Mutton Biryani
ବିବାହ ଭୋଜି ପାଲଟିଲା ରଣକ୍ଷେତ୍ର । ମଟନ ବିରିୟାନୀ ପାଇଁ ମହାଭାରତ । ବିରିୟାନୀରେ ମଟନ ନଥିବାରୁ ଅତିଥିଙ୍କ ମଧ୍ୟରେ ମାଡ଼ଗୋଳ । ସ୍ଥିତି ଏମିତି ଅସମ୍ଭାଳ ହେଲା ଯେ ପରସ୍ପର ଉପରେ ଚେୟାର ଫୋପାଡ଼ିଲେ । ଏହାର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ହେଉଥିବା ଭିଡିଓଟି ପାକିସ୍ତାନର । ଯାହା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳୁଛି ଯେ ବିବାହ ମଣ୍ତପରେ ଲୋକେ ରାଉଣ୍ତ ଟେବୁଲ୍ରେ ବସି ବିରିୟାନୀ ଖାଉଛନ୍ତି ଏବଂ ମଣ୍ତପର ମଝିରେ କପଡ଼ା ଟଙ୍ଗାଯାଇଛି । ଉଭୟ ପାର୍ଶ୍ୱରେ ପୁରୁଷ ଓ ମହିଳା ବସି ଭୋଜି ଖାଉଛନ୍ତି । ହଠାତ୍ କିଛି ଅତିଥି ପାଟିଟୁଣ୍ତ ହୋଇ ପରସ୍ପର ମାରପିଟ୍ ଲାଗିଲେ । ପରେ ସ୍ଥିତି ଏମିତି ହେଲା ଯେ ତାହା ରଣକ୍ଷେତ୍ର ପାଲଟିଲା । ଚାରିଆଡ଼େ ଖାଲି ଚେୟାର ଉଡୁଥିବାର ଦେଖିବାକୁ ମିଳିଲା । ଯିଏ ଯାହାକୁ ପାଇଲା ଚେୟାର ଉଠାଇ ମାରିଲା । ଭୋଜିରେ ଉପସ୍ଥିତ ଥିବା ମହିଳା ଝଗଡ଼ା ଅଟକାଇବାକୁ ଚେଷ୍ଟା ମଧ୍ୟ କରିଥିଲେ । ହେଲେ କେହି ଶୁଣିବା ଅବସ୍ଥାରେ ନଥିଲେ ।
ଭିଡ଼ିଓରୁ ଜାଣିବାକୁ ମିଳିଥିଲା ଯେ ଏହି ଝଗଡ଼ାଟି ମଟନ ବିରିୟାନୀ ପାଇଁ ହୋଇଥିଲା । ଅତିଥି ମଟନ ବିରିୟାନୀ ଖାଉଥିବା ବେଳେ ସେଥିରୁ ମଟନ ନ ବାହାରିବାରୁ ପାଟିଟୁଣ୍ତ ଲାଗିଲା । ଆଉ ପରେ ଏମିତି ମାରପିଟ୍ ହେଲେ ଯେ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଭିଡିଓଟି ଏକ୍ସ ରେ ‘ଘର କେ କଲେଶ’ ପେଜ୍ରେ ସେୟାର କରାଯାଇଛି । ଏହାକୁ ୩ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ୱ ଲୋକ ଦେଖିସାରିଲେଣି । ଲୋକେ ଅନେକ ହାସ୍ୟାତ୍ମକ କମେଣ୍ଟ ମଧ୍ୟ ଦେଇଥିବାର ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693572911.jpg)