Man running cycle without holding handle
ଏ ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର ଚମତ୍କାର କାମ ଦ୍ୱାରା ଲୋକଙ୍କୁ ଆଶ୍ଚର୍ଯ୍ୟ କରନ୍ତି, ଯାହାକୁ ଜଣେ ସ୍ୱପ୍ନରେ ମଧ୍ୟ ଭାବି ପାରିବ ନାହିଁ। ଏପରି ଭିଡିଓ ପ୍ରାୟତଃ ସୋସିଆଲ ମିଡିଆରେ ଦେଖାଯାଏ। ଏ ସବୁ ଦେଖିବା ପରେ ନିଜ ଆଖିକୁ ମଧ୍ୟ ବିଶ୍ୱାସ କରି ହୁଏ ନାହିଁ।
ବର୍ତ୍ତମାନ ଏପରି ଏକ ଭିଡିଓ ଦେଖାଯାଉଛି, ଯେଉଁଥିରେ ସାଇକେଲ ଚଲାଉଥିବା ଜଣେ ବ୍ୟକ୍ତି ଅଜବ ଷ୍ଟଣ୍ଟ ଦେଖାଉଛନ୍ତି, ଯାହା ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଆଶ୍ଚର୍ଯ୍ୟ କରୁଛି।
ଏହି ଭିଡିଓରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ କିପରି ଅଜବ ଢଙ୍ଗରେ ସାଇକେଲ ଚଲାଇ ରାସ୍ତାରେ ଯାଉଛନ୍ତି। ଏହି ସମୟରେ ସେ ତାଙ୍କ ମୁଣ୍ଡରେ କିଛି ଜିନିଷ ଲଦିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବ୍ୟକ୍ତି ଜଣକ ଦୁଇ ହାତରେ ମୁଣ୍ଡରେ ଲଦିଥିବା ଜିନିଷକୁ ଧରିଛନ୍ତି। ହ୍ୟାଣ୍ଡେଲ ନ ଧରି କେବଳ ପାଦରେ ପେଡାଲ୍ ମାରୁଛନ୍ତି।
ଏପରି ଅବସ୍ଥାରେ ମୁଣ୍ଡରେ ଥିବା ଜିନିଷକୁ ସନ୍ତୁଳିତ କରି ସାଇକେଲ ଚଲାଇବା ନିହାତି ଅସମ୍ଭବ କାର୍ଯ୍ୟ, ଯାହା ଏହି ବ୍ୟକ୍ତି ସମ୍ଭବ କରି ଦେଖେଇଛନ୍ତି। ଭିଡିଓରେ ଥିବା ବ୍ୟକ୍ତିଙ୍କ ଏଭଳି ଆତ୍ମବିଶ୍ୱାସ ନିହାତି ଦେଖିବା ଯୋଗ୍ୟ।
ଏହି ଭିଡିଓକୁ ଆଇପିଏସ୍ ଆରିଫ୍ ଶେଖ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ହ୍ୟାଣ୍ଡେଲ @ arifhs1ରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରିବାବେଳେ ଏହାର କ୍ୟାପ୍ସନ୍ରେ ଲେଖା ଅଛି, “ଆଉ କିଛି ମିଳୁ ବା ନ ମିଳୁ ଜୀବନରେ ଏତିକି ମାତ୍ର ଆତ୍ମବିଶ୍ୱାସ ମିଳିଯାଉ”।
ଜାନୁଆରୀ ୭ ରେ ଶେୟାର ହୋଇଥିବା ଏହି ଭିଡିଓ ଖବର ଲେଖାହେବା ବେଳକୁ ୬୮୯ ଭ୍ୟୁ ପାଇସାରିଥିଲା। ଏହାକୁ ୩୭ହଜାର ଲୋକ ଲାଇକ୍ କରିଥିବାବେଳେ ୬୮୩ଟି ପ୍ରତିକ୍ରିୟା ଆସିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673181162.jpg)