Advertisment

Viral Video: ଆପଣ ଜଣେ ପୁରୁଷ ହୋଇ ପୁରୁଷଙ୍କ ପ୍ରତି ଆକର୍ଷିତ କି… ଶୁଣନ୍ତୁ ବାବାଙ୍କ କଥା

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳେ ଯେ ଯୁବକ ଜଣଙ୍କ ବାବାଙ୍କୁ କହୁଛନ୍ତି, ତାଙ୍କ ପରିବାର ସଦସ୍ୟ ଚାହୁଁଛନ୍ତି ଯେ ସେ ବିବାହ କରନ୍ତୁ, କିନ୍ତୁ ସେ ବିବାହ କରିବାକୁ ପସନ୍ଦ କରୁ ନାହାନ୍ତି।

ଅଦ୍ୟତନ ହୋଇଛି
Man said i attract with male not female premanand give him solution

Man said i attract with male not female premanand give him solution

Advertisment

ବୃନ୍ଦାବନର ପ୍ରସିଦ୍ଧ ବାବା ପ୍ରେମାନନ୍ଦ ମହାରାଜାଙ୍କ ପ୍ରବଚନକୁ ଲୋକମାନେ ଖୁବ ଧ୍ୟାନର ସହିତ ଶୁଣନ୍ତି। ତାଙ୍କ ଅନେକ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆର ବିଭିନ୍ନ ପ୍ଲାଟ୍‌ଫର୍ମରେ ଭାଇରାଲ୍ ହୁଏ। ଅନେକ ଲୋକ ନିଜ ନିଜ ସମସ୍ୟା ନେଇ ତାଙ୍କ ପାଖକୁ ଆସନ୍ତି ଏବଂ ଆଶା ଥାଏ ବାବା ନିଶ୍ଚିତ ତାଙ୍କ ସମସ୍ୟାକୁ ବୁଝିବେ ଆଉ ସମାଧାନର ବାଟ ବତେଇବେ। କାରଣ ପ୍ରେମାନନ୍ଦ ମହାରାଜା ସିଧାସଳଖ ଏବଂ ସ୍ପଷ୍ଟ ଭାବରେ ସମସ୍ତ ଉତ୍ତର ଦିଅନ୍ତି।

Advertisment

ତାଙ୍କର ପରାମର୍ଶ ମଧ୍ୟ ଖୁବ ସରଳ। ଏନେଇ ଅନେକ ଯୁବକ ମଧ୍ୟ ପରାମର୍ଶ ପାଇଁ ତାଙ୍କ ପାଖକୁ ଆସନ୍ତି। ଏହି ସମ୍ବନ୍ଧୀୟ ଏକ ଭିଡିଓ ଏବେ ଭାଇରାଲ୍ ହେଉଛି। ଜଣେ ଯୁବକ ପ୍ରେମାନନ୍ଦ ମହାରାଜଙ୍କ ସହ ନିଜର ଦୁଃଖ ଓ ସମସ୍ୟାକୁ ବାଣ୍ଟିଥିଲେ।

Man said i attract with male not female premanand give him solution ଆପଣ ଜଣେ ପୁରୁଷ ହୋଇ ପୁରୁଷଙ୍କ ପ୍ରତି ଆକର୍ଷିତ କି… ଶୁଣନ୍ତୁ ବାବାଙ୍କ କଥା

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳେ ଯେ ଯୁବକ ଜଣଙ୍କ ବାବାଙ୍କୁ କହୁଛନ୍ତି, ତାଙ୍କ ପରିବାର ସଦସ୍ୟ ଚାହୁଁଛନ୍ତି ଯେ ସେ ବିବାହ କରନ୍ତୁ, କିନ୍ତୁ ସେ ବିବାହ କରିବାକୁ ପସନ୍ଦ କରୁ ନାହାନ୍ତି।

Advertisment

ତାଙ୍କର ସମସ୍ୟାଟି ହେଉଛି ସେ ମହିଳାଙ୍କ ପ୍ରତି ନୁହେଁ ପୁରୁଷଙ୍କ ପ୍ରତି ଆକର୍ଷିତ ହୁଅନ୍ତି? ଏପରି ପରିସ୍ଥିତିରେ ସେ କ’ଣ କରିବେ ବୋଲି ବାବାଙ୍କୁ ପଚାରନ୍ତି। ଏହା ଉପରେ ପ୍ରେମାନନ୍ଦ ମହାରାଜ ତାଙ୍କୁ କ’ଣ କୁହନ୍ତି ଆସନ୍ତୁ ଜାଣିବା।

ଝିଅ ସହ ପ୍ରତାରଣା କର ନାହିଁ:

ପ୍ରେମାନନ୍ଦ ମହାରାଜ କହିଛନ୍ତି ଯେ “ପୂର୍ବରୁ ଏହିପରି ଆଉ ଜଣେ ପୁଅ ଆସିଥିଲେ, ସେ କହୁଥିଲେ ଯେ ତାଙ୍କ ମା’ ଏବଂ ବାପା ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି, କିନ୍ତୁ ଝିଅମାନଙ୍କ ପ୍ରତି ତାଙ୍କର କୌଣସି ଆକର୍ଷଣ ନାହିଁ। ସେ କିନ୍ତୁ ପୁଅମାନଙ୍କ ପ୍ରତି ଆକର୍ଷିତ ହେଉଛନ୍ତି।

Advertisment

ଏପରି ଲୋକମାନଙ୍କୁ ଆମେ ପ୍ରାର୍ଥନା କରୁଛୁ ଯେ ଈଶ୍ୱର ଆପଣମାନଙ୍କ ଭିତରେ ଏପରି ପ୍ରବୃତ୍ତି ବା ଭାବନା ଦେଇଛନ୍ତି। ତେବେ ଆପଣମାନେ କୌଣସି ଝିଅର ଜୀବନ ସହ ଏପରି ପ୍ରତାରଣା କରିବା ଉଚିତ ନୁହେଁ। ଆପଣ ସେମାନଙ୍କୁ ଧୋକା ଦିଅନ୍ତୁ ନାହିଁ।

ଝିଅର ଜୀବନକୁ ନର୍କ କର ନାହିଁ:

ପ୍ରେମାନନ୍ଦ ଜୀ ଆହୁରି ମଧ୍ୟ କହିଛନ୍ତି ଯେ ଆପଣଙ୍କ ମନରେ ଥିବା ସମସ୍ତ କଥା ନିଜ ବାପାମାଆଙ୍କ ସହ ଶେୟାର କରିବା ଉଚିତ। ବାପାମାଆଙ୍କ କଥାରେ ଯାଇ କୌଣସି ଝିଅକୁ ବିବାହ କରି ତାଙ୍କ ଜୀବନକୁ ନର୍କରେ ପରିଣତ କରନ୍ତୁ ନାହିଁ।

ବାପାମାଆଙ୍କ ସହ ଶେୟାର୍:

ଏହି ସମୟରେ ଯୁବକ ଜଣଙ୍କ କୁହେ ଯେ ଏ କଥା ବାପାମାଆଙ୍କୁ କହିବାକୁ ଲାଜ ଲାଗୁଛି। ଏହା ପରେ ପ୍ରେମାନନ୍ଦ ମହାରାଜ କୁହନ୍ତି, “ତେବେ ଅନ୍ୟମାନଙ୍କ ଜୀବନକୁ ନଷ୍ଟ କରିବାକୁ ଲାଜ ଲାଗୁନି କି? ଯଦି ଆପଣଙ୍କ ମନରେ ଏମିତି ଭାବନା ଅଛି ତେବେ ନିଜ ବାପାମାଆଙ୍କୁ କହିଦେଲେ ସମ୍ମାନରେ କୌଣସି ଦାଗ ଲାଗିବ ନାହିଁ। ଏଥିରେ କୌଣସି ଲଜ୍ଜା ନାହିଁ।”

ବାପାମାଆଙ୍କୁ ପ୍ରାର୍ଥନା:

ବାବା ପୁଣି କୁହନ୍ତି ଯେ “ସବୁ ବାପାମାଆଙ୍କୁ ମୋର ପ୍ରାର୍ଥନା ଆପଣ ନିଜ ପିଲାମାନଙ୍କ କଥାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ସେମାନଙ୍କ ପ୍ରକୃତି ଏହିପରି ରଚନା ହୋଇଛି। ସେମାନଙ୍କୁ ଗାଳି ଦେଇ ସେମାନଙ୍କ ପ୍ରକୃତିକୁ ଆପଣ ପରିବର୍ତ୍ତନ କରିପାରିବେ କି? ନା…। ଯଦି ଆପଣ ପରସ୍ପରଙ୍କୁ ସମର୍ଥନ କରିବେ ତେବେ ଏହା ଖୁବ ଭଲ ହେବ।”

ବାବାଙ୍କୁ ପଚରାଯାଇଥିଲା ଯେ ଏହିପରି ଲୋକମାନେ କିପରି ସେମାନଙ୍କ ମନ ଭିତରେ ଏହି ମନୋଭାବକୁ ପରିଚାଳନା କରିବେ? ଏହି ପ୍ରଶ୍ନର ଉତ୍ତରରେ ପ୍ରେମାନନ୍ଦ ଜୀ କୁହନ୍ତି ଯେ “ଏହାର ଏକମାତ୍ର ସମାଧାନ ହେଉଛି ଭଗବାନଙ୍କ ଭଜନ, କେବଳ ଏହା ହିଁ ସମ୍ଭାଳି ପାରିବ, ନଚେତ୍ ଏହା ବହୁତ କଷ୍ଟକର। ଯଦି ଆମେ ଏହାକୁ ସମ୍ଭାଳି ନେବା, ତେବେ ଏହା ସବୁଠାରୁ ବଡ ବିଜୟ ହେବ।”


ଏମିତି କଲେ ବଡ ଭୁଲ ହେବ:

ବାବାଙ୍କ କହିବା କଥା, ଏ ହେଉଛି କଳିଯୁଗ। ଏଥିରେ ଭଗବାନ ବିଭିନ୍ନ ପ୍ରକାର ମାୟା ରଚନା କରିଛନ୍ତି, ମହିଳାମାନେ ମହିଳାଙ୍କ ଦ୍ୱାରା ଆକର୍ଷିତ ହେଉଛନ୍ତି ଏବଂ ପୁରୁଷମାନେ ପୁରୁଷଙ୍କ ଦ୍ୱାରା ଆକର୍ଷିତ ହେଉଛନ୍ତି। ଏପରି ଭାଇ ଏବଂ ଏପରି ଭଉଣୀମାନେ ନିଜ ଭାବନାକୁ ନିଜ ପରିବାରକୁ ଜଣାଇବା ଉଚିତ। ଆପଣ ଯଦି କୌଣସି ମହିଳା କି ପୁରୁଷକୁ ପସନ୍ଦ କରୁନାହାନ୍ତି ଏବଂ ତାଙ୍କୁ ବିବାହ କରୁଛନ୍ତି ତେବେ ତାଙ୍କୁ ଘୃଣା କରିବେ, ଏହା ବହୁତ ବଡ ଭୁଲ ହେବ।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ