Advertisment

Viral Video: ଅଜବ ମାସ୍କ; ପିନ୍ଧିକି ଖାଇ ପାରିବେ ଆଉ ପିଇ ପାରିବେ

ପୁଣି ଦେଖାଗଲାଣି କରୋନା ଭାଇରସ୍ ଭୟ। ଆସିପାରେ ମାସ୍କ ବ୍ୟବହାରର କଟକଣା। ଜଣେ ଲୋକ ଏମିତି ଏକ ମାସ୍କ ବାହାର କରିଛନ୍ତି, ଯାହାକୁ ପିନ୍ଧି ଖାଇ ହେବ ଆଉ ପିଇ ହେବ।

ଅଦ୍ୟତନ ହୋଇଛି
Man uses unique beak shaped face mask

Man uses unique beak shaped face mask

Advertisment

କରୋନା ମହାମାରୀ ପୁଣି ଥରେ ନିଜ କାୟା ବିସ୍ତାର କରୁଛି। ଅତୀତରେ ସମଗ୍ର ବିଶ୍ୱରେ ଏହି ରୋଗ ହେତୁ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି। ଏଭଳି ପରିସ୍ଥିତିରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। କରୋନାକୁ ଏଡାଇବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ହେଉଛି ସାନିଟାଇଜର ଏବଂ ମାସ୍କ, ଯାହାର ବିଭିନ୍ନ ଡିଜାଇନ୍ ଏବଂ ବ୍ରାଣ୍ଡ୍‌ ବଜାରରେ ମିଳୁଛି। ତେବେ ଏହାରି ଭିତରେ ସାମ୍ନାକୁ ଏମିତି ଏକ ମାସ୍କ୍ ଆସିଛି ଯାହା ଆପଣଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିବ ସେତିକି ହସେଇବ।

Advertisment

ଫେସ୍ ମାସ୍କ ଲଗାଇବା ପରେ ସବୁଠାରୁ ବଡ ସମସ୍ୟା ହେଉଛି ଖାଇବା ପିଇବା ସମୟରେ ଏହା ବାରମ୍ବାର ବାହାର କରିବା। ଏମିତି ବି ଦେଖାଯାଏ କେତେକ ଲୋକ ଅନ୍ୟମନସ୍କରେ ମାସ୍କ ନ କାଢି କିଛି ଖାଇବାକୁ ବା କିଛି ପିଇବାକୁ ଚେଷ୍ଟା କରିବାର। ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ଏପରି ଏକ ମାସ୍କ ତିଆରି କରିଛନ୍ତି, ଯାହାକୁ ନ କାଢି ଆପଣ ଖାଇପାରିବେ ଆଉ କିଛି ବି ପିଇ ପାରିବେ।

ଏହି ମାସ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଲୋକଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। କେହି କେହି ଏହାକୁ ସୃଜନଶୀଳ ଏବଂ ଅଭିନବ ବୋଲି କହୁଛନ୍ତି ତ ଆଉ କେହି କେହି ଏହା ଅଦ୍ଭୁତ ବୋଲି କହୁଛନ୍ତି ।

Advertisment

ଭାଇରାଲ ହେଉଥିବା ଏହି ମଜ୍ଜାଳିଆ ଭିଡିଓରେ ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟରେ ବସିଛନ୍ତି। ତାଙ୍କ ମୁହଁରେ ଏକ ପକ୍ଷୀ ଥଣ୍ଟ୍ ପରି ମାସ୍କ ଅଛି। ତାଙ୍କ ସାମ୍ନାକୁ କିଛି ଖାଇବା ମଧ୍ୟ ଥୁଆ ହୋଇଛି। ସେ ତାଙ୍କ ମୁହଁରୁ ମାସ୍କ କାଢୁ ନାହାନ୍ତି କିନ୍ତୁ ଖାଦ୍ୟ ଖାଉଛନ୍ତି। ଏହାକୁ ଦେଖି ଦେଖଣାହାରୀ ଆଶ୍ଚର୍ଯ୍ୟ ହୋଇଯିବା ସ୍ୱଭାବିକ।

ତେବେ ଏହି ଭିଡିଓଟି କେଉଁଠୁ ଆସିଛି ଏବଂ କେବେ ରେକର୍ଡ ହୋଇଛି ତାହା ଜଣାପାଡି ନାହିଁ, କିନ୍ତୁ ଲୋକମାନେ ଏହାକୁ ଦେଖି ଖୁବ ମଜ୍ଜା ନେଉଛନ୍ତି।

Advertisment

ଏହି ମଜାଦାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର୍‌ରେ @safiranand ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ୧୪ ହଜାରରୁ ଅଧିକ ଲୋକ ଦେଖିଥିବାବେଳେ ଶହ ଶହ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି। ଏହି ଅଜବ ମାସ୍କର ଚିନ୍ତାଧାରା ଦେଖିବା ପରେ ଲୋକମାନେ ନିଜ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କିଛି ଲୋକ ଏହାକୁ ଲାଫିଙ୍ଗ୍ ଇମୋଜି ସହିତ ପ୍ରତିକ୍ରିୟା କରିଥିବାବେଳେ କିଛି ଲୋକ ଏହାକୁ ‘ନାଟକବାଜୀ’ ବୋଲି କହୁଛନ୍ତି।

Social Media Viral Video Viral Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ