ଏହା ପରେ ବିଚରା ଝିଅଟି ଡରିଯାଇଛି ଆଉ କିଛି କହିପାରୁନି। କିନ୍ତୁ ମା’ ଛାଡିବା ଲୋକ ନୁହେଁ। ସେ ଝିଅକୁ ବହେ ସେକନ୍ତି। ତା’ ଠାରୁ ଫୋନ୍ ଛଡେଇ ନିଅନ୍ତି। ତାକୁ ଗାଳି ଦିଅନ୍ତି। ଝିଅକୁ ଯେତେବେଳେ ପଚାରନ୍ତି ସେ କିଏ। ଝିଅ ବାହାନା କରି କହେ, ସେ କିଏ ଜାଣିନି।

Advertisment

ଖବର ଲେଖାହେବା ବେଳକୁ ଏହି ଭିଡିଓଟିକୁ ୬୮ ହଜାରରୁ ଅଧିକ ଲୋକ ଦେଖିସାରିଥିଲେ। ଲୋକମାନେ ମଧ୍ୟ ଖୁବ ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ଲେଖିଛନ୍ତି, ଏମିତି ତ ସମସ୍ତଙ୍କ ସହିତ ହେଉଛି। ଆଉ ଜଣେ ଲେଖିଛନ୍ତି, “ଆଣ୍ଟି ମଜ୍ଜା ଉଡେଇ ଦେଲେ”। ସେହିପରି ଆଉଜଣେ ଲେଖିଛି, “ମାଉସୀ ତ କମ୍ କରିଦେଲେ, ମୋ ମା’ ତ ସାଂଘାତିକ କରିଦେଇଥାନ୍ତେ ଆଉ ସ୍କୁଲ ଏବଂ କଲେଜ ସବୁ ବନ୍ଦ ହୋଇଯାଇଥାନ୍ତା, ଆଉ ବାପାଙ୍କୁ କହିଥାନ୍ତେ, ୟାକୁ ଗାଁକୁ ନେଇ ବାହା କରେଇଦିଅ।”

Funny Videos Love Story Viral Video Social Media
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ