Advertisment

ଝିଅ ପାଇଁ କୋଟିପତି ଜ୍ୱାଇଁ ଖୋଜିବାକୁ ବାହାଘର ମଧ୍ୟସ୍ଥିଙ୍କୁ ୩ଲକ୍ଷ ଦେଲେ ବାପା

ଅନ୍ୟଜଣେ ୟୁଜର କହିଛନ୍ତି, ଠିକ୍ ଅଛି। ଏପରି ପ୍ରସ୍ତାବ ପାଇବାକୁ ହେଲେ କିଛି ତ ଦେବାକୁ ହେବ। ଏହା ବଡ ମାଛ ଧରିବା ପାଇଁ ଦାନା। ଏମିତି ବି ମଧ୍ୟସ୍ଥି ବିବାହ ଖର୍ଚ୍ଚର ୧ କିମ୍ୱା ୨ପ୍ରତିଶତ ନେଇଥାଆନ୍ତି। କୋଟିଏ ଟଙ୍କାର ବିବାହ ହେଲେ ମଧ୍ୟସ୍ଥି ୧ କିମ୍ୱା ୨ଲକ୍ଷ ଟଙ୍କା ପାଇଥାଏ।

ଅଦ୍ୟତନ ହୋଇଛି
3 lakh fee to get marriage proposals

3 lakh fee to get marriage proposals

Advertisment

ଆଜିକାଲି ବିବାହ ପାଇଁ ଅନେକ ଆପ୍‌ ଡେଭଲପ୍ ହେଲାଣି। ମଧ୍ୟସ୍ଥିଙ୍କ ପାଖରେ ନୁହେଁ, ଇଣ୍ଟରନେଟ୍‌ରେ ପାତ୍ର ଅବା ପାତ୍ରୀଙ୍କର ସମସ୍ତ ଡାଟା ରହୁଛି। ତେବେ ସୋସିଆଲ୍ ମିଡିଆରେ ଏପରି ଏକ ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି, ଯେଉଁଠି ଜଣେ ବାପା ଝିଅର ପ୍ରସ୍ତାବ ଖୋଜିଦେବା ପାଇଁ ୩ଲକ୍ଷ ଟଙ୍କା ଫିସ୍ ଦେଇଛନ୍ତି।

Advertisment

ସୋଲିଆଲ୍ ମିଡିଆ ଏକ୍ସରେ ମିଶିକା ରାଣା କହିଛନ୍ତି ଯେ, ତାଙ୍କ ସାଙ୍ଗର ବାପା ୨୦୦କୋଟିରୁ ଅଧିକ ଟଙ୍କାର ସଂପତ୍ତି ଥିବା ପରିବାରରେ ଝିଅର ବାହାଘର କରିବାକୁ ଇଚ୍ଛୁକ। ଏଥିପାଇଁ ସେ ବିଶେଷ ଭାବରେ ପ୍ରସ୍ତାବ ଖୋଜିବା ପାଇଁ ଏକ ବାହାଘର ଏଜେନ୍ସିକୁ ୩ଲକ୍ଷ ଟଙ୍କା ଫିସ୍ ଦେଇଛନ୍ତି। ମାତ୍ର ସେ ସାଙ୍ଗଙ୍କ ନାଁ କିମ୍ୱା ଠିକଣା ବିଷୟରେ କୌଣସି ସୂଚନା ଦେଇନାହାନ୍ତି। ଯାହାକୁ ନେଇ ୟୁଜର୍ସ ଅନେକ କମେଣ୍ଟ ଦେଇଛନ୍ତି।

ମିଶିକା ନିଜ ପୋଷ୍ଟରେ ଫଲୋୟର୍ସଙ୍କୁ ପଚାରିଛନ୍ତି, ଜଣେ ସାଙ୍ଗର ବାପା କେବଳ ୨୦୦କୋଟିରୁ ଅଧିକ ଟର୍ଣ୍ଣଓଭର ପରିବାରରେ ପ୍ରସ୍ତାବ ପକାଇବା ପାଇଁ ୩ଲକ୍ଷ ଟଙ୍କା ଦେଇଛନ୍ତି। ଏହି ପୋଷ୍ଟ ଏକ୍ସରେ ୨ଲକ୍ଷରୁ ଅଧିକ ୟୁଜର୍ସ ଦେଖିସାରିଥିବା ବେଳେ ଏବେ ଏହା ଭାଇରାଲ୍ ହେବାରେ ଲାଗିଛି।

Advertisment

ଜଣେ ୟୁଜର କମେଣ୍ଟରେ ପ୍ରଶ୍ନ କରିଛନ୍ତି, ତାଙ୍କୁ କୌଣସି ପ୍ରସ୍ତାବ ମିଳିଲା ? ଏହି ପ୍ରଶ୍ନର ଉତ୍ତରରେ ମିଶିକା କହିଛନ୍ତି ଯେ, ତାଙ୍କ ପରିବାର ଲୋକ ଏଯାଏ ୮୦ରୁ ଅଧିକ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିସାରିଲେଣି। ଅନ୍ୟଜଣେ ୟୁଜର କହିଛନ୍ତି, ଠିକ୍ ଅଛି। ଏପରି ପ୍ରସ୍ତାବ ପାଇବାକୁ ହେଲେ କିଛି ତ ଦେବାକୁ ହେବ। ଏହା ବଡ ମାଛ ଧରିବା ପାଇଁ ଦାନା। ଏମିତି ବି ମଧ୍ୟସ୍ଥି ବିବାହ ଖର୍ଚ୍ଚର ୧ କିମ୍ୱା ୨ପ୍ରତିଶତ ନେଇଥାଆନ୍ତି। କୋଟିଏ ଟଙ୍କାର ବିବାହ ହେଲେ ମଧ୍ୟସ୍ଥି ୧ କିମ୍ୱା ୨ଲକ୍ଷ ଟଙ୍କା ପାଇଥାଏ।

Advertisment

ଅନ୍ୟଜଣେ ବ୍ୟକ୍ତି କହିଛନ୍ତି, ତାଙ୍କ ପରିବାରରେ ଏପରି ଘଟଣା ଘଟିଛି। ସେ ବିବାହ ପ୍ରସ୍ତାବ ପାଇଁ ୨.୫ଲକ୍ଷ ଟଙ୍କା ଦେଇଥିଲେ। ପରେ ପ୍ରସ୍ତାବ ମିଳିବା ପାଇଁ ୬ମାସ ସମୟ ଲାଗିଥିଲା। ସେମାନେ ଗତ ୬ବର୍ଷ ହେଲାଣି ଖୁସିରେ ଅଛନ୍ତି। ସେମାନଙ୍କର ୨ଟି ସନ୍ତାନ ମଧ୍ୟ ଅଛନ୍ତି।

Marriage Proposal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ