Advertisment

Viral Video: ଚୋର ଭକ୍ତ ! ଶନି ଦେବଙ୍କୁ କ୍ଷମା ମାଗିଲା, ହୁଣ୍ଡି ଭାଙ୍ଗି ଟଙ୍କା ନେଇ ଛୁ’ ମାରିଲା

ଏକ ଅଦ୍ଭୁତ ଚୋରର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯିଏ ମନ୍ଦିର ଦାନ ବାକ୍ସ ଚୋରି ପୂର୍ବରୁ ଭଗବାନଙ୍କୁ ହୋତ ଯୋଡ଼ି କ୍ଷମା ମାଗିଲା। ପରେ ହୁଣ୍ଡି ଭାଙ୍ଗି ଟଙ୍କା ନେଇ ଛୁ ମାରିଲା।

ଅଦ୍ୟତନ ହୋଇଛି
Loot

Loot

Advertisment

ଆପଣ ଅନେକ ଚୋର ଦେଖିଥିବେ। କିଏ ରାତି ଅନ୍ଧାରରେ ମୁହଁ ଲୁଚାଇ ଚୋରି କରେ ତ ଆଉ କିଏ ଅତି ଚତୁରତା ସହ ଚୋରି କରିନିଏ। ହେଲେ ଆପଣ କେବେ ଚୋରକୁ ଚୋରି ପୂର୍ବରୁ କ୍ଷମା ପ୍ରାର୍ଥନା କରୁଥିବାର ଦେଖିଛନ୍ତି କି ? ଏପରି ଏକ ଅଦ୍ଭୁତ ଚୋରର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯିଏ ମନ୍ଦିର ଦାନ ବାକ୍ସ ଚୋରି ପୂର୍ବରୁ ଭଗବାନଙ୍କୁ ହୋତ ଯୋଡ଼ି କ୍ଷମା ମାଗିଲା। ପରେ ହୁଣ୍ଡି ଭାଙ୍ଗି ଟଙ୍କା ନେଇ ଛୁ ମାରିଲା।

Advertisment

ମଧ୍ୟପ୍ରଦେଶର ବେତୁଲର ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ବେତୁଲ ପୋଲିସ ନିୟନ୍ତ୍ରଣ କକ୍ଷ ସମ୍ମୁଖରେ ଥିବା ଶନି ମନ୍ଦିରରୁ ଏହି ଚୋରି ହୋଇଛି। ଚୋର ପ୍ରଥମେ ହାତ ଯୋଡି ଶାନିଦେବଙ୍କୁ କ୍ଷମା ମାଗିଲା ପରେ ଦାନ ବାକ୍ସ ଭାଙ୍ଗି ଦାନ ଟଙ୍କା ଚୋରି କଲା। ଚୋରି ସମୟର ଭିଡିଓ ମନ୍ଦିରରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଫୁଟେଜ୍‌ରେ ସ୍ପଷ୍ଟ ଜଣାପଡୁଛି, ଯେ ଚୋର ଶନିଦେବଙ୍କୁ କ୍ଷମାପ୍ରାର୍ଥନା କରୁଛି ଓ ପରେ ଚୋରି କରୁଛି।

ନଭେମ୍ବର ୨୪ରେ ଏହି ଘଟଣା ଘଟିଥିଲା ​​। ସିସିଟିଭି ଫୁଟେଜରେ ଚୋର ଦାନ ବାକ୍ସର ତାଲା ଭାଙ୍ଗିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। ରାସ୍ତାରେ ଯାନବାହନ ଚଳାଚଳ ହେତୁ ସେ ବାରମ୍ବାର ସତର୍କ ହୋଇଯାଉଥିଲା ଯେପରି ସମସ୍ତେ ତାକୁ ଜଣେ ଯାତ୍ରୀ ବୋଲି ଭାବିବେ । ବହୁ ଚେଷ୍ଟା ପରେ ସେ ଦାନ ବାକ୍ସର ତାଲା ଭାଙ୍ଗି ସେଥିରେ ରଖାଯାଇଥିବା ନଗଦ ଟଙ୍କା ନେଇ ସେଠାରୁ ଚାଲିଯାଇଥିଲା।

Advertisment

ଅଧିକ ପଢ଼ନ୍ତୁ: Viral Video: ଡାକ୍ତରଖାନାରେ ବିଧାୟକଙ୍କ ଜୋତା ଉଠାଇଲେ ନର୍ସ ! ଭିଡିଓ ଭାଇରାଲ୍

ସକାଳୁ ମନ୍ଦିର ପୂଜକ ପହଞ୍ଚିବା ପରେ ଘଟଣା ସଂପର୍କରେ ଜଣାପଡିଥିଲା। ଗତ ଚାରି ମାସ ମଧ୍ୟରେ ଏହି ଶନି ମନ୍ଦିରରୁ ଚୋରିର ପଞ୍ଚମ ଘଟଣା ବୋଲି ସ୍ଥାନୀୟ ଲୋକ କହିଛନ୍ତି। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ପୋଲିସ ନିୟନ୍ତ୍ରଣ କକ୍ଷ ମନ୍ଦିରଠାରୁ ମାତ୍ରର ଦୂରତା ମାତ୍ର ୫୦ ମିଟର ଥିବା ବେଳେ ବାରମ୍ବାର ଚୋରି ହେବା ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ପୋଲିସ ପୋଲିସ ଏକ ମାମଲା ରୁଜୁ କରିଛି। ସିସିଟିଭି ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି।

Advertisment

ଅଧିକ ପଢ଼ନ୍ତୁ: Salary Of Prisoners: ଇଛା ହେଲେ କଏଦୀ ଏଠି ଜେଲ୍‌ ବାହାରକୁ ବି ଯାଆନ୍ତି !

Loot Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ