Unique Marriage
ସର୍ବସମ୍ମୁଖରେ ସ୍ତ୍ରୀର ବିବାହ ଆୟୋଜନ କଲା ସ୍ୱାମୀ । ବୟଫ୍ରେଣ୍ଡ ଆସିଲା ସ୍ତ୍ରୀ ମଥାରେ ସିନ୍ଦୁର ଭରିଲା । ସ୍ୱାମୀ ସେମାନଙ୍କୁ ଆଶୀର୍ବାଦ ଦେଲା ଓ କହିଲା- ୨ ଛୁଆକୁ ମୁଁ ରଖିଦେବି, ତୁମେ ତମ ନୁଆ ସ୍ୱାମୀ ସହ ଖୁସିରେ ରୁହ । ଦର୍ଶକବନ୍ଧୁ ଫିଲ୍ମ କାହାଣୀ ପରି ଲାଗୁଥିବା ଏହି କାହାଣୀଟି ପୁରା ସତ । ଉତ୍ତରପ୍ରଦେଶର ସନ୍ଥକବୀରନଗରରେ ଘଟିଛି ଏପରି ଘଟଣା ।
ସୂଚନା ଅନୁସାରେ, କଟାର ଜୋତ ଗାଁର ବବଲୁ, ଶିବ ମନ୍ଦିରରେ ତାଙ୍କ ସ୍ତ୍ରୀ ରାଧିକା ସହିତ ତାଙ୍କ ପ୍ରେମିକର ବିବାହ କରାଇ ବିଦା କରିଛନ୍ତି । ରାଧିକା ବବଲୁଙ୍କୁ ୨୦୧୭ ମସିହାରେ ବିବାହ କରିଥିଲେ । ଉଭୟ ପରିବାର ହସ ଖୁସିରେ ଜୀବନ ବିତାଉଥିଲେ । ସେମାନଙ୍କର ଦୁଇଟି ସନ୍ତାନ ଥିଲେ । ତେବେ ବବଲୁ କାମ ସନ୍ଧାନରେ ଘର ବାହାରେ ରହୁଥିଲା ବେଳେ ତାଙ୍କ ସ୍ତ୍ରୀ ରାଧିକାର ସେହି ଗାଁର ଜଣେ ଯୁବକ ବିକାଶ ସହିତ ପ୍ରେମ ସମ୍ପର୍କ ଆରମ୍ଭ ହୋଇଗଲା ।
ଅଧିକ ପଢ଼ନ୍ତୁ: ବାହାରୁ ସିନା ଝୁମ୍ପୁଡି ଘର; ଭିତରେ ପୂରା ପଞ୍ଚତାରକା ହୋଟେଲ୍
ଯେତେବେଳେ ସ୍ୱାମୀ ବବଲୁ ଏହା ଜାଣିବାକୁ ପାଇଲେ, ଘରେ ପାରିବାରିକ କଳହ ଆରମ୍ଭ ହୋଇଗଲା । ଏପରିକି ରାଧିକା ପ୍ରେମିକ ବିକାଶ ସହ ଘରୁ ପଳାଇ ଯାଇଥିଲେ ଓ ଚାରି ଦିନ ପରେ ଫେରିଥିଲେ । ତେବେ ବବଲୁ ଏହାର ଏକ ସ୍ଥାୟୀ ସମାଧାନ ଚାହୁଁଥିଲେ । ଏନେଇ ସେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ।
ହେଲେ ରାଧିକା ପୋଲିସକୁ କହିଥିଲେ, ସେ ବିକାଶ ସହିତ ରହିବେ । ଫଳରେ ବବଲୁ ଗ୍ରାମବାସୀଙ୍କୁ ଡାକି ସ୍ତ୍ରୀ ରାଧିକାର ବିବାହର ଆୟୋଜନ କରିଥିଲେ । ସମସ୍ତଙ୍କ ସାମ୍ନାରେ, ବିକାଶ ରାଧିକାଙ୍କ ମଥାରେ ସିନ୍ଦୁର ଭରିଥିଲା । ଆଉ ଦୁହେଁ ପରସ୍ପରକୁ ମାଳ ପିନ୍ଧାଇଲେ ଓ ରାଧିକା ବିକାଶଙ୍କ ପାଦ ଛୁଇଁ ପ୍ରଣାମ କରିଥିଲା । ଏହାପରେ ବବଲୁ କହିଥିଲେ ତୁମେ ୨ ପିଲା କଥା ଚିନ୍ତା କରନି । ତାଙ୍କୁ ମୁଁ ରଖିଦେବି । ତୁମେ ନୂଆ ସ୍ୱାମୀ ସହ ଖୁସିରେ ରୁହ ।
ଏହାକୁ ଶୁଣି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ ରାଧିକା । ଏହାପରେ ଉପସ୍ଥିତ ଲୋକମାନେ ତାଙ୍କୁ ସାନ୍ତ୍ୱନା ଦେଇଥିଲେ । ବବଲୁଙ୍କ କହିବା କଥା ସେ ରାଧିକାଙ୍କୁ ଯେତେ ବୁଝାଇଥିଲେ ବି ସେ ବୁଝୁନଥିଲେ ଫଳରେ ସେ ଏପରି କରିବାକୁ ବାଧ୍ୟ ହୋଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743146505.jpg)