Advertisment

ଏମିତି ପୁଅକୁ ଧିକ୍; ମା'କୁ ବିଚ୍ ରାସ୍ତାରେ ନିର୍ଧୁମ ପିଟିଲା...ଦେଖନ୍ତୁ ଭିଡିଓ

ମହିଳା ଜଣକ ମନ୍ଦିର ଆଡୁ ଦୌଡିଦୌଡି ଆସୁଛନ୍ତି। ତାଙ୍କ ପଛରେ ପୁଅ ଦୁର୍ଗେଶ ବାଡି ଧରି ତାଙ୍କୁ ପିଛା କରୁଛି। ଭୟରେ ସେ କାନ୍ଦୁଥିବା ବେଳେ ସାହାଯ୍ୟ ପାଇଁ ଚିତ୍କାର କରି ଲୋକଙ୍କୁ ଡାକୁଛନ୍ତି।

ଅଦ୍ୟତନ ହୋଇଛି
Man Chases Mother With Stick

Man Chases Mother With Stick

Advertisment

ଏମିତି ପୁଅ ଥିଲେ କେତେ ନଥିଲେ କେତେ । ଦିନେ ଯେଉଁ ପୁଅକୁ ଏତେ ସ୍ନେହ କରୁଥିଲେ ଆଜି ସେଇ ପୁଅ ମାଡ଼ ମାରି ମା’କୁ ଲହୁଲୁହାଣ କରିଛି। ନିଜ ଜନ୍ମକଲା ମା’କୁ ଅକଥନୀୟ ନିର୍ଯାତନା ଦେଉଛି କୁଳାଙ୍ଗାର ପୁଅ । ଏପରି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Advertisment

ଉତ୍ତରପ୍ରଦେଶ ବୁଲନ୍ଦସହରରେ ଘଟିଛି ଏଭଳି ଅଭାବନୀୟ ଘଟଣା, ଯେଉଁଠି ମା’କୁ ଗୋଡେଇ ଗୋଡେଇ ପିଟୁଛି ପୁଅ। । ମା’କୁ ମନ୍ଦିର ଆଗରେ ନିସ୍ତୁକ ମାଡ ମାରିଛି। ଏହି ସମୟର ଭିଡିଓ ଜଣେ ବ୍ୟକ୍ତି ସୁଟ୍ କରିଥିଲେ। ଯାହା ଏବେ ଭାଇରାଲ୍ ହେଉଛି। ଭିଡିଓରେ ଦୁର୍ବଳ ମହିଳା ଜଣକ ମାଡ ଭୟରେ ଦୌଡୁଥିବାର ଦେଖିବାକୁ ମିଳିଛି। ମାଡ ମାରୁଥିବା ପୁଅ ଦୁର୍ଗେଶ ଶର୍ମା ବୋଲି ଜଣାପଡିଛି।

Advertisment

ମହିଳା ଜଣକ ମନ୍ଦିର ଆଡୁ ଦୌଡିଦୌଡି ଆସୁଛନ୍ତି। ତାଙ୍କ ପଛରେ ପୁଅ ଦୁର୍ଗେଶ ବାଡି ଧରି ତାଙ୍କୁ ପିଛା କରୁଛି। ଭୟରେ ସେ କାନ୍ଦୁଥିବା ବେଳେ ସାହାଯ୍ୟ ପାଇଁ ଚିତ୍କାର କରି ଲୋକଙ୍କୁ ଡାକୁଛନ୍ତି। ମାତ୍ର ଫୁଟପାଥରେ ସେ ପଡିଯାଇଛନ୍ତି। ନିଜକୁ ବଞ୍ଚାଇବା ପାଇଁ ଲୋକଙ୍କୁ ନିବେଦନ କରୁଛନ୍ତି।

ଏହାପରେ ସେ ଯେଉଁ ଘର ମଧ୍ୟକୁ ପ୍ରବେଶ କରିଛନ୍ତି, ପୁଅ ସେହି ଘରକୁ ଯାଇ ତାଙ୍କୁ ବାଡିରେ ପିଟୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହାପରେ ସ୍ଥାନୀୟ ଲୋକ ଆକ୍ରମଣକାରୀ ପୁଅକୁ କାବୁ କରିବା ସହ ପୋଲିସର ଜିମା ଦେଇଥିଲେ। ପୋଲିସ ଭାଇରାଲ୍ ଭିଡିଓ ଆଧାରରେ ତଦନ୍ତ ଜାରି ରଖିଛି।

Advertisment
Attack Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ