Advertisment

Viral Video: ଚାଲିଥିଲା ଫ୍ୟାସନ ଶୋ’, କଚାଡି ହୋଇ ପଡିଲେ ମଡେଲ୍...

ଯଦିଓ ଗ୍ଲାମର ଏବଂ ମଡେଲ ଦୁନିଆ ବାହାରୁ ଚକ୍କାଚକ୍ ଲାଗେ, କିନ୍ତୁ ଏହ ସହ ଜଡିତ ବ୍ୟକ୍ତିଙ୍କ ପାଇଁ ଅନେକ ଚ୍ୟାଲେଞ୍ଜର ସମ୍ମୁଖିନ ହେବାକୁ ପଡିଥାଏ। ଅଳ୍ପ ସମୟ ମଧ୍ୟରେ ପୋଷାକ ବଦଳାଇବା ଠାରୁ ଆରମ୍ଭ କରି ଫ୍ୟାଶନ୍ ଶୋ’ ସମୟରେ ଶହ ଶହ ଲୋକଙ୍କ ସାମ୍ନାରେ ନିର୍ଭୟରେ ଚାଲିବା ପର୍ଯ୍ୟନ୍ତ, ଏସବୁ ଅନେକ ଚ୍ୟାଲେଞ୍ଜର ସହ ଗ୍ରହଣ କରିବାକୁ ହୋଇଥାଏ।

ଅଦ୍ୟତନ ହୋଇଛି
models fell on the runway in fashion show

models fell on the runway in fashion show

Advertisment

ଯଦିଓ ଗ୍ଲାମର ଏବଂ ମଡେଲ ଦୁନିଆ ବାହାରୁ ଚକ୍କାଚକ୍ ଲାଗେ, କିନ୍ତୁ ଏହ ସହ ଜଡିତ ବ୍ୟକ୍ତିଙ୍କ ପାଇଁ ଅନେକ ଚ୍ୟାଲେଞ୍ଜର ସମ୍ମୁଖିନ ହେବାକୁ ପଡିଥାଏ। ଅଳ୍ପ ସମୟ ମଧ୍ୟରେ ପୋଷାକ ବଦଳାଇବା ଠାରୁ ଆରମ୍ଭ କରି ଫ୍ୟାଶନ୍ ଶୋ’ ସମୟରେ ଶହ ଶହ ଲୋକଙ୍କ ସାମ୍ନାରେ ନିର୍ଭୟରେ ଚାଲିବା ପର୍ଯ୍ୟନ୍ତ, ଏସବୁ ଅନେକ ଚ୍ୟାଲେଞ୍ଜର ସହ ଗ୍ରହଣ କରିବାକୁ ହୋଇଥାଏ।

Advertisment

ଅନେକ ସମୟରେ ରାମ୍ପରେ ଚାଲିବା ବେଳେ ଦୁର୍ଘଟଣା ମଧ୍ୟ ଘଟେ ତ କେତେବେଳେ ମଡେଲମାନେ ତଲେ ଗଳି ମଧ୍ୟ ପଡନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଫ୍ୟାଶନ ଶୋ’ ସମୟରେ ଜଣେ ମଡେଲ ସାଙ୍ଘାତିକ ଭାବେ ଖସିପଡିବାର ଦେଖାଯାଏ।

Runwaymodellll ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର ହୋଇଥିବା ଏହି ଭିଡିଓରେ ଗିଭେଞ୍ଚି ସ୍ପ୍ରିଙ୍ଗ ସମର ୨୦୧୮ ର ଏକ ଝଲକ ଦେଖିବାକୁ ମିଳେ। ଏହି ଫ୍ୟାଶନ୍ ଶୋ’ ବେଳେ ଜଣେ ମଡେଲ୍ ପାହାଚରୁ ଓହ୍ଲାଇ ରାମ୍ପ୍‌ରେ ଚାଲୁଥିବାର ଦେଖିବାକୁ ମିଳେ।

Advertisment

ମଡେଲ୍ ଜଣଙ୍କ ପାହାଚରୁ ଓହ୍ଲାଉଥିବା ବେଳେ ତାଙ୍କ ଜୋତା ସିଡ଼ିରେ ଲାଖି ଯାଇଥାଏ ଏବଂ ସେ ସାଙ୍ଘାତିକ ଭାବେ ପଡିଯାଇଥିଲେ। ଏହା ପରେ ସେ ସିଧା ତଳେଆସି ପଡିଥିଲେ। ସେଠାରେ ଥିବା ଲୋକମାନେ ତାଙ୍କୁ ନିୟନ୍ତ୍ରଣ କରୁଥିବା ଦେଖାଯାଏ। ଏହା ପରେ, ସାମ୍ନାରେ ଆଉ କଣେ ମଡେଲ୍ ମଧ୍ୟ ପଡିଯିବା ଦେଖିବାକୁ ମିଳେ। ସେ କିନ୍ତୁ ସାଙ୍ଗେ ସାଙ୍ଗେ ଉଠି କିଛି ନ ହେବା ଭଳି ଚାଲି ଯାଆନ୍ତି।

ନିକଟରେ ଶେୟାର ହୋଇଥିବା ଏହି ଭିଡିଓରେ ଖବର ଲେଖା ହେବା ବେଳକୁ ୪.୮ ଲକ୍ଷରୁ ଅଧିକ ଲାଇକ୍ ଆସିସାରିଥିଲା ଏବଂ ପ୍ରତିକ୍ରିୟା ଦେଇ ଲୋକମାନେ ମଡେଲଙ୍କ ଜୀବନ ସହ ଜଡିତ କଷ୍ଟ ବିଷୟରେ କହୁଥିବା ଦେଖାଯାଏ।

Advertisment

ଜଣେ ବ୍ୟକ୍ତି ଲେଖିଛନ୍ତି, “ଆମକୁ ମଧ୍ୟ ମନେ ରଖିବାକୁ ହେବ ଯେ ଅନେକ ମଡେଲ ଏମିତି ଭାବେ ଜୋତା ପିନ୍ଧନ୍ତି, ଯାହା ଫିଟ୍ ନୁହେଁ କିମ୍ବା ଅତ୍ୟନ୍ତ ଅସହଜ।”

ସେହିପରି ଅନ୍ୟ ଜଣେ ଲେଖିଛନ୍ତି, “କେବଳ ତାଙ୍କ ଜୋତାକୁ ଦେଖି ଜଣେ ଅନୁଭବ କରିପାରିବ ଯେ ଚାଲିବା କେତେ କଷ୍ଟକର।” ଆଉ ଜଣେ ଲେଖିଛନ୍ତି, “ଯେତେବେଳେ ଡିଜାଇନରମାନେ ସେମାନଙ୍କ ମଡେଲକୁ ବିପଦରେ ପକାଇ ସେମାନଙ୍କୁ ଆଘାତ ଦିଅନ୍ତି ମୁଁ ଏହାକୁ ଘୃଣା କରେ। ଆଉ ଜଣେ କ୍ଷୋଭ ପ୍ରକାଶ କରି କହିଛନ୍ତି, “ବିନା କାରଣରେ ଡିଜାଇନର୍‌ମାନେ ପ୍ୟାଲେଟ୍ ସିଡ଼ି କାହିଁକି ସ୍ଥାପନ କରନ୍ତି?”

Social Media Viral Video Modelling Show
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ