Man jumping after opening the gate of the moving metro
ରିଲ୍ସ କରିବା ନିଶା ଆଜିକାଲିର ଯୁବପିଢ଼ିଙ୍କୁ ଏତେ ମାତ୍ରାରେ ଘାରିଛି ଯେ, ଜୀବନକୁ ବିପଦ ମୁହଁକୁ ଠେଲି ଲୋକମାନେ ଭିଡିଓ କରୁଛନ୍ତି। କେତେବେଳେ ଅଳ୍ପକେ ଜୀବନ ବଞ୍ଚି ଯାଉଛି ତ ଆଉ କେତେବେଳେ ଜୀବନ ଚାଲି ଯାଉଛି। ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ଚଳନ୍ତା ମେଟ୍ରୋ ଡୋର୍ ଖୋଲି ସିଧା ପ୍ଲାଟ୍ଫର୍ମକୁ ଡେଇଁ ପଡ଼ୁଛନ୍ତି। ଏହାପରେ ଯାହା ଘଟିଥିଲା, ତାହା ଦେଖିଲେ ଆପଣ ମଧ୍ୟ ତାଜୁବ ହୋଇଯିବେ।
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ବ୍ୟକ୍ତି ଜଣକ ଚଳନ୍ତା ମେଟ୍ରୋ ଟ୍ରେନ୍ର ଡୋର୍ ଖୋଲିବା ପାଇଁ ପ୍ରୟାସ କରିଥିଲେ ଓ ଏଥିରେ ସେ ସଫଳ ମଧ୍ୟ ହୋଇଥିଲେ। ହେଲେ ଡୋର୍ ଖୋଲିବା ମାତ୍ରେ ସେ ପ୍ଲାଟ୍ଫର୍ମକୁ ଡେଇଁ ପଡ଼ିଥିଲେ ଓ ତଳେ ପଡ଼ି ଯାଇଥିଲେ। ଏହି ଦୃଶ୍ୟକୁ ଦେଖିଲେ ଆପଣ ମଧ୍ୟ ଭୟଭୀତ ହୋଇଯିବେ ଓ କହିବେ ପୃଥିବୀ ପୃଷ୍ଠରେ ଏମିତି ଲୋକ ବି ଅଛନ୍ତି।
ହେଲେ ଏଭଳି ଷ୍ଟଣ୍ଟ୍ କରିବା ଯୋଗୁ କେତେବେଳେ ବି ଆପଣଙ୍କ ଜୀବନ ଯାଇପାରେ। ତେଣୁ ନିଜ ଜୀବନକୁ ବିପଦରେ ପକାଇ ଏଭଳି ଷ୍ଟଣ୍ଟ କରିବାରୁ ଦୂରେଇ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1685516271.jpg)